ବିବାଦୀୟ ରାନୀ ପଣ୍ଡା ଲାଇଭ ଆସି କହିଲେ ଏପରି..ମୋତେ MLA କରିଦିଅ, ମୁଁ ସବୁ ଠିକ୍ କରିଦେବି…

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ କଳାକାର ମାନେ ନିଜର ଦମଦାର ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟରେ ଘର କରି ବସିଲେଣି,

କିନ୍ତୁ ସେହି ସେଲିବ୍ରେଟି ମାନଙ୍କ ମଧ୍ୟରୁ କିଛି ବିଶେଷ ଅଭିନେତା ତଥା ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ଗହଣରେ ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚାରେ ରହି ଆସନ୍ତି। ତେବେ ବନ୍ଧୁଗଣ ଆଜିର ସମୟରେ ରାଣୀ ପଣ୍ଡାଙ୍କୁ କିଏ ବା ନ ଜାଣିଛି।

କିଛି ଲୋକ ତାଙ୍କୁ ଜଣେ ଯାତ୍ରା ବାଲି କହୁଥିବା ବେଳେ କିଛି ଲୋକ ତାଙ୍କୁ ଜଣେ ଭଲ ମଣିଷ ବୋଲି କୁହନ୍ତି। ସେ ନିଜ ଟଙ୍କାରେ ଅନେକ ଲୋକଙ୍କୁ ସାହାଯ୍ୟ କରନ୍ତି। ତାଙ୍କ ଦୁଃଖିରେ ଦୁଃଖୀ ହୁଅନ୍ତି। ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ରାଣୀ ପଣ୍ଡାଙ୍କର ପୁଣି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାଣୀ ପଣ୍ଡା କହିଛନ୍ତି, ବହୁତ ଲୋକ ତାଙ୍କୁ କଲ ଆଉ ମେସେଜ କରି ତାଙ୍କୁ ସାହାଯ୍ୟ ମାଗୁଛନ୍ତି।

ହେଲେ ସେମାନେ ଜାଣିବା ଦରକାର ଯେ, ରାଣୀ ପଣ୍ଡା ଗୋଟିଏ କୋଟିପତି ଲୋକ ନୁହଁ। ରାଣୀ ପଣ୍ଡା ଏକ ଛୋଟ କଳାକାର ଟିଏ। ମଞ୍ଚ ଉପରେ ରାତି ରାତି ଅନିଦ୍ରା ହୋଇ ଖଟିବ, ଆଉ ତାପରେ ଲୋକଙ୍କୁ ଯାଇ ସାହାଯ୍ୟ କରିବା।

ଯେଉଁ ନେତା ମନ୍ତ୍ରୀ ମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରୁଚ ତାଙ୍କୁ ସାହାଯ୍ୟ ମାଗିବା ପାଇଁ ରାଣୀ ପଣ୍ଡା କହିଛନ୍ତି। ଏବଂ ସେ କହିଛନ୍ତି, ଏଥର ତାଙ୍କୁ ଯିଏ ସାହାଯ୍ୟ ମାଗିବ, ସେ ପ୍ରଥମେ ରାଣୀ ପଣ୍ଡାଙ୍କୁ ତାଙ୍କ ଏରିଆର ଏମଏଲ୍ଏ କରି ଠିଆ କରନ୍ତୁ।

ତାପରେ ତାଙ୍କୁ ଭୋଟ ଦିଅନ୍ତୁ ଆଉ ତାପରେ ରାଣୀ ପଣ୍ଡାଙ୍କୁ ସାହାଯ୍ୟ ମାଗିବ। ଏବଂ କହିଛନ୍ତି ମୋର ଟ୍ରଲର ଚାଲୁନି ସମସ୍ତଙ୍କୁ ସାହାଯ୍ୟ କରିବି, ଅନିନ୍ଦ୍ରା ହେଇ ପେଣ୍ଡାଲରେ ନାଚିଲେ ଦି ପଇସା ପାଏ।

ଆଉ ଯଦି ସେ ପ୍ରୋଗ୍ରାମ ନକରି କାମ ନକରିବେ ତେବେ ଲୋକଙ୍କୁ ସାହାଯ୍ୟ କେମିତି କରିବେ ବୋଲି କହିଛନ୍ତି। ତେଣୁ ସେ କାହାକୁ ସାହାଯ୍ୟ କରିବେ କି ନକରିବେ ସେଇଟା ତାଙ୍କର ବ୍ୟକ୍ତିଗତ କଥା ବୋଲି ରାଣୀ ପଣ୍ଡା କହିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top