ସୋସିଆଲ ମିଡିଆରେ ଆଜିକାଲି ଗୋଟିଏ ଅଢେଇ ବର୍ଷ ଝିଅର ଭିଡିଓ ବହୁତ ଦ୍ରୁତ ଗତିରେ ଭାଇରଲ ହେଉଛି | ଏହି ଝିଅକୁ ଦେଖି ଲୋକମାନେ ତାକୁ ‘Wonder Girl’ ର ସଂଜ୍ଞା ଦେଉଛନ୍ତି | ଏହି ଅଢେଇ ବର୍ଷର ଝିଅର ୨୦୦ ରୁ ଅଧିକ ଦେଶର ରାଜଧାନୀଗୁଡିକର ନାମ ପାଟିରେ ମନେ ଅଛି | ଆପଣ ଏହି ଝିଅର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଛୋଟ ଝିଅ ଦେଶଗୁଡିକର ସଠିକ ନାମ ମନେରଖିଛି |
ଏହି ରାଜଧାନୀଗୁଡିକର ଏପରି କିଛି ନାମ ଅଛି, ଯେଉଁଗୁଡିକୁ ବଡ଼ ବଡ଼ ଲୋକମାନେ ମଧ୍ୟ କହିପାରନ୍ତି ନାହିଁ | ଏହି ଝିଅ ପଲକ ନ ପକାଇ ଗୋଟିଏ ମୁହୂର୍ତ୍ତରେ ଦେଶର ରାଜଧାନୀଗୁଡିକର ନାମ କହିଦେଉଛି | ଏହି ଛୋଟ ଝିଅର ଭିଡିଓ ଛତିଶଗଡର ଆଇଏଏସ ଅଧିକାରୀ ପ୍ରିୟଙ୍କା ଶୁକ୍ଲା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରିଛନ୍ତି | ସୋସିଆଲ ମିଡିଆରେ ପ୍ରିୟଙ୍କା ଶୁକ୍ଲା ବହୁତ ଆକ୍ଟିଭ ଥାନ୍ତି, ସେ ଏହି ଭିଡିଓ ସେୟାର କରି ତାଙ୍କ ଫୋଲର୍ସମାନଙ୍କୁ ପଚାରିଥିଲେ ଯେ ସେମାନେ କେତୋଟି ଦେଶର ରାଜଧାନୀର ନାମ ଜାଣିଛନ୍ତି |
ସେ ଭିଡିଓ ସେୟାର କରି ଲେଖିଛନ୍ତି, ‘ ଆପଣଙ୍କୁ କେତୋଟି ଦେଶର ରାଜଧାନୀର ନାମ ଜଣାଅଛି ? ଏହି ଭିଡିଓ ମାଧ୍ୟମରେ ମିଶନ୍ତୁ ମୋ ସହଯୋଗୀ ପ୍ରଦୀପ ଟଣ୍ଡନଙ୍କ ଝିଅ ପ୍ରନୀନା ଟଣ୍ଡନଙ୍କ ସହିତ ! ମାତ୍ର ୨.୬ ବର୍ଷ ବୟସରେ ତାଙ୍କୁ ୨୦୫ ଦେଶଗୁଡିକର ରାଜଧାନୀର ନାମ କଣ୍ଠସ୍ଥ ରହିଛି | ପ୍ରଦୀପ କୁହନ୍ତି ଯେ ପ୍ରନୀନାଙ୍କ ସ୍ମୃତିଶକ୍ତି ଆରମ୍ଭରୁ ହିଁ ଅସାଧାରଣ ଅଟେ |
आपको कितने देश की राजधानियों के नाम पता हैं?
इस वीडियो के माध्यम से मिलिए मेरे सहयोगी @23Pradeep की बिटिया प्रनिना से!
मात्र 2.6 वर्ष की उम्र में इन्हें 205 देशों की राजधानियों के नाम कंठस्थ हैं।
प्रदीप बताते हैं कि प्रनिना की याददाश्त प्रारम्भ से ही असाधारण है। pic.twitter.com/Zz7KViSqhy— Dr. Priyanka Shukla (@PriyankaJShukla) June 1, 2021
କୁହାଯାଉଛି ଯେ ଭିଡ଼ିଓର ଆରମ୍ଭ ପ୍ରନୀନାଙ୍କଠାରୁ ହୋଇଥାଏ, ଯିଏକି କ୍ୟାମେରା ସାମ୍ନାରେ ଦେଖାଯାଉଛନ୍ତି | ଜଣେ ମହିଳା ପ୍ରନୀନାଙ୍କୁ ଗୋଟିଏ ପରେ ଗୋଟିଏ ଦେଶର ଅନେକ ରାଜଧାନୀର ନାମ ପଚାରୁଛନ୍ତି | ସେ ଆଫଗାନିସ୍ତାନର ରାଜଧାନୀରୁ ଆରମ୍ଭ କରନ୍ତି, ତା’ପରେ ଆର୍ମେନିଆ, ବହାରେନ, ଭୁଟାନ, ଇସ୍ରାଏଲ ଏବଂ ଜାପାନ ଭଳି ଦେଶର ରାଜଧାନୀର ନାମଗୁଡ଼ିକ ପଚାରନ୍ତି |
ପ୍ରନିନା ସେହି ସମସ୍ତ ଦେଶର ରାଜଧାନୀର ନାମ ଆଶ୍ଚର୍ଯ୍ୟଜନକ ଭାବରେ କହିଦେଲେ | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଏହି ଭିଡିଓକୁ ଟ୍ୱିଟରରେ ଏପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ଥର ଦେଖାଯାଇଛି | ଏହାସହିତ ୨୨୦୦ ରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି | ଟ୍ୱିଟର ୟୁଜର୍ସ ଝିଅଟିକୁ ଖୁବ ପ୍ରଶଂସା କରୁଅଛନ୍ତି ଏବଂ ତାକୁ ଭାରତର ‘ୱାଣ୍ଡର ଗର୍ଲ’ ବୋଲି ସଂଜ୍ଞା ଦେଉଛନ୍ତି |