ରାଜ୍ୟ ଖବର

ଏମିତି ମଣିଷ କେବେ ଦେଖି ନଥିବେ ” ସର୍ବଗିଳା ଲକ୍ଷ୍ମୀଛଡା ” କଞ୍ଚା ରନ୍ଧା ସବୁ ଖାଇଦେବେ kg ଆକାର ରେ ଦେଖନ୍ତୁ ଦେଖାଇଲେ Demo

କଟକର ରଞ୍ଜନ କୁମାର ସାହୁ ଅକ୍ଷୟ ମହାନ୍ତିଙ୍କ ଗାଁ ବାଙ୍କୀ ମୁଣ୍ଡେଇ,କେନ୍ଦ୍ରାପଡ଼ା ରେ ରୁହନ୍ତି।ସେ କହିଛନ୍ତି ତାଙ୍କୁ ସର୍ବଗିଳା ନହେଲେ ଲକ୍ଷ୍ମୀଛଡ଼ା ବୋଲି କଟକିଆ ମାନେ ଡ଼ାକିଥାନ୍ତି।ଯାହା ମିଳେ ଖାଇବାକୁ ଖାଇଥାନ୍ତି।

ଯଦି ବି କୌଣସି ଭୋଜି କୁ ଯାଇଥିବେ କିଲେ ମଟନ୍‌ ଖାଇଦେଇ ପାଣି ପିଇ ପଳେଇଆସିଥାନ୍ତି।ଭାତ,ରୁଟି କିଛି ତରକାରୀ ଥାଉ କି ନଥାଉ ସେ ଯାହା ବି ଥିବ ଲୁଣିଆ ହେଉ କି ଅଳଣା ଖାଇଥାନ୍ତି ।ଏବଂ ହଜମ ମଧ୍ୟ ସହଜରେ କରିପାରନ୍ତି।ଖା

ଦ୍ୟ ଖାଇଥିଲେ ବି ଯଦି ଆଉ ଥରେ ଖାଇବାକୁ ଦେବେ, ସେହି ଖାଦ୍ୟ କୁ ମଧ୍ୟ ଖାଇଦେବେ।ଯେତେ ଖାଇଲେ ବି ପେଟରେ ଗୋଟେ ମିଲ୍ ପାଇଁ ଫାଙ୍କା ରଖିଥାନ୍ତି । ଏବଂ ବହୁତ ଜଲ୍ଦୀ ଖାଇଥାନ୍ତି।

ନିଆଁ ଖାଇବା ,କଞ୍ଚା ମାଛ ଶୁଖୁଆ ଆଉ ଗଛ ପତ୍ର ଯେତେ ପତ୍ର ପରିବା ଅଛି ଖାଆନ୍ତି।ସେ କିଛି ନୂଆ କରିବା ପାଇଁ ଏହି ପ୍ରୟାସ କରିଛନ୍ତି।ସେ ବାଇଗଣ, କଲରା, ଗାଜର ଆଦି ପରିବା ଖାଇଥାନ୍ତି।ମସଲା,ଆମିଷ କମ୍ ଖାଆନ୍ତି।କିନ୍ତୁ ସିଝା ଆଉ କଞ୍ଚା ଖାଇଥାନ୍ତି ।

ରଞ୍ଜନଙ୍କ ଖାଇବା ପାଇଁ ପତ୍ନୀଙ୍କର କୌଣସି ଅସୁବିଧା ନଥାଏ। ସେ ଯୁଆଡେ ଗଲେ ବି ତାଙ୍କୁ କଣ ଖାଇବ, କଣ ନାହିଁ କିଛି ପଚାରନ୍ତିନି ,ସେ ଯାହା ବି ଥିବା ସବୁ ଖାଇଥାନ୍ତି।

ରଞ୍ଜନ କହିଛନ୍ତି ପ୍ରଥମେ ଘୃଣା ଲାଗିବ ଏସବୁ ଖାଇଲେ ଆଇଂଶିଆ ଗନ୍ଧ ହେବ। ଯାହା ଫଳରେ ପାଟି ରେ ନେବା ପାଇଁ କୁଣ୍ଠାବୋଧ କରିବେ।

ଆଉ ଥରେ ଯଦି ପାଟିରେ ପକେଇଦେଲେ ତାହେଲେ ଆରାମ ସେ ଖାଇପାରିବେ।ଦୁଇ ମିନିଟରେ ମୋଟା ମୋଟା କାଠିଆ କଦଳୀ ସତର ଟା ଖାଇ ଓଡ଼ିଶା ସରକାରଙ୍କ “ହଡ୍ଡି କଲ୍ଚର୍” ତରଫରୁ ପୁରସ୍କୃତ ହୋଇଛନ୍ତି।

ତାଙ୍କର ସବୁବେଳେ ଲକ୍ଷ୍ୟ ଯେ ଓଡ଼ିଶାରେ ପରିଚିତ ହେବେ ଏଵଂ ଜଣେ ହାସ୍ୟ କବି ଭାବେ , ଆଧ୍ୟାତ୍ମିକତା ଉପରେ କଥା ବି କୁହନ୍ତି। ଡାକ୍ତର କହିଛନ୍ତି ଶରୀର ଉପରେ ଏହା ଖରାପ ପ୍ରଭାବ ମଧ୍ୟ ପଡ଼ିପାରେ।

କିନ୍ତୁ ରଞ୍ଜନ କହିଥିଲେ ମୁଁ ବିଡି, ମଦ, ଚା, ପାନ କିଛି ଖାଏନି।ଏଇଟା ମଦ ଠାରୁ ଭଲ ବୋଲି କହିଛନ୍ତି।ଆଉ ମଧ୍ୟ କହିଛନ୍ତି ସେ ସବୁଦିନ ଏମିତି ଖାଆନ୍ତି ନାହିଁ।ଏବଂ କଞ୍ଚା ପରିବା ଆମେ ଖାଇବା କଥା ।

Leave a Reply

Your email address will not be published. Required fields are marked *