କିଏ ସବୁଠାରୁ ଅଧିକ ଧନୀ, ଅମ୍ବାନୀ ନା ଆଦାନୀ?

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ବଢ଼ି ବଢ଼ି ଚାଲିଛି ଅମ୍ବାନୀ ଙ୍କ ସମ୍ପତ୍ତି। ଆଦାନୀ ଙ୍କୁ ପଛରେ ପକାଇ ଦେଇଛନ୍ତି ଅମ୍ବାନୀ। ମୁକେଶ ଅମ୍ବାନୀ ଙ୍କ ନଅ ବର୍ଷ ମଧ୍ୟରେ ବଢ଼ିଛି ୪ ଗୁଣା ଅଧିକ ସମ୍ପତ୍ତି।

ଧନୀ ତାଲିକାରେ ବର୍ତ୍ତମାନ ସମୟରେ ଆଗରେ ରହିଛନ୍ତି ମୁକେଶ ଅମ୍ବାନୀ। ନିଜ ସ୍ଥାନରେ ସ୍ଥିର ରହିବାରେ ତାଙ୍କର ଚେଷ୍ଟା ସଫଳ ହୋଇ ଚାଲିଛି। ମୁକେଶ ଅମ୍ବାନୀ ବର୍ତ୍ତମାନ ସମୟରେ ସମ୍ପତ୍ତି ମାମଲାରେ ଗୌତମ ଆଦାନୀ ଙ୍କୁ ପଛରେ ପକାଇ ଛନ୍ତି।

ରିପୋର୍ଟ ରେ ମଧ୍ୟ ଏହା ଦର୍ଶା ଯାଉଛି କି ମୁକେଶ ଅମ୍ବାନୀ , ଗୌତମ ଆଦାନୀ ଙ୍କୁ ପଛରେ ପକାଇ ଦେଇଛନ୍ତି। ଆଉ ଏବେ ସେ ଭାରତରେ ଧନୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଗୌତମ ଆଦାନୀ ଙ୍କ ସମ୍ପତ୍ତି ବର୍ତ୍ତମାନ ସମୟରେ ହ୍ରାସ ପାଇ ଥିବାର ଦେଖିବାକୁ ମିଳିଛି। ଇଣ୍ଡିଆ ରିଚ୍ ଲିଷ୍ଟ ର ତାଲିକା ଘୋଷଣା କରା ଯାଇଛି ଆଉ ଏହି ତାଲିକାରେ ଭାରତର ଅନେକ ଧନୀ ବ୍ୟକ୍ତି ଙ୍କ ନାମ ସାମିଲ୍ କରା ଯାଇଛି।

ମୁକେଶ ଅମ୍ବାନୀ ଙ୍କ ସମ୍ପତ୍ତି ୨୦୧୪ ମସିହାରେ ୧ ଲକ୍ଷ ୬୫ ହଜାର ୧୦୦ କୋଟି ଟଙ୍କା ଥିଲା। ହେଲେ ୨୦୨୩ ସୁଦ୍ଧା ଏହା ବୃଦ୍ଧି ପାଇ ୮ ଲକ୍ଷ ୮ ହଜାର ୭୦୦ କୋଟି ଟଙ୍କାରେ ପହଞ୍ଚି ଯାଇଛି।

ଅର୍ଥାତ ଗତ ନଅ ବର୍ଷ ମଧ୍ୟରେ ମୁକେଶ ଅମ୍ବାନୀ ଙ୍କ ସମ୍ପତ୍ତି ଚାରି ଗୁଣା ବୃଦ୍ଧି ପାଇଛି। ଜାରି କରାଯାଇଥିବା ଏହି ତାଲିକାରେ ଗୌତମ ଆଦାନୀ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।୨୦୨୩ ସୁଦ୍ଧା ତାଙ୍କର ମୋଟ ସମ୍ପତ୍ତି ୪ ଲକ୍ଷ ୭୪ ହଜାର ୮୦୦ କୋଟି ଟଙ୍କା ବୋଲି କୁହା ଯାଇଛି।

ସେଭଳି ସେରମ୍ ଇନଷ୍ଟିଚ୍ୟୁଟ ର ସଂସ୍ଥାପକ ଏସ ପୁନୱାଲା ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ୨ ଲକ୍ଷ ୭୫ ହଜାର ୫୦୦ କୋଟି ଟଙ୍କା ବୋଲି କୁହା ଯାଇଛି।

ହେଲେ ଏବେ ଏହା ସ୍ପଷ୍ଟ ହୋଇ ଯାଇଛି କି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଏହା ଉପରେ ଆପଣ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Leave a Comment

Your email address will not be published. Required fields are marked *

Scroll to Top