କୁମ୍ଭୀର ସାମ୍ନାରେ ଠିଆ ହୋଇଥିଲା ଟ୍ରେନର, ଠିକ ସେତିକିବେଳେ ପଶୁ କରିଦେଲା ଆକ୍ରମଣ, ଭିଡିଓରେ ଦେଖନ୍ତୁ ଆଗକୁ କଣ ହେଲା

ପଶୁ ସବୁବେଳେ ପଶୁ ହିଁ ହୋଇଥାଏ, ତାକୁ ଯେତେ ବି ଟ୍ରେନିଂ ଦିଆଯାଉ ନା କାହିଁକି, ଦିନେ ନା ଦିନେ ସେମାନେ ନିଜର ପ୍ରକୃତ ରୂପକୁ ଆସିଯାନ୍ତି | ଏପରି ଗୋଟିଏ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି | ଯେଉଁଥିରେ ଗୋଟିଏ କୁମ୍ଭୀର ନିଜ ଟ୍ରେନର ଉପରେ ଆକ୍ରମଣ କରିଦେଲା, ତାପରେ କଣ ହେଲା ଏହା ଆପଣ ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ଟ୍ୱିଟର ଆକାଉଣ୍ଟ @iftirass ରୁ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ୨୩୦୦ ରୁ ଅଧିକ ଭ୍ୟୁ ମିଳିଛି | ଏହାସହିତ ୨୪ଟି ଲାଇକ ଏବଂ ନଅଟି ରିଟ୍ୱିଟ ମଧ୍ୟ ଏହି ଭିଡିଓରେ କରାଯାଇଛି |

ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ଚିଡ଼ିଆଖାନାରେ କିଛି ଲୋକ କୁମ୍ଭୀରକୁ ଦେଖିବାପାଇଁ ପହଞ୍ଚିଛନ୍ତି | କୁମ୍ଭୀରଟି ଏକ ବଡ଼ ଆକ୍ୱେରିୟମରେ ବନ୍ଦ ରହିଛି ଏବଂ ତାର ଚାରିପାଖରେ କାଚର କାନ୍ଥ ରହିଛି | କିଛି ପିଲା ମଧ୍ୟ ସେଠାରେ ଅଛନ୍ତି, ଯେଉଁମାନେ କି କୁମ୍ଭୀରକୁ ଦେଖି ଖୁସି ହେଉଛନ୍ତି | ଏହି ସମୟରେ ଟ୍ରେନର କୁମ୍ଭୀରକୁ କିଛି ଖୁଆଇବା ପାଇଁ ନିଜର ହାତକୁ ଭିତରକୁ ନିଏ | ସବୁକିଛି ଠିକ ଥିଲା, କିନ୍ତୁ ଠିକ ସେତିକିବେଳେ ଅଚାନକ କୁମ୍ଭୀର ଟ୍ରେନର ଉପରେ ଆକ୍ରମଣ କରିଦେଲା ଏବଂ ସେ ଟ୍ରେନରଙ୍କ ହାତକୁ ଧରିନେଲା |

ଏହା ଦେଖି ସେଠାରେ ଥିବା ସବୁ ଲୋକମାନେ ମଧ୍ୟ ଡରିଗଲେ | ସମସ୍ତେ କିଛି ବୁଝିବା ପୂର୍ବରୁ କୁମ୍ଭୀର ଟ୍ରେନରଙ୍କୁ ଆକ୍ୱେରିୟମକୁ ଟାଣି ନେଲା ଏବଂ ତାକୁ ଗିଳିବାପାଇଁ ଚେଷ୍ଟା କରିବାକୁ ଲାଗିଲା | ଠିକ ସେତିକିବେଳେ ଚିଡିଆଖାନାର ଜଣେ ଅନ୍ୟ କର୍ମଚାରୀ ଆକ୍ୱେରିୟମକୁ ଡେଇଁ ପଡନ୍ତି ଏବଂ କୁମ୍ଭୀର ଉପରେ ବସି ତାକୁ ଦବାଇ ଦିଅନ୍ତି | ବହୁତ କଷ୍ଟ ପରେ କୁମ୍ଭୀର ଟ୍ରେନରଙ୍କ ହାତକୁ ନିଜ ପାଟିରୁ ବାହାର କରେ, ତାପରେ ଯାଇ ଟ୍ରେନର ଆକ୍ୱେରିୟମରୁ ବାହାରି ପାରନ୍ତି |

ଦେଖନ୍ତୁ ଭିଡିଓ :-

ତାପରେ କୁମ୍ଭୀର ଅନ୍ୟ ବ୍ୟକ୍ତିଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରେ, କିନ୍ତୁ ସେ ସାହସର ସହିତ କୁମ୍ଭୀରକୁ ତଳକୁ ଦବାଇ ରଖେ | ଏହି ଭିଡ଼ିଓଟି ଆମେରିକାର ଅଟେ | ଯେଉଁଠାରେ ୟୁଟା ରାଜ୍ୟରେ କିଛି ପିଲା କାହାର ଜନ୍ମଦିନ ପାଳନ କରିବାପାଇଁ ଏକ ରେପଟାଇଲ ପାର୍କକୁ ବୁଲିବାପାଇଁ ଯାଇଥିଲେ | କିନ୍ତୁ ଜନ୍ମଦିନ ପାଳନ କରିବା ସେମାନଙ୍କ ପାଇଁ କିଛି ଖରାପ ସ୍ୱପ୍ନ ପରି ହୋଇଗଲା | ଯେତେବେଳେ କି ଟ୍ରେନରଙ୍କ ଉପରେ କୁମ୍ଭୀର ଆକ୍ରମଣ କରିଦେଲା |

Leave a Comment

Your email address will not be published. Required fields are marked *

Scroll to Top