ରାଜ୍ୟ ଖବରଭାଇରାଲ ଭିଡିଓ

ପୋଖରୀ କୂଳରେ ଆରାମ କରୁଥିବା ଚିତାବାଘ ଉପରେ କୁମ୍ଭୀର କଲା ଆକ୍ରମଣ, ଭିଡିଓରେ ଦେଖନ୍ତୁ ତାପରେ କଣ ହେଲା

ଚିତାବାଘ ଏବଂ କୁମ୍ଭୀର ଉଭୟେ ହିଁ ଶିକାର ମାମଲାରେ ବହୁତ ଖତରନାକ ହୋଇଥାଏ | ସେମାନେ ନିଜ ଶିକାରକୁ ଗୋଟିଏ ମୁହୂର୍ତ୍ତରେ ହିଁ ଧରି ଖାଇଯାନ୍ତି | କୁମ୍ଭୀର ତ ନିଜ ଶିକାରକୁ ଜିଅନ୍ତା ଗିଳି ଦେଇଥାଏ | ସେହିପରି ଚିତାବାଘ ନିଜ ଶିକାରକୁ ନେଇ ଗଛ ଉପରକୁ ଚଢି ଯାଇଥାଏ, ଯେପରିକି ତାର ଶିକାରକୁ କୌଣସି ଅନ୍ୟ ଜୀବଜନ୍ତୁ ଖାଇପାରିବେ ନାହିଁ | ବେଳେବେଳେ ଏପରି କିଛି ହୋଇଯାଏ ଯେ ଉଭୟ ଶିକାରୀ ପରସ୍ପରକୁ ଶିକାର କରିବାପାଇଁ ଚେଷ୍ଟା କରିଥାନ୍ତି | ଯେତେବେଳେ ଏପରି ହୁଏ, ସେତେବେଳେ କଣ ହୋଇଥାଏ ? ଏହି ପ୍ରଶ୍ନର ଉତ୍ତର ଆମକୁ ଗୋଟିଏ ଭିଡିଓରୁ ମିଳିଛି | ସେହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି |

ଯେଉଁଥିରେ କୌଣସି ଏକ ପୋଖରୀ କୂଳରେ ଆରାମ କରୁଥିବା ଗୋଟିଏ ଚିତାବାଘ ଉପରେ ଗୋଟିଏ କୁମ୍ଭୀର ଆକ୍ରମଣ କରିଦେଲା | ତାପରେ କଣ ହେଲା ଏହା ଆପଣ ଏହି ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ଭାରତୀୟ ବନସେବାର ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ଏହି ଭିଡିଓକୁ ସେୟାର କରିବାପରେ ଏହା ଭାଇରଲ ହୋଇଗଲା | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକଥର ଦେଖାଗଲାଣି | ସେହିପରି ଏହି ଭିଡିଓକୁ ୧୭୦୦ ଲାଇକ ଏବଂ ୨୩୭ ଟି ରିଟ୍ୱିଟ ମଧ୍ୟ ଏହି ଭିଡିଓକୁ ମିଳିଛି | ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ପୋଖରୀ କୂଳରେ ଗୋଟିଏ ଚିତାବାଘ ବସିଛି |

ସେ ପୋଖରୀକୁ ତୀକ୍ଷ୍ଣ ନଜରରେ ଦେଖୁଛି | ଠିକ ସେତିକିବେଳେ ଗୋଟିଏ କୁମ୍ଭୀର ତାଉପରେ ଆକ୍ରମଣ କରିଦିଏ | କୁମ୍ଭୀର ଅଚାନକ ଆକ୍ରମଣ କରିଦିଏ, କିନ୍ତୁ ଚିତାବାଘ ଏତେ ଚତୁର ଯେ ସେ କୁମ୍ଭୀରର ଆକ୍ରମଣରୁ ରକ୍ଷା ପାଇବାପାଇଁ ଗୋଟିଏ ଲମ୍ବା ଡିଆଁ ମାରେ ଏବଂ ପୋଖରୀରୁ ଦୁରକୁ ଯାଇ ପଡେ | ତାପରେ ସେ ଦ୍ରୁତ ଗତିରେ ପାଣିରୁ ବାହାରକୁ ଚାଲିଆସେ | ସେହିପରି କୁମ୍ଭୀର ମଧ୍ୟ କିଛି ବାଟ ତାକୁ ପିଛା କରେ, କିନ୍ତୁ ସେ ଚିତାବାଘକୁ ଧରି ପାରେ ନାହିଁ | ଏହିପରି ଭାବେ ଚିତାବାଘର ଜୀବନ ଅଳ୍ପକେ ବଞ୍ଚିଯାଏ | ଯଦି ଚିତାବାଘ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ଭୁଲ କରି ଦେଇଥାନ୍ତା, ତେବେ କୁମ୍ଭୀର ତାକୁ ଶିକାର କରି ଦେଇଥାନ୍ତା |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ସେୟାର କରି ସୁଶାନ୍ତ ନନ୍ଦା ଲେଖିଛନ୍ତି, ସେହି ଜୀବନରେ ଡିଆଁ ମାର, ଯାହାକୁ ଆପଣ ବଞ୍ଚିବାପାଇଁ ଅଛନ୍ତି … ଏହି ଭିଡିଓରେ ଅନେକ ୟୁଜର୍ସ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି | ଜଣେ ୟୁଜର ଲେଖିଛନ୍ତି, ସୁପର ପରଫରମାନ୍ସ | ସେହିପରି ଜଣେ ଅନ୍ୟ ବ୍ୟକ୍ତି ଲେଖିଛନ୍ତି, ସେ ଶକ୍ତିଶାଳୀ ଥିଲା |

Leave a Reply

Your email address will not be published. Required fields are marked *