ରାଜ୍ୟ ଖବରଭାଇରାଲ ଭିଡିଓ

ଦେଖନ୍ତୁ ଭିଡିଓ: ରାସ୍ତା ମଝିରେ ବସିଥିବା ସିଂହ ଏବଂ ସିଂହୀକୁ ଦେଖି ଗାଡ଼ିଗୁଡ଼ିକ ଠିଆ କରାଇ ଫଟୋ ଉଠାଇବାକୁ ଲାଗିପଡ଼ିଲେ ଲୋକମାନେ ଏବଂ ତା’ପରେ ..

ଜଙ୍ଗଲୀ ପଶୁମାନଙ୍କୁ ନିଜର ଆଖପାଖରେ ମଣିଷମାନଙ୍କ ବୁଲୁଥିବାର ଦେଖିଲେ, ସେମାନଙ୍କୁ ଟିକେ ବି ଭଲ ଲାଗେନାହିଁ | ତେଣୁ ସେମାନେ ଜଙ୍ଗଲରେ ମଣିଷମାନଙ୍କ ଦେଖିଲେ ଆକ୍ରମଣ କରିଦିଅନ୍ତି | ଏହା ସତ୍ତ୍ୱେ ମଧ୍ୟ ମଣିଷ ଜଙ୍ଗଲରେ ପହଞ୍ଚିଯାଏ, ବନ୍ୟପ୍ରାଣୀଙ୍କ ଫଟୋ ଉଠାଇ ଥାନ୍ତି | ଅନେକ ଥର ତ ବନ୍ୟଜନ୍ତୁମାନେ ସେମାନଙ୍କୁ ଆକ୍ରମଣ ମଧ୍ୟ କରିଦିଅନ୍ତି | ସୋସିଆଲ ମିଡିଆରେ ଆମକୁ ଏପରି ଗୋଟିଏ ଭିଡିଓ ଦେଖିବାକୁ ମିଳିଲା | ଯେଉଁଥିରେ ଦୁଇଟି ସିଂହ ଏବଂ ସିଂହୀ ଆସି ଜଙ୍ଗଲ ମଧ୍ୟଭାଗ ଦେଇ ଯାଉଥିବା ରାସ୍ତାରେ ବସିଥିଲେ | ଏହି ସମୟରେ ସେଠାରେ ଯାଉଥିବା କିଛି ଲୋକ ସେମାନଙ୍କ ଗାଡି ଅଟକାଇ ଫଟୋ ଉଠାଇବା ଆରମ୍ଭ କରିଦେଲେ |

ଠିକ ସେତିକିବେଳେ ସିଂହ ରାଗିଗଲା ଏବଂ ଏହା ପରେ କ’ଣ ହେଲା ଆପଣ ଏହି ଭିଡିଓରେ ଦେଖିପାରିବେ | ଏହି ଭିଡିଓଟି କ୍ରୁଗର ସାଇଟିଙ୍ଗ ନାମକ ୟୁଟ୍ୟୁବ ଚ୍ୟାନେଲରୁ ସେୟାର କରାଯାଇଛି | ଆପଣଙ୍କୁ କହିରଖୁଛି ଯେ କ୍ରୁଗର ନ୍ୟାସନାଲ ପାର୍କ ହେଉଛି ଦକ୍ଷିଣ ଆଫ୍ରିକା | ଏହି ପାର୍କ ଦେଇ ଅନେକ ନଦୀ ଅତିକ୍ରମ କରିଥାଏ, ତେଣୁ ଏହି ପାର୍କରେ ଅନେକ ପ୍ରାଣୀ ବାସ କରନ୍ତି | ଫବେନି ନାମକ ଏକ ନଦୀ ଏହି ପାର୍କ ଦେଇ ଯାଇଥାଏ | ଯେଉଁଠାରେ ୨୦୦୨ ମସିହାରେ ଏକ ଗେଟ ନିର୍ମାଣ କରାଯାଇଥିଲା | ଯାହାର ନାମ ଫବେନି ଗେଟ ଅଟେ | ଫବେନି ଗେଟ ପାଖରେ ପହଞ୍ଚିବା ପାଇଁ କ୍ରୁଗର ନେସନାଲ ପାର୍କରେ ଏକ ଲମ୍ବା ରାସ୍ତା ନିର୍ମାଣ କରାଯାଇଛି |

ଯାହା ଉପରେ ପ୍ରତିଦିନ ଅନେକ ଲୋକ ନିଜ ଗାଡିରେ ଫବେନି ଗେଟ ଦେଖିବା ପାଇଁ ଯାଇଥାନ୍ତି | ଏହି ରାସ୍ତାରେ ସିଂହ ଓ ସିଂହୀ ବସିଥିଲେ | ସେତେବେଳେ କିଛି ପର୍ଯ୍ୟଟକ ସିଂହ ଏବଂ ସିଂହୀଙ୍କର ଫଟୋ ଉଠାଇବା ପାଇଁ ସେମାନଙ୍କ ଗାଡି ଅଟକାଇ ଥିଲେ | ଅନେକ ପର୍ଯ୍ୟଟକ ସେମାନଙ୍କ ଗାଡିର ଝରକାର କାଚକୁ ତଳକୁ ଖସାଇ ସିଂହ ଓ ସିଂହୀଙ୍କର ଫଟୋ ଉଠାଇବା ଆରମ୍ଭ କଲେ | ସିଂହକୁ ଏସବୁ ଭଲ ଲାଗିଲା ନାହିଁ ଏବଂ ଠିଆ ହୋଇ ପର୍ଯ୍ୟଟକଙ୍କ ଉପରେ ଜୋରରେ ଗର୍ଜନ କରିବାକୁ ଲାଗିଲା |

ସିଂହର ଗର୍ଜନ ଶୁଣି ପର୍ଯ୍ୟଟକମାନେ ନିଜ ଗାଡ଼ିଗୁଡ଼ିକର କାଚକୁ ଉପରକୁ ଉଠାଇ ଦେଲେ | ଖୁସିର କଥା ଏହା ଯେ ସିଂହ ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣ କଲାନାହିଁ, ନଚେତ ସେ କାହାର ମଧ୍ୟ ଜୀବନ ନେଇପାରିଥାନ୍ତା | କୁହାଯାଉଛି ଯେ ପ୍ରାୟତଃ ଜଙ୍ଗଲୀ ପଶୁମାନେ ନିଜର ସୁରକ୍ଷା ବିପଦରେ ପଡ଼ିବାର ଦେଖିଲେ ଯାଇ ସେମାନେ ଆକ୍ରମଣ କରିଥାନ୍ତି |

Leave a Reply

Your email address will not be published. Required fields are marked *