ଗତକାଲି ଫିଲ୍ମ୍ ପ୍ରଡ୍ୟୁସର୍ ମନୋଜ ମିଶ୍ର ସେ ଏକ ରିପୋର୍ଟ ଦେଇଥିଲେ ଚନ୍ଦ୍ରଶେଖରପୁର ଥାନାରେ। ସେ କହିଥିଲେ କି ତାଙ୍କୁ ଆଉଜଣେ ବ୍ୟକ୍ତି ଯିଏକି ହେଉଛନ୍ତି ବବି ଇସଲାମ ଧମକ ଦେବା ସହ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରୁଛି। ଏକ ଏଫଆଇଆର ଦେଇଥିଲେ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନ ରେ। ପରବର୍ତ୍ତୀ ମୁହୂର୍ତ୍ତ ରେ ବବି ଇସଲାମ ମଧ୍ୟ ଏକ ଏତଲା ଦେଇଥିଲେ କଟକ ର ଏକ ପୋଲିସ ଷ୍ଟେସନ ରେ।ଏହାପରେ ଉଭୟଙ୍କୁ ବସା ଯାଇ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରାଯାଇ ଥିଲା। ଏହି ଘଟଣା ସମ୍ପର୍କରେ ତାଙ୍କ ନିକଟରୁ ପଚାରି ମଧ୍ୟ ବୁଝିଥିଲେ।
ହେଲେ ତାଙ୍କ ଭିତରେ ଯେଉଁ ଆଲୋଚନା ହୋଇଥିଲା ସେଥିରୁ ପୋଲିସ ଏହା ଜାଣିବାକୁ ପାଇଲେ କି ସେମାନେ ବ୍ୟକ୍ତିଗତ ଭାବରେ ପରସ୍ପରକୁ ଆକ୍ଷେପ କରି ଚାଲିଛନ୍ତି। ସେଥିପାଇଁ ପୋଲିସ କହିଥିଲେ କି ତାଙ୍କର ଏଥିରେ କିଛି ବିଶେଷ ଭୂମିକା ନଥିଲା। ଯେହେତୁ ସେମାନେ,ଉଭୟ ଉଭୟଙ୍କ ନାମରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି କି ତାଙ୍କୁ ମାରପିଟ କରିବା ପାଇଁ ଧମକ ଦେଇଥିଲେ ସେଥିପାଇଁ ଦୁଇଟି ମୋକଦ୍ଦମା ମଧ୍ଯ ରୁଜୁ କରାଯାଇ ଥିଲା। ସେହି ଦୁଇଟି ମାମଲାର ଏବେ ତଦନ୍ତ ଚାଲିଛି।
ହେଲେ ସେ ଯେଉଁ ପରସ୍ପର କୁ ବ୍ୟକ୍ତିଗତ ଭାବରେ ଆକ୍ଷେପ କରିଛନ୍ତି ସେଥିରେ ପୋଲିସ ର କିଛି ହେଲେ ମଧ୍ୟ ଭୂମିକା ନାହିଁ ବୋଲି କହିଥିଲେ। ଏହାପରେ ଦୁହିଁକୁ କାଉନସିଲିଂ ମଧ୍ୟ କରାଯାଇ ଥିଲା।ଯାହା ପରେ କି କିଛି ଫାଇଦା ମଧ୍ୟ ହୋଇ ନଥିଲା। ଯାହାର ଭିଡିଓ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖି ପାରୁଥିବେ ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ସମ୍ପର୍କ ରେ ଆପଣଙ୍କ ମତାମତ କଣ ଏହା ଦେଖି ସାରିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।