ପୁରୀ ଶ୍ରୀ ମନ୍ଦିରରେ ମହିଳାଙ୍କ ଦେହରେ ହାତ ମାରୁଛି ପୋଲିସ। କାର୍ତ୍ତିକ ମାସର ପଞ୍ଚୁକ ଚାଲିଥିବା ବେଳେ ଶ୍ରୀମନ୍ଦିର ଆଗରେ ହଜାର ହଜାର ମହିଳା ଜମା ହେଇଥିଲେ। କିନ୍ତୁ ନୃଶଂସ ପୋଲିସ ମହିଳାଙ୍କୁ ସେଇଠି ଜାଣିଶୁଣି ଧକ୍କା ମାରୁଛି। ଆଉ ମହିଳାଙ୍କୁ ଧକ୍କା ମାରି ମାରି ମନ୍ଦିରକୁ ବାହାର୍ କରି ଦେଉଛି। ଏହି ଦୃଶ୍ୟ ହେଉଛି ପୁରୀ ଜଗନ୍ନାଥ ମନ୍ଦିରର ବାହାର ପଟ ର ଦୃଶ୍ୟ। ସହ ସହ ମହିଳା ଲାଇନ କରି ଠାକୁରଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି।ହେଲେ ନୃଶଂସ ପୋଲିସ ଅଫିସର୍ ଜଣକ କିଭଳି ଭାବରେ ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିବା ମହିଳା ମାନଙ୍କ ସହ ଦୁର୍ବ୍ୟବହାର କରିବାରେ ଲାଗିଛି।
ନୃଶଂସ ଜଣକ ମହିଳାଙ୍କୁ ଠେଲି ଠେଲି ଧକ୍କା ମାରି ମାରି ମନ୍ଦିର ସାମ୍ନା ରୁ ବିଦା କରି ଦେଇଛି। ଏବେ କାର୍ତ୍ତିକ ମାସ ର ଶେଷ ୫ ଦିନ ଚାଲିଛି ଯାହାକୁ କି ଆମେ ପଞ୍ଚୁକ ବୋଲି କହି ଥାଉ। ରାଜ୍ୟର ଅନେକ କୋଣ ଅନୁକୋଣ ରୁ ଲୋକମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି।କେମିତି ସେମାନେ ସୁରୁଖୁରୁ ରେ ଦର୍ଶନ କରି ପାରିବେ ସେଥିପାଇଁ ସେଠାରେ ପୋଲିସ ମାନଙ୍କୁ ନିଯୁକ୍ତି ଦିଆ ଯାଇଛି। ହେଲେ ନୃଶଂସ ପୋଲିସ ଜଣକ ଲୋକଙ୍କୁ ସୁରକ୍ଷା ଦେବ କଣ ନିଜେ ହିଁ ଲୋକ ମାନଙ୍କୁ ମାରିବା ଆରମ୍ଭ କରି ଦେଇଥିଲା।
ନିଜର ବାପା ମାଆ ବୟସର ମହିଳା ଓ ବୃଦ୍ଧ ମାନଙ୍କୁ ପୋଲିସ ଦୁର୍ବ୍ୟବହାର କରି ତାଙ୍କୁ ଠେଲି ଠେଲି ସେଠାରୁ ବାହାର କରି ଦେଉଥିଲା। ଯାହାର ଦୃଶ୍ୟ କ୍ୟାମେରା ରେ କଏଦ ହୋଇ ଯାଇଛି।ଆଉ ସାରା ଓଡ଼ିଶାରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ନୃଶଂସ ପୋଲିସ କୁ ନିଶ୍ଚିତ ଭାବରେ ଏକ ଉଚିତ ଶାସ୍ତି ମିଳିବା ଦରକାର୍। ପୋଲିସ ଜଣକ ପୋଲିସ ପୋଷାକ ପିନ୍ଧିଛି ବୋଲି ନିଜର ସବୁ ସୀମା କୁ ସେ ପାର କରି ଦେଇଛି। ଅମଣିଷ ଭଳି ହବି ଶିଆଳି ଙ୍କୁ କୁକୁର ମାନଙ୍କ ଭଳି ବ୍ଯବହାର କରିବାରେ ଲାଗିଛି। ତେବେ ଏହା ଦେଖି ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।