ମନୋରଞ୍ଜନ

ପ୍ରଧାନ ମନ୍ତ୍ରୀ ଆରମ୍ଭ କଲେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଜାଣନ୍ତୁ ଫାଇଦା

ଆମ ଦେଶ ରେ ବିଭିନ୍ନ ସମୟରେ ବିଭିନ୍ନ ନିୟମ ଓ ପ୍ରୋଗ୍ରାମ ସବୁ ହୋଇଥାଏ । ଆମ ଦେଶ ର ଶାସନ ବ୍ୟବସ୍ଥା ଗଣତନ୍ତ୍ର ଉପରେ ପର୍ଯ୍ୟବେସିତ । ତେବେ ଦେଶ ର ସବୁ ଲୋକ ଙ୍କ ସୁବିଧା କୁ ଆଖି ଆଗରେ ରଖା ଯାଇ ବିଭିନ୍ନ ବ୍ୟବସ୍ତା କରା ଯାଇଥଏ । ତେବେ ଆସନ୍ତୁ ସେମିତି କିଛି ଖବର ସମ୍ପର୍କରେ ନଜର ପକେଇବା ।

ଆଜି ଆମ ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧ ଟା ରେ ଗୋଟେ ମିଶନ ର ଶୁଭାରମ୍ଭ କରିଥିଲେ । ତେବେ ଗତ ବର୍ଷ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଏହି ମିଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ମିଶନର ନାମ ହେଉଛି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ । ତେବେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାମନ୍ତ୍ରୀ ଏହା ର ଶୁଭାରମ୍ଭ କଲେ ।

ଏହି ମିଶନ ଅନୁଯାୟୀ ଦେଶ ର ସବୁ ନାଗରିକ ମାନଙ୍କ ର ହେଲଥ ଆଇଡି ରହିବ । ଏଥିରେ ବ୍ୟକ୍ତିଗତ ସ୍ବାସ୍ଥ୍ୟ ର ରେକର୍ଡ ରହିବ । ଏହା ହେଲଥ ଆକାଉଣ୍ଟ ଭଳି କାର୍ଯ୍ୟ କରିବ । ଏହାକୁ ମଧ୍ୟ ଫୋନ ର ଏକ ଆପ ରେ ଲିଙ୍କ୍ କରା ଯାଇ ଦେଖିହେବ ।

ଏହା ଦ୍ବାରା ଦେଶ ର ନାଗରିକ ମାନେ ସ୍ବାସ୍ଥ୍ୟ ଜନିତ ବହୁତ୍ ସୁବିଧା ପାଇ ପାରିବେ । ସ୍ବାସ୍ଥ୍ୟ ମଣିଷ ଜୀବନ ର ଅମୂଲ୍ୟ ସମ୍ପଦ । ସ୍ବାସ୍ଥ୍ୟ ଠିକ୍ ରହିଲେ ମଣିଷ ସବୁ କରି ପାରେ । ତେବେ ପ୍ରଧାମନ୍ତ୍ରୀଙ୍କର ଏହି ମିଶନ ନିଶ୍ଚୟ ବହୁତ୍ ପ୍ରଶଂସନୀୟ ।

Leave a Reply

Your email address will not be published. Required fields are marked *