ରାଜ୍ୟ ଖବରଭାଇରାଲ ଭିଡିଓ

ଓଟକୁ ଗଛରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ ଯୁବକ, ଠିକ ସେତିକିବେଳେ ଓଟ ରାଗିଗଲା, ଭିଡିଓରେ ଦେଖନ୍ତୁ ତାପରେ କଣ ହେଲା

ପଶୁମାନେ ମଧ୍ୟ ମଣିଷମାନଙ୍କ ଭଳି ହୋଇଥାନ୍ତି, ଯେତେବେଳେ ସେମାନଙ୍କୁ କେହି ହଇରାଣ କରିଥାଏ କିମ୍ବା କଏଦ କରିବାକୁ ଚେଷ୍ଟା କରେ ସେତେବେଳେ ସେମାନେ ବହୁତ ରାଗିଯାନ୍ତି ଏବଂ ସେମାନେ ଆକ୍ରମଣ ମଧ୍ୟ କରିଥାନ୍ତି | ଓଟ ହୁଏତ ଗୋଟିଏ ଶାନ୍ତ ସ୍ୱଭାବର ପଶୁ ଲାଗିଥାଏ, କିନ୍ତୁ ସେ ମଧ୍ୟ ବେଳେବେଳେ ବହୁତ ରାଗିଯାଏ | ତେବେ ତାକୁ ମଧ୍ୟ ସେତେବେଳେ ରାଗ ଲାଗେ, ଯେତେବେଳେ ତାକୁ କେହି ମା-ଡ ମାରେ କିମ୍ବା କାବୁ କରିବାକୁ ଚେଷ୍ଟା କରିଥାଏ | ଓଟର ଗୋଟିଏ ଭିଡିଓ ଆମକୁ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ଗୋଟିଏ ଓଟ ଏହିପରି କିଛି କରିଛି |

ଏହି ଭିଡିଓକୁ ଟ୍ୱିଟରରେ @lnstant_regret_ ଆକାଉଣ୍ଟରୁ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ୯୬ ହଜାର ୩୦୦ରୁ ଅଧିକଥର ଦେଖାଗଲାଣି | ସେହିପରି ଏହି ଭିଡିଓକୁ ୨୯୦୦ ରୁ ଅଧିକ ଲାଇକ ଏବଂ ୬୦୦ ରୁ ଅଧିକ ରିଟ୍ୱିଟ ମଧ୍ୟ ମିଳିଛି | ଏହି ଭିଡିଓରେ ଅନେକ ୟୁଜର୍ସ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଦୁଇଜଣ ଯୁବକ କୌଣସି ଏକ ସ୍ଥାନରେ ଗୋଟିଏ ବଡ଼ ଗଛରେ ଓଟକୁ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି |

ଜଣେ ଯୁବକ ଓଟ ବେକରେ ବନ୍ଧା ଯାଇଥିବା ରସିକୁ ଧରିଛନ୍ତି ଏବଂ ସେ ରସିକୁ ଧରି ଗଛ ଚାରିପଟେ ଗୁଡ଼ାଇ ତାକୁ ଟାଣି ଟାଇଟ କରିବାକୁ ଚେଷ୍ଟା କରୁଛି | ଦୁଇ ଯୁବକ ଏପରି କରିବାଦ୍ୱାରା ଓଟ ବହୁତ ରାଗିଯାଏ | ଓଟ ବହୁତ ଚେଷ୍ଟା କରେ ସେହି ଦୁଇଜଣ ଯୁବକଙ୍କଠାରୁ ମୁକୁଳି ପଳାଇ ଯିବାପାଇଁ, କିନ୍ତୁ ଦୁଇଜଣ ଯୁବକ ଗଛରେ ଓଟକୁ ବାନ୍ଧିବାପାଇଁ ଚେଷ୍ଟା ଜାରି ରଖିଛନ୍ତି | ଠିକ ସେତିକିବେଳେ ଜଣେ ଯୁବକ ଓଟ ବେକରେ ବନ୍ଧା ହୋଇଥିବା ରସିକୁ ଧରି ଟାଣିବାକୁ ଚେଷ୍ଟା କରିଥାଏ, ଯେଉଁଥିପାଇଁ ସେ ଡେଇଁ ଡେଇଁ ରସିକୁ ଧରିବାକୁ ଚେଷ୍ଟା କରିଥାଏ |

ଦେଖନ୍ତୁ ଭିଡିଓ :-

କିନ୍ତୁ ଓଟଟି ପୂର୍ବରୁ ହିଁ ରାଗିଥିଲା, ତେଣୁ ଯୁବକ ଡେଇଁ ଡେଇଁ ରସିକୁ ଧରିବାପାଇଁ ଚେଷ୍ଟା କରିବା ମାତ୍ରେ ଓଟ ଯୁବକଙ୍କ ବେକକୁ ନିଜ ପାଟିରେ ଧରିନିଏ ଏବଂ ଉଠାଇ ତଳେ କଚାଡି ଦିଏ | ଏହି ଭିଡିଓକୁ ଦେଖି ବିଶ୍ୱାସ କରନ୍ତୁ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଚିନ୍ତାରେ ପଡିଯିବେ ଯେ ପ୍ରକୃତରେ ଓଟ କୌଣସି ମଣିଷକୁ ନିଜ ପାଟିରେ ଦବାଇ ଉପରକୁ କିପରି ଉଠାଇପାରେ |

Leave a Reply

Your email address will not be published. Required fields are marked *