ରାଜ୍ୟ ଖବର

ଆସିଗଲା ନୂଆ ବର୍ଷ ର ନୂଆ Guideline ଜାଣନ୍ତୁ odisha governmment ଙ୍କ ନୂଆ ନିୟମ

ଜାରିହୋଇଛି ଗାଇଡ ଲାଇନ।ଜାନୁଆରୀ ରେ ବଣଭୋଜି କେହି କରିବେ ନାହିଁ।ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର କଟକଣା କଡାକଡି ଭାବେ କରିଛନ୍ତି।ଜାନୁଆରୀ ମାସରେ ସମସ୍ତ ପ୍ରକାର ସାମାଜିକ,ଧାର୍ମିକ ଉପରେ ରୋକ ଲଗାଯାଇଛି।

ସରକାରଙ୍କ ବଡ଼ ନିଷ୍ପତି କ୍ରମେ କୌଣସି ବଣଭୋଜି କରିପାରିବେ ନାହିଁ।ପାର୍କ,ବେଳାଭୂମି,ଅନ୍ୟାନ୍ୟ ସ୍ଥାନରେ ବଣଭୋଜି ଏହିସବୁ ବନ୍ଦ ରହିବ।ଜାନୁଆରୀ ୧ରୁ ଫେବୃଆରୀ୧ ପର୍ଯ୍ୟନ୍ତ କୌଣସି ହୋଟେଲ୍,ପାର୍କ,ମହଲ,ମଣ୍ଡପ,ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ,କୌଣସି ଶିକ୍ଷାନୁଷ୍ଠାନ ବନ୍ଦ୍ ରହିବ।

 

ସରକାରୀ କାର୍ଯ୍ୟକ୍ରମ ହେଉଥିଲେ ବି ଆଗୁଆ ଅନୁମତି ନେବାକୁ ପଡିବ।ସହରାଞ୍ଚଳରେ ନାଇଟି କର୍ଫ୍ୟୁ ମଧ୍ୟ ଜାରି ରହିବ।ସକାଳ୫ ରୁ ରାତି ୧୦ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ,ବଜାର ଖୋଲା ରହିବ।ରାତି ୧୦ରୁ ଦିନ୫ ଟା ପର୍ଯ୍ୟନ୍ତ ନାଇଟି କର୍ଫ୍ୟୁ ଜାରି ରହିବ।ବିବାହ,ବ୍ରତ ଘର ଏସବୁ ଲାଗି ରହିବ।

୨୫୦ ଜଣ ଲୋକଙ୍କୁ ନେଇ କାର୍ଯ୍ୟ କରାଯିବ।ଧର୍ମାନୁଷ୍ଠାନ ପ୍ରବେଶ ପାଇଁ କେଉଁ ପ୍ରକାର କୋଭିଡ କଟକଣା ରହିବ ତାହା ଜିଲ୍ଲା ପ୍ରଶାସନର ପୋଲିସ କମିଶନ ନିଷ୍ପତି ନେବେ।ଯେଉଁଠି ଲୋକମାନେ କୋଭିଡ କଟକଣା ମାନିବେ ନାହିଁ,ସେଠାରେ ଜୋରିମାନା ମଧ୍ୟ ଆଦାୟ କରିବେ।

Leave a Reply

Your email address will not be published. Required fields are marked *