ରାଜ୍ୟ ଖବର

ମହିଳା ମାରିଲେ ବୃଦ୍ଧ ଙ୍କୁ ବ୍ରହ୍ମ ଚାପୁଡ଼ା : ବୃଦ୍ଧ କରିଥିଲେ ପ୍ରେମ ନିବେଦନ ବୋଲି ଅଭିଯୋଗ କହିଲେ

ପ୍ରେମ କେତେବେଳେ କାହା ସହ ହେବ ଜାଣି ହେବ ନାହିଁ । ପ୍ରେମ କରିବାର କୌଣସି ବୟସ ନ ଥାଏ ବୋଲି କୁହାଯାଏ । ହେଲେ ଯେତେବେଳେ ଜଣେ ପ୍ରେମ ନିଵେଦନ କରି ଜାଣି ଜାଣି ବିପଦ ରେ ପକେଇବାକୁ ଚାହେଁ , ପ୍ରେମ କୁ ମଜାକ ବନାଏ ସେତେବେଳେ ପ୍ରେମ ର ମର୍ଯ୍ୟାଦା ହାନି ହୁଏ । ଆସନ୍ତୁ ସେମିତି ଗୋଟେ ଖବର ଉପରେ ନଜର ଦେବା ।

 

ବାଲେଶ୍ଵର ର ସୋର ଅନ୍ତର୍ଗତ କେଦାରପୁର ଅଞ୍ଚଳ ର ୨ ଜଣ ମହିଳା ଙ୍କୁ ପ୍ରେମ ନିବେଦନ ଆସିଲା । ଆଜ୍ଞା ହଁ ୨ ଜଣ ମହିଳା ଙ୍କୁ ଯୁବକ ଫୋନ ରେ ଭଲ ପାଇବା କଥା ପ୍ରକାଶ କରିଥିଲେ । କେବଳ ନିବେଦନ ନୁହେଁ ତାସହ ଅଶ୍ଲୀଳ ଭାଷା ର ମଧ୍ୟ ପ୍ରୟୋଗ କରୁଥିଲେ ଯୁବକ ।

 

ତେବେ ଏହି ମହିଳା ଙ୍କ ଫୋନ ନମ୍ବର ଦେଇଥିଲେ ଜଣେ ବୃଦ୍ଧ ବ୍ୟକ୍ତି । ଏହି ସବୁ ଜାଣିବା ପରେ ମହିଳା ଜଣକ ସେହି ଯୁବକ ଓ ବୃଦ୍ଧ ଙ୍କ ନାମ ରେ ସୋର ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ସୋର ଥାନା ପରିସର ରେ ଥିବା ଏକ ମନ୍ଦିର ର ରେ ସମସ୍ତେ ବସି ଏହି ସମସ୍ୟାର ସମାଧାନ କରାଯାଉଥିଲା । ଫୋନ କରିଥିବା ଯୁବକ ,ଓ ଫୋନ ନମ୍ବର ଦେଇଥିବା ବୃଦ୍ଧ ମହିଳା ଙ୍କ ଗୋଡ ଧରି କ୍ଷମା ମାଗୁଥିଲେ ।

ହେଲେ ଜଣେ ମହିଳା ରାଗି ଯାଇ ବୃଦ୍ଧ କୁ ଚାପୁଡ଼ା ମାରିଚାଲିଲେ । ଯେତେ ନେହୁରା ହେଲେ ବି ଛାଡୁନଥିଲେ ମହିଳା । ଚାପୁଡ଼ା ମାରିବା ର ଘଟଣା ଏବେ ସୋସିଆଲ ମିଡ଼ିଆ ଖୁବ ଭାଇରାଲ ବି ହେଉଛି । ତେବେ ପୋଲିସ ଥାନା ରେ ଏବଂ ପୋଲିସ ଙ୍କ ଆଗରେ ଏମିତି ଆଇନ କୁ ହାତକୁ ନେବା କେତେ ଦୂର ଠିକ ? ମହିଳା ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କାହିଁକି ନିଜେ ଏମିତି ପଦକ୍ଷେପ ନେଲେ ଜଣା ନାହିଁ ।

Leave a Reply

Your email address will not be published. Required fields are marked *