Special Report

ଆସିଲା ପୋଷ୍ଟ ଅଫିସର ନୂଆ ସ୍କିମ୍, ଅଳ୍ପ ଟଙ୍କା ଜମା କରି ପାଆନ୍ତୁ ଲକ୍ଷ ଲକ୍ଷ ଟଙ୍କା…

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ପୋଷ୍ଟ ଅଫିସରେ ଟଙ୍କା ଜମା କରାଯାଇଥାଏ ।

ଆଉ ଏଥିରେ ଭଲ ସ୍କିମ୍ ମଧ୍ୟ ମିଳିଥାଏ । ଏବେ ପୋଷ୍ଟ ଅଫିସରେ ଟଙ୍କା ରଖିବାକୁ ନେଇ କିଛି ସ୍କିମ ଆସିଛି । ଏହି ସ୍କିମ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ ।

ଆସିଗଲା ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ । ଅଳ୍ପ ଟଙ୍କା ଜମାରେ ଭଲ ରିଟର୍ଣ୍ଣ ସୁଯୋଗ । ଏହା ହେଉଛି ଡାକଘରର ଏକ ଭଲ ସୁବିଧା । କମ୍ ଟଙ୍କା ନିବେଶରେ ଅଧିକ ଟଙ୍କା ପାଇପାରିବେ ।

ଏହା ମଧ୍ୟ ନିରାପଦ ପୁଞ୍ଜି ନିବେଶ ଅଟେ । ବର୍ତ୍ତମାନ ସମୟରେ ଡାକଘରେ ଟଙ୍କା ରଖି ଲୋକମାନେ ନିରାପଦରେ ରହିବା ସହିତ ଅନେକ ଲାଭ ମଧ୍ୟ ପାଉଛନ୍ତି । ଏହା ହେଉଛି ଗ୍ରାମ ସୁରକ୍ଷା ଯୋଜନା । ଏହି ଯୋଜନାରେ ନିବେଶର ପରିମାଣ କମ୍ ଅଟେ ।

ଯାହାକି ଗ୍ରାମର ଜଣେ ସାଧାରଣ କୃଷକ ବି ଦେଇପାରିବ ଆଉ ଏହାର ଫାଇଦା ଉଠାଇ ପାରିବ ।୧୫୦୦ ଟଙ୍କା ରଖନ୍ତୁ ଆଉ ୩୧ ଲକ୍ଷ ଟଙ୍କା ପାଆନ୍ତୁ । ଏହି ଗ୍ରାମ ସୁରକ୍ଷା ଯୋଜନାରେ ୧୯ ବର୍ଷରୁ ୫୫ ବର୍ଷ ମଧ୍ୟରେ ଥିବା ଯେକୌଣସି ବ୍ୟକ୍ତି ଏହାର ଲାଭ ଉଠାଇ ପାରିବେ ।

ଏହି ଯୋଜନାର ନିଶ୍ଚିତ ହୋଇଥିବା ସର୍ବନିମ୍ନ ରାଶି ୧୦ ହଜାର ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଅଟେ । ଏହି ଯୋଜନାରେ ପ୍ରିମିୟମ ମାସିକ, ତ୍ରୟୋମସିକ, ଅର୍ଦ୍ଧ ବାର୍ଷିକ କିମ୍ବା ବାର୍ଷିକ ପ୍ରଦାନ କରାଯାଇପାରିବ ।

ଏହି ଯୋଜନା ମାଧ୍ୟମରେ ଋଣ ସୁବିଧା ମଧ୍ୟ ଉପଲବ୍ଧ ହେଉଛି । ଗ୍ରାହକମାନେ ତିନିବର୍ଷ ପରେ ପଲିସିକୁ ମଧ୍ୟ ବନ୍ଦ କରିପାରିବେ । ଯଦି କୌଣସି ବ୍ୟକ୍ତି ୧୯ ବର୍ଷ ବୟସରେ ଏହି ପଲିସି କରନ୍ତି

ତାହେଲେ ସେ ମୋଟ ୧୦ ଲକ୍ଷ ଟଙ୍କା ବିନିଯୋଗ କରିବେ ବୋଲି ଅନୁମାନ କରାଯାଏ । ଏହି ପଲିସି ଅନୁଯାୟୀ ଯଦି ବ୍ୟକ୍ତି ୫୫ ବର୍ଷ ପରିପକ୍ୱିତା ପାଇଁ ଏହି ଯୋଜନା ଗ୍ରହଣ କରନ୍ତି ତାହେଲେ ୧୫୧୫ ଟଙ୍କା ଦେବାକୁ ପଡିବ ।

ସେ ୩୧ ଲକ୍ଷ ୬୦ ହଜାର ଟଙ୍କା ପାଇବେ । ଆଉ ଯେଉଁ ବ୍ୟକ୍ତି ୫୮ ବର୍ଷ ପରିପକ୍ୱତା ପାଇଁ ଏହି ଯୋଜନା ଗ୍ରହଣ କରନ୍ତି ତାଙ୍କୁ ୧୪୬୩ ଟଙ୍କା ଏବଂ ୬୦ ବର୍ଷ ପାଇଁ ଏହି ଯୋଜନା କରିଲେ ୧୪୧୧ ଟଙ୍କା ଜମା କରିବାକୁ ପଡ଼ିବ ।

୫୮ ବର୍ଷ ପାଇଁ ଜମା କରିଲେ ୩୩ ଲକ୍ଷ ୪୦ ହଜାର ଟଙ୍କା ଏବଂ ୬୦ ବର୍ଷ ପାଇଁ ଜମା କରିଲେ ୩୪ ଲକ୍ଷ ୬୦ ହଜାର ଟଙ୍କା ପାଇପାରିବେ । ଏହାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ନିକଟସ୍ଥ ପୋଷ୍ଟ ଅଫିସରେ ସାକ୍ଷାତ କରନ୍ତୁ ।

Leave a Reply

Your email address will not be published. Required fields are marked *