ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଶ୍ରାବଣ ମାସରେ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ହୋଇଥାଏ ଏହି ସବୁ ଲାଭ

ଆମ ଧର୍ମ ଗ୍ରନ୍ଥରେ ଏହା ବର୍ଣ୍ଣିତ ଅଛି ଯେ ଭଗବାନ ଶଙ୍କରଙ୍କ ଅଶ୍ରୁରୁ ରୁଦ୍ରାକ୍ଷ ସୃଷ୍ଟି ହୋଇଛି | ପିୟୁରାନିକା କଥା ଅନୁସାରେ ଯେତେବେଳେ ଭଗବାନ ଶଙ୍କର କୋଠାର ତପଃଶ୍ରୟ କରୁଥିଲେ ଓ ସେ ତପସ୍ୟା ପରେ ଯେତେବେଳେ ଆଖି ଖୋଲିଲେ ତାଙ୍କ ଆଖିରୁ ଲୁହ ବାହାରିଲା | ଏହାସହ ସେହି ଅଶ୍ରୁରୁ ହିଁ ରୁଦ୍ରାକ୍ଷ ଉତ୍ପତି ହୋଇଥିଲା | ଏଥିପାଇଁ ଭଗବାନ ଶଙ୍କରଙ୍କ ଅଶ୍ରୁରୁ ତିଆରି ହୋଇଥିବା ରୁଦ୍ରାକ୍ଷକୁ ପୂଜ୍ୟ ଓ ସମ୍ମାନନୀୟ ବୋଲି ମାନାଯାଏ |

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ରୁଦ୍ରାକ୍ଷକୁ ପିନ୍ଧିବା ଦ୍ୱାରା ଅନେକ ଲାଭ ହୁଏ ବୋଲି ବର୍ଣ୍ଣନା କରାଯାଇଛି | ଏହାକୁ ପିନ୍ଧିବା ଦ୍ୱାରା କେବଳ ଭଗବାନ ଶଙ୍କର ପ୍ରସନ୍ନ ହୋଇନଥାନ୍ତି ବରଂ ବିଭିନ୍ନ ପ୍ରକାର ରୋଗ ଏବଂ ଗ୍ରହାଃଦୋଷ ଦୂର ହୋଇଯାଇଥାଏ | ହିନ୍ଦୁ ଧର୍ମରେ ରୁଦ୍ରାକ୍ଷ ର ମହତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ |

ଶ୍ରାବଣ ମାସରେ ରୁଦ୍ରାକ୍ଷ ପିଣ୍ଡିବାକୁ ଅନେକ ଶୁଭ ଦାୟକ ବୋଲି ମାନାଯାଏ | କିନ୍ତୁ ଏହି ରୁଦ୍ରାକ୍ଷକୁ ଆପଣ ଏମିତିରେ ପିନ୍ଧନ୍ତୁ ନାହିଁ | କାରଣ ଏହା କୌଣସି ସାମାନ୍ୟ ବସ୍ତୁ ନୁହେଁ | ଯାହାକୁ ଆପଣ ବିନା ବୁଝିସୁଝି ପିନ୍ଧିଦେବେ | ଏହାକୁ ଧାରଣ କରିବା ପାଇଁ କିଛି ନିୟମ ବି ତିଆରି କରାଯାଇଛି | ଏହି ନିୟମକୁ ଆପଣ ନିଶ୍ଚିତ ଜାଣିବା ଦରକାର |

ଯଦି ଆପଣ ରୁଦ୍ରାକ୍ଷ ପିନ୍ଧିବାର ସଠିକ ନିୟମ ଜାଣି ନାହାନ୍ତି ତେବେ ରୁଦ୍ରାକ୍ଷକୁ ପିନ୍ଧିବା ବେଳେ ଆପଣ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ | ଯାହା ଦ୍ୱାରା ପଣଙ୍କର ଅନେକ ଲାଭ ହେବ | ରୁଦ୍ରାକ୍ଷକୁ ସଠିକ ଭାବେ ପିନ୍ଧିବା ଦ୍ୱାରା ଆପଣଙ୍କର ଅନେକ ଲାଭ ହୋଇଥାଏ | ରୁଦ୍ରାକ୍ଷକୁ ଧାରଣ କରିବାର ମାସ ହେଉଛି ଶ୍ରାବଣ ମାସ |

Leave a Reply

Your email address will not be published. Required fields are marked *