Special Report

ହଠାତ ମାଡ଼ି ଆସିଲା ଅକାଳ ମୃତ୍ୟୁ। ଜଗାଙ୍କ ଦର୍ଶନ କରୁ କରୁ ଚାଲିଗଲା ଯୁବକଙ୍କ ଜୀବନ

 

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଦୁଃଖଦ ଖବର।ଗୋଟିଏ ଭଉଣୀ ପାଇଁ ତା ଭାଇ ହିଁ ସବୁ କିଛି ହୋଇ ଥାଏ।ପିଲା ବେଳୁ ଭାଇ ଭଉଣୀ ସାଙ୍ଗ ହୋଇ କେତେ ଖେଳି ଛନ୍ତି କେତେ ବୁଲିଛନ୍ତି।

ହେଲେ ହଟାତ ଯେତେବେଳେ ଭାଇ ସମସ୍ତଙ୍କୁ ଛାଡି ଚାଲି ଯାଏ ନା ବହୁତ ଦୁଃଖ ଲାଗି ଥାଏ। ଜଗା ଦର୍ଶନ କରିବାକୁ ଯାଇ ସବୁଦିନ ପାଇଁ ଜଗା ପାଖକୁ ଚାଲି ଗଲେ ଭାଇ ଜଣକ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ପୁଋଷଣ୍ଡ ପଞ୍ଚାୟତ ର ପୁରୁଷଣ୍ଡ ଗ୍ରାମ ରେ।

ସୂଚନା ଅନୁସାରେ ଯୁବକ ଜଣକ ତାଙ୍କ ନିଜ ଅଞ୍ଚଳ ର ଯୁକ୍ତ ୩ ତୃତୀୟ ବର୍ଷ ର ଛାତ୍ର ଥିଲେ।ହଟାତ ସେଦିନ ସେ ସାଙ୍ଗ ମାନଙ୍କ ସହିତ ପୁରୀ ଯିବାକୁ ବାହାରିଲେ।ଜଗା କୁ ଦର୍ଶନ କରି ବହୁତ ଜଲଦି ସେ ଘର କୁ ଫେରି ଆସିବେ ବୋଲି ନିଜ ଭଉଣୀ ଙ୍କୁ କହି ଯାଇ ଥିଲେ।

ହେଲେ ତାଙ୍କର ସେହି କଥା କଥା ରେ ରହି ଗଲା।ସେହି ଭଉଣୀ ର ଭାଇ ଆଉ ଘର କୁ ଫେରିଲା ନାହିଁ।ସେ ପୁରୀ ଟ୍ରେନ ରେ ବସି ଯାଉଥିଲା ବେଳେ ବାଟ ରେ ତାଙ୍କର ଦୁ-ର୍ଘ-ଟ-ଣା ଘଟିଥିଲା।ଟ୍ରେନ ରେ ନ ଆସିବା କାରଣ ରୁ ସାଙ୍ଗ ମାନେ ଅନେକ ଥର ତାଙ୍କୁ ଫୋନ୍ କଲେ।

କିଛି ସମୟ ପରେ ଗୋଟେ ଲୋକ ଫୋନ୍ କରି ଜଣାଇ ଥିଲେ ଯେ ଉକ୍ତ ଯୁବକ ଜଣକ ଆଉ ନାହାଁନ୍ତି।ତାଙ୍କ ମୃ-ତ ଦେହ ସେଠାରେ ପଡିଚି।ଏହା ପରେ ଯୁବକ ଙ୍କ ପରିବାର ଲୋକ ଙ୍କୁ ଏ ବିଷୟରେ ଖବର ଦିଆ ଯାଇଥିଲା।ପରିବାର ଲୋକେ ପୋଲିସ ନେଇ ସେ ସ୍ଥାନ କୁ ଯାଇଥିଲେ।

ସେଠାରେ ଦେଖିଲା ବେଳ କୁ ଯୁବକ ଙ୍କ ମୃ-ତ ଦେହ ପଡ଼ି ରହିଛି।ଏହା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା।ଏହା କୁ ଦେଖି ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।

ସେହି ଯୁବକ ଜଣକ ନିଜ ପରିବାର ର ଗୋଟିଏ ବୋଲି ପୁଅ ଥିଲେ।ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ।ତାଙ୍କ ଭଉଣୀ ଙ୍କୁ ଗଲା ବେଳେ କହି ଯାଇଥିଲେ କି ମୁଁ ଜଲଦି ଫେରି ଆସିବି ତୁ ବ୍ୟସ୍ତ ହବୁ ନାହିଁ।ଜଗା ଦର୍ଶନ କରିବାକୁ ଯାଇ ସେହି ଜଗା ତାକୁ ସବୁଦିନ ପାଇଁ ନେଇ ଗଲେ ବୋଲି ଲୋକ ମାନେ କହୁଛନ୍ତି।

Leave a Reply

Your email address will not be published. Required fields are marked *