ରାଜ୍ୟ ଖବର

ଆର୍ଯ୍ୟାନ୍ ଙ୍କୁ ସୁନା ପିଲା ହେବାର ମିଳିଲା ସାର୍ଟିଫିକେଟ, କୋର୍ଟ ରେ ମିଳିଲାନି କିଛି ପ୍ରମାଣ, ଏବେ ସେ ମୁକ୍ତ..

ଆପଣ ମାନେ ବିଭିନ୍ନ ଘଟଣା ର ଅନ୍ତ ହେଇଥିବା ଦେଖିଥିବେ । ବିଭିନ୍ନ ଘଟଣା ର ବହୁତ ତଦନ୍ତ ହେଇଥିଲେ ମଧ୍ୟ କିଛି ଘଟଣା କେତେବେଳେ କେଉଁ ମୋଡ ନେଇଥାଏ ଜଣା ପଡେ ନାହିଁ । ଆପଣ ମାନେ କିଛି ଘଟଣା ସମ୍ପର୍କରେ ଜାଣିବିନଥିବେ କାରଣ ସବୁ ଘଟଣା ବାହାରକୁ ଆସିନଥାଏ । ଆପଣ ମାନେ ଶୁଣିଥିବେ ବେଳେ ବେଳେ ଦୋଷୀ ଟି ନିର୍ଦୋଷ ହେଇଯାଇଥାଏ ଏବଂ ନିର୍ଦୋଷ ଦଣ୍ଡ ପାଇଥାଏ ।

ଆପଣ ମାନେ ବଲିଉଡ ର ବହୁତ ଫେମସ ହିରୋ ତଥା କିଙ୍ଗଖାନ ଙ୍କୁ ତ ଜାଣିଥିବେ । ଏବଂ ତାଙ୍କ ପୁଅ ଆର୍ଯ୍ୟନ ଖାନ ଯେଉଁ ପରି ଭାବରେ ଡ୍ରଗ୍ସ ପାର୍ଟି ରେ ଧରା ପଡି ଗିରଫ ହୋଇଥିଲେ ତାହା ତ ଆପଣ ମାନେ ଜାଣିଥିବେ । ଆର୍ଯ୍ୟନ ଖାନ ଯେପରି ଭାବରେ କଷ୍ଟେ ମଷ୍ଟେ ଜେଲ ରେ ରହିଥିଲେ ସେହି ଖବର ତ ଆପଣ ମାନେ ଶୁଣିଛନ୍ତି । କେବଳ ବିସ୍କୁଟ ଖାଇ ଓ ଘରୁ ନେଇଥିବା ପାଣି ପିଇ ସେ ଜେଲ ରେ ଦିନ କାଟୁଥିଲେ । ବାପା ଶାହରୁଖ ଖାନ ପୁଅ ର ବେଲ ହେବା ପାଇଁ ବହୁତ ଚେଷ୍ଟା କରିଥିଲେ । ଭଲ ରୁ ଭଲ ଓକିଲ ଙ୍କ ସହାୟତା ନେଉଥିଲେ ସେ ।

ଏନସିବି ଅଫିସର ମଧ୍ୟ ଏହି ଡ୍ରଗ୍ସ ମାମଲା କୁ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବରେ ଯାଞ୍ଚ କରୁଥିଲେ । ଏବଂ ଏହି ଡ୍ରଗ୍ସ ମାମଲା ରେ ଆର୍ଯ୍ୟନ ଙ୍କ ଫୋନ ଚାଟ ରୁ ବହୁତ କିଛି ତଥ୍ୟ ମିଳିଛି ବୋଲି କହିଥିଲେ ଏବଂ ଏହି ଡ୍ରଗ୍ସ ମାମଲା ରେ ବିଦେଶ ର ଲିଙ୍କ ଥିବା କଥା କୁହାଯାଇଥିଲା । ଏବଂ ବହୁତ କିଛି ଜଣକ ଏହି ଘଟଣା ରେ ହସ୍ତକ୍ଷେପ କଥା କହୁଥିଲେ ଏବଂ ଆର୍ଯ୍ୟନ ଙ୍କ ପାଖରୁ ବହୁତ କିଛି ଡ୍ରଗ୍ସ କୁ ନେଇ ତଥ୍ୟ ମିଳିଥିବା କୁହାଯାଇଥିଲା । ମୁନମୁନ , ଅରବାଜ ,ଏବଂ ଆର୍ଯ୍ୟନ ଙ୍କ ଏକାଠି କିଛି ଷଡ଼ଯନ୍ତ୍ର କରୁଥିବା ମଧ୍ୟ ଖବର ଆସିଥିଲା । ଏବଂ ଯେଉଁଥିପାଇଁ ଏନସିବି ଅଧିକାରୀ ମାନେ ଆର୍ଯ୍ୟନ ଙ୍କୁ ଜେଲ ରେ ଅଧିକା ଦିନ ରହିବା କଥା କହୁଥିଲେ ଏବଂ ତାଙ୍କୁ ବେଲ ନ ମିଳୁ ବୋଲି ଚେଷ୍ଟା କରୁଥିଲେ । ବହୁତ କିଛି ପ୍ରମାଣ ବି ତାଙ୍କ ବିରୁଦ୍ଧରେ ରଖିଥିଲେ ।

ହେଲେ ବହୁତ ଦିନ ପରେ ଆର୍ଯ୍ୟନ ଙ୍କୁ ବେଲ ମିଳିଛି । ଏବଂ ସେହି ବେଲ ଅର୍ଡର ରେ ସ୍ପଷ୍ଟ ଭାବରେ ଆର୍ଯ୍ୟନ ଙ୍କ ବିରୁଦ୍ଧରେ ସବୁ ପ୍ରମାଣ ଠିକ ନୁହେଁ ବୋଲି କହିଥିଲେ । ଆର୍ଯ୍ୟନ ,ମୁନମୁନ କିମ୍ବା ଅନ୍ୟ ସାଥି ମିଶି କୌଣସି ଷଡ଼ଯନ୍ତ୍ର କରିନଥିବା ବି ସ୍ପଷ୍ଟ ହୋଇଛି ,ଏମତି କି ଆର୍ଯ୍ୟନ ଙ୍କ ପାଖରୁ କିଛି ବି ଡ୍ରଗ୍ସ ମିଳିନଥିଲା ଏବଂ ତାଙ୍କ ଫୋନ ଚାଟ ରୁ ମଧ୍ୟ ସେମିତି କିଛି ବି ତଥ୍ୟ ମିଳି ନାହିଁ ।

ତେବେ ଏନସିବି ଙ୍କ ଏହି ପରି ଭାବରେ ପୁର୍ବରୁ ଆର୍ଯ୍ୟନ ଙ୍କ ବିରୁଦ୍ଧରେ ଗୋଟେ ପରେ ଗୋଟେ ଅଭିଯୋଗ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତେବେ ଆର୍ଯ୍ୟନ ଙ୍କ କୌଣସି ହସ୍ତକ୍ଷେପ ନଥିବା ଜଣାଯାଉଛି ଏବଂ ତାଙ୍କୁ ବେଲ ବି ମିଲିସାରିଛି । ତେବେ ଆଗକୁ ଏହି ଘଟଣା ପୁଣି କେଉଁ ମୋଡ ନେବ ଆଗାମୀ ଦିନର ଜଣାଯିବ ।

Leave a Reply

Your email address will not be published. Required fields are marked *