ରାଜ୍ୟ ଖବର

ଆଜି ବି ଆସୁଛି ବାତ୍ୟା ହେଲେ ନାହିଁ ସେଇ ଡେଙ୍ଗା ପତଳା ରିପୋର୍ଟର ଅରିନ୍ଦମ, ସତରେ ବହୁତ୍ ମନେପଡ଼ୁଛ ଭାଇ

ନ ଆସନ୍ତା କି ସେହି ଖରାପ ମୁହୂର୍ତ୍ତ । ଫେରି ଆସନ୍ତା କି ସମସ୍ତଙ୍କ ପ୍ରିୟ ସାମ୍ବାଦିକ । ସମସ୍ତଙ୍କ ମନ ମଧ୍ୟ ରୁ କେବେ ବି ପାସୋରି ଯିବେନି ସାହସୀ ସାମ୍ବାଦିକ ଅରିନ୍ଦମ ଦାସ । ସବୁ କିଛି ଗୋଟେ ମନ ର ଭ୍ରମ ହେଇଯାଆନ୍ତି କି , ପୁଣି ସମସ୍ତଙ୍କ ପାଖକୁ ଟିକି ନିକି ଖବର ଦବାକୁ ସେ ପ୍ରସ୍ତୁତ ହୁଅନ୍ତେ କି ?

ବାତ୍ୟା ଆସିଲାଣି ହେଲେ ନାହାନ୍ତି ବାତ୍ୟା ରେ ସମସ୍ତଙ୍କ ଖବର ବୁଝି ଟିକି ଟିକି ସମ୍ବାଦ ଦେଉଥିବା ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସ । ବାତ୍ୟା ଆସୁଛି । ଆଗକୁ ମଧ୍ୟ ବହୁତ୍ ବାତ୍ୟା ଆସିବ ହେଲେ ଆଉ ଫେରିବେନି ଅଫରନ୍ତା ରାଇଜ କୁ ଆପଣେଇ ନେଇଥିବା ଅରିନ୍ଦମ । ସମସ୍ତଙ୍କ ମନରେ ଜାଗା କରି ବାହୁଡ଼ି ଗଲେ ଅରିନ୍ଦମ ।

ଯେତେ ଭୟ ର ପରିସ୍ଥିତି ହେଉ ନା କାହିଁକି , ଯେତେ ପ୍ରଖର ପବନ ବୋହୁଥାଉ ନା କାହିଁକି, ପାଣି , ବର୍ଷା ଯେତେ ହେଉଥାଉ ନା କାହିଁକି ସବୁବେଳେ ସମସ୍ତଙ୍କ ଆଗରେ ଅରିନ୍ଦମ ଛିଡା ହେଇ ସମସ୍ତଙ୍କ ପାଖକୁ ନିଛକ ଭାବରେ ଖବର ଦେଇଥାନ୍ତି ।

ଭୟ କେବେ ବି ତାଙ୍କ ପାଖରେ ଦେଖିବାକୁ ମିଳି ନଥିଲା । ତାଙ୍କ ମୁହଁ ରେ କେବେ କ୍ଲାନ୍ତ ,ହାଲିଆ ହେବାର ଦୃଶ୍ୟ ଦେଖିବାକୁ ମିଳିନଥିଲା । ସବୁବେଳେ ଖବର ଦବାକୁ ସଜାଗ ହୋଇ ରହୁଥିଲେ ଅରିନ୍ଦମ ।

କାର୍ଯ୍ୟ କରିବାକୁ ବହୁତ୍ ଭଲ ପାଉଥିଲେ ସେ । ବାତ୍ୟା ଠାରୁ ଆରମ୍ଭ କରି ନଗଡା ର ଦାରୁଣ କଥା ପର୍ଯ୍ୟନ୍ତ ନଇବଢି ଠାରୁ ଟିକି ନିକି ସବୁ ଖବର ପହଞ୍ଚେଇ ବା କୁ ସେ ଆଗେଇ ଆସୁଥିଲେ ।

ଖାଲିଯେ କାର୍ଯ୍ଯ କରୁଥିଲେ ତା ନୁହେଁ ସେ ବହୁତ୍ ପରୋପକାରୀ ମଣିଷ ଥିଲେ । ସେଥିପାଇଁ ତ ସମସ୍ତଙ୍କ ମନ ରେ ଛାପ ଚାଡ଼ିଯାଇଛନ୍ତି ସେ । ତେବେ ସବୁବେଳେ ସମସ୍ତଙ୍କ ମନରେ ଜୀବିତ ରହିବେ ଅରିନ୍ଦମ ଦାସ ।

Leave a Reply

Your email address will not be published. Required fields are marked *