ଆସିଲା ବଡ଼ ଦୁଃଖ ଖବର, ଆଉ ନାହାନ୍ତି ଏହି ପ୍ରିୟ ଅଭିନେତା, ଅଚାନକ ହେଲା ମୃତ୍ୟୁ

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ସଂପାଦକ ଅଶୋକ ଶର୍ମା ଆଉ ନାହାନ୍ତି। ଗତକାଲି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଏବଂ ସେ ନି-ମୋ-ନି-ଆ ରେ ପୀ-ଡି-ତ ହୋଇ ଚିକିତ୍ସିତ ହେଉଥିଲେ। ପୂର୍ବରୁ ତାଙ୍କ ପତ୍ନୀଙ୍କର ମଧ୍ୟ ଦେ-ହା-ନ୍ତ ହୋଇସାରିଛି। ତାଙ୍କର ଦୁଇ କନ୍ୟା ଅଛନ୍ତି। ଏବଂ ଅଶୋକ ଶର୍ମା ଜଣେ ପଞ୍ଜାବୀ।

ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦେଶନା କ୍ଷେତ୍ରରେ କାମ କରିବାକୁ ମୁମ୍ବାଇରୁ ଓଡ଼ିଶା ଆସିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପ୍ରଶାନ୍ତ ନନ୍ଦଙ୍କ ସମେତ କେତେକ ନିର୍ଦେଶକଙ୍କ ସହକାରୀ ଭାବେ କାର୍ଯ୍ୟ କଲେ। ପରେ ସେ ଜୟଦେବ ପୁରସ୍କାରପ୍ରାପ୍ତ ଏଡିଟର୍ ରବି ପଟ୍ଟନାୟକଙ୍କ ସଂପାଦନା ସହକାରୀ ଭାବେ କାମ କଲେ।

ଓଲିଉଡର ଅଲରାଉଣ୍ଡର ଭାବେ ପରିଚିତ ଅରୁଣ ମହାନ୍ତି ଅଶୋକ ଶର୍ମାଙ୍କୁ ତାଙ୍କ ନିର୍ଦେଶିତ ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’ରେ ଏଡିଟର ଭାବେ ବ୍ରେକ୍ ଦେଇଥିଲେ।

ଏହାପରେ ସେ ୮୦ରୁ ଅଧିକ ଓଡ଼ିଆ ଛବିରେ ଏଡିଟର ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସଂପାଦିତ କେତେକ ପ୍ରମୁଖ ସିନେମା ହେଲା ‘ସାକ୍ଷୀ ରହିବ ମୋ ଶଙ୍ଖାସିନ୍ଦୂର’, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗି ଦେଲା ସୁନା ସଂସାର,

ପ୍ରେମ ସବୁଠୁ ବଳବାନ୍, ବାପା, ମା ଗୋଜବାୟାଣୀ, ମାତୃଶକ୍ତି, ମା ମଙ୍ଗଳା, ସତ ମିଛ, ତୁ ମୋ ଆଖିର ତାରା, ଭାଗ୍ୟଚକ୍ର, ତତେ ମୋ ରାଣ, ବାହୁଡ଼ିବେ ମୋ ଜଗାବଳିଆ, ସତ୍ୟମେବ ଜୟତେ, ସାତ ସୂରେ ବନ୍ଧା ମୋ ଜୀବନ ଏବଂ ମୋ କୋଳ ତୋ ଝୁଲଣା ଆଦି।

ଅଶୋକ ଶର୍ମା ‘ପ୍ରତିଶୋଧ ଅପରାଧ ନୁହେଁ’ ଓ ‘ମମତାର ମନ୍ଦିର’ ଶୀର୍ଷକରେ ଦୁଇଟି ଓଡ଼ିଆ ଛବିର ନିର୍ଦେଶନା ଦେଇଥିଲେ। ଏଥିମଧ୍ୟରୁ ପ୍ରଥମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।

ମାତ୍ର ଦ୍ବିତୀୟ ଛବିଟିର ସେନ୍ସର ସରିଥିଲେ ବି କୌଣସି କାରଣରୁ ରିଲିଜ୍ ହୋଇପାରି ନଥିଲା। ଅଶୋକ ଶର୍ମାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। ତେବେ ବନ୍ଧୁଗଣ ସତ୍ୟନଗର ଶ୍ମଶାନରେ ଅଶୋକ ଶର୍ମାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Leave a Comment