ରାଜ୍ୟ ଖବର

କରୋନା ରେ ମରିବା ଆଗରୁ କରିଥିଲେ ଲାଇଭ ଭିଡିଓ ରେକର୍ଡ, ଦେଖନ୍ତୁ ଭିଡ଼ିଓ

କେତେବେଳେ ଭଗବାନ କେଉଁ ପ୍ରକାର ଲୀଳା କରିବେ କିଏ ଜାଣନ୍ତି ନାହିଁ । କେତେବେଳେ ଦେଶ ପାଇଁ ଭଲ ପରିସ୍ଥିତି ଥିଲା ବେଳେ କେତେବେଳେ ଖରାପ ପରିସ୍ଥିତି ରହିଥାଏ । ତେବେ ସବୁ ପରିସ୍ଥିତି କୁ ସମସ୍ତେ ସାମ୍ନା କରିଥାନ୍ତି । ମହାମାରୀ ଏମିତି ଏକ କଥା ଯାହାକୁ ଶୁଣିଲେ ସମସ୍ତେ ଭୟ କରନ୍ତି । ଆସନ୍ତୁ ସେହି ସମ୍ପର୍କିତ ଖବର ଜାଣିବା ।

ଏବେ ଚାରିଆଡେ଼ ମହାମାରୀ ବ୍ୟାପିଛି । କୋଭିଡ଼ ଚାରିଆଡେ଼ ତାର ଛାୟା ଖେଳେଇ ରଖିଥିଲା । ଚାରିଆଡେ଼ ଭୟ ଖେଳି ହେଇରହିଥିଲା ଏବେ ମଧ୍ୟ କୋରନା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ । ଏହି ସମୟ ରେ ବହୁତ ଲୋକ ମାନେ ହଇରାଣ ବି ହେଇଛନ୍ତି । ମୁର୍ତ୍ୟୁ ର ସ୍ତର ବଢ଼ିବାରେ ଲାଗିଛି ।

 

ତେବେ ଏତେ ସବୁ ରେ ସମସ୍ତଙ୍କ ଆଶା ଓ ବିଶ୍ୱାସ କେବଳ ଭଗବାନ ଏବଂ ଡାକ୍ତର ଙ୍କ ଉପରେ । ସମସ୍ତେ ଆଶାରେ ଥାଆନ୍ତି ସେମାନେ ମେଡିକାଲ ଗଲେ ଭଲ ହେଇଯିବେ । ହେଲେ ସବୁ ମେଡିକାଲ ରେ କଣ ଠିକ ଭାବରେ ଚିକତ୍ସା କରାଯାଉଛି । ତେବେ ଜଣେ ସ୍ୱାସ୍ଥ୍ୟକର୍ମୀ ଅଂଶୁଳ କୋଭିଡ଼ ରେ ଆକ୍ରାନ୍ତ ହେବା ପରେ ମେଡ଼ିକାଲ ରେ ଭର୍ତି ହୋଇଥିଲେ । ତେବେ ସେ ମେଡିକାଲ ରେ ରହି ମୁର୍ତ୍ୟୁ ପୂର୍ବରୁ ଗୋଟେ ଭିଡ଼ିଓ କରିଥିଲେ ।

 

ଏହି ଭିଡ଼ିଓ ରେ ସେ କହିଛନ୍ତି କି ତାଙ୍କ ର ଠିକ ଭାବରେ ଚିକିତ୍ସା କରାଯାଉନାହିଁ । ନିଶ୍ୱାସ ନବାକୁ ଅସୁବିଧା ହେଉଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ,ଇଂଜେକସନ ବି କିଏ ଦେଉନାହାନ୍ତି ,କୌଣସି ସୁବିଧା ସୁଯୋଗ ନାହିଁ ବୋଲି ସେ କହିଥିଲେ

ତେବେ ଶେଷରେ ସେ ଜଣେ ସ୍ୱାସ୍ଥ୍ୟ କର୍ମୀ ହୋଇ ଯଦି ଏମିତି ଅବସ୍ଥା ରେ ରହିଛନ୍ତି ତେବେ ସାଧାରଣ ଲୋକଟିର କଣ ଚିକିତ୍ସା ହେଉଥିବ ସେ କହିଛନ୍ତି । ତେବେ ଏହି ବିପଦ ସମୟରେ ସମସ୍ତେ ନିଜର ଯତ୍ନ ଠିକସେ ନେଇ ,ସତର୍କ ହୋଇ ରହିବା ଦରକାର ।

Leave a Reply

Your email address will not be published. Required fields are marked *