ବର୍ଷା ନୂଆ ଫିଲ୍ମ ରେ କାମ କରୁଥିବା ଜାଣି ଅନୁଭବ ସୋସିଆଲ ମିଡ଼ିଆ ରେ କଲେ ଏମିତି ପୋଷ୍ଟ..

ଅନୁଭବ ଆଉ ବର୍ଷା ଙ୍କ ଭିତରେ ଥିବା ଫାଟ ଏବେ ବି ରହିଛି କି ରହିନ ତାହା ଜାଣିବା ମୁସ୍କିଲ, କହିବାକୁ ଗଲେ ଅନୁଭବ ଆଉ ବର୍ଷା ଦୁହେଁ ଦୁହିଙ୍କ ନାମ ରେ କେସ କରିଛନ୍ତି ଆଉ ଦୁହେଁ ଏବେ ଅଲଗା ରହୁଛନ୍ତି,

ଅନୁଭବ ନିଜ ଆଡୁ ସଫେଇ ଦେଇଛନ୍ତି କି ସେ ନିର୍ଦ୍ଦୋଷ ବର୍ଷା ଙ୍କ ଅଭିଯୋଗ ସବୁ ଭିତ୍ତିହିନ ଆଉ ସେପଟେ ବର୍ଷା କହିଛନ୍ତି ତାଙ୍କ ଅଭିଯୋଗ ସବୁ ସତ ଆଉ ଏଇ ନେଇ ଫେମିଲି କୋର୍ଟ ରେ ମାମଲା ଚାଲିଛି ।

ନିକଟ ରେ ବର୍ଷା କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇ ନିଜ ମନ ଭିତରେ ଥିବା ସମ୍ମାନ କିମ୍ବା ଭଲ ପାଇବା ଜାହିର କରିଥିଲେ ଅନୁଭବ, ଅବଶ୍ୟ ବର୍ଷା ଙ୍କ ତରଫ ରୁ କିଛି ଉତ୍ତର ଆସିନଥିଲା

ତେବେ ଗତକାଲି ଅନୁଭବ ଆଉ ଗୋଟେ ପୋଷ୍ଟ କରିଥିଲେ ଯାହା କି ବର୍ଷା ଙ୍କ ନୂଆ ଫିଲ୍ମ କୁ ନେଇ, ସେ କହିଛନ୍ତି କି ବର୍ଷା ଶୁଣିବାକୁ ପାଇଲି କୁ ତୁମେ ନୂଆ ଚଳଚିତ୍ର କରିବାକୁ ଯାଉଛ, ତୁମକୁ ମୋ ତରଫରୁ ଶୁଭେଚ୍ଛା ଆଉ ଜଗନ୍ନାଥଙ୍କ ପାଖରେ ଏତିକି କାମନା କି ତୁମର ଚଳଚିତ୍ର ହିଟ ହେଉ

ତେବେ ଏଇ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚା ଲାଗି ରହିଥିବା ବେଳେ ବର୍ଷ ଙ୍କ ତରଫରୁ କୌଣସି ଉତ୍ତର ଆସିନାହିଁ

Leave a Comment

Your email address will not be published. Required fields are marked *

Scroll to Top