ପୁଣି ଆସୁଛି ଲଘୁଚାପ ଭିଜିବ ଓଡ଼ିଶା ବଢିବ ଥଣ୍ତା

ଏବେ ଦାନା ବାନ୍ଧିବା ରେ ଲାଗିଛି ଆଉ ଏକ ଲଘୁଚାପ।୨୧ ରୁ ୨୩ ସୁଦ୍ଧା ଏହା ଲଘୁଚାପ ର ରୁପ ନେବ। ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସୁଚନା ମୁତାବକ ୨୧ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରୁ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଉ ଏହା ଲଘୁଚାପ ର ରୂପ ନେବାର ସମ୍ଭାବନା ରହିଛି। ହେଲେ ଏହି ଲଘୁଚାପ ର ପ୍ରଭାବ କିପରି ରହିବ ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଶୀତ ର ପ୍ରକୋପ କମିବନି ବୋଲି ପାଣିପାଗ ବିଭାଗ ଏହା ପୂର୍ବାନୁମାନ କରିଛି।

ସୋମବାର ଦିନ ସହରର ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଥିବା ଜଣା ପଡିଥିଲା। ଏଭଳି ଭାବରେ ଅଧିକାଂଶ ସହରରେ ମଧ୍ୟ ପାରଦ ଖସିଥିବା ବେଳେ ତାପମାତ୍ରା ମଧ୍ୟ କମି ଯାଇଛି। ଯାହା ଦ୍ବାରା ଏବେ ସାରା ରାଜ୍ୟରେ ଶୀତ ର ପ୍ରକୋପ ମଧ୍ୟ ଜାରୀ ରହିଥିବା କଥା ଜଣା ପଡିଛି। ଶୀତ ର ପ୍ରଥମ ଲହରୀ ସାରା ଓଡ଼ିଶାରେ ଦେଖିବାକୁ ମିଳିଛି।ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ର କୌଣସି ପ୍ରକାରର ପରିବର୍ତ୍ତନ ହେବ ନାହିଁ। ସୁନ୍ଦରଗଡ଼ , ଝାରସୁଗୁଡ଼ା , ବରଗଡ, କନ୍ଧମାଳ, ସମ୍ବଲପୁର ଜିଲ୍ଲା ମାନଙ୍କରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ଦେଖାଯିବ ବୋଲି ମଧ୍ୟ ଏବେ ଆକଳନ କରାଯାଇଛି।

ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ମଧ୍ୟ ଏହି ପାଣିପାଗ ସମ୍ପର୍କିତ ଖବର ଖୁବ୍ ଭାଇରାଲ୍ ମଧ୍ୟ ହେବାରେ ଲାଗିଛି।ଲୋକମାନେ ଏବେ ଆଗାମୀ ଦିନରେ ପାଣିପାଗ କିଭଳି ରହିବ ତାହା ଜାଣିବା ପାଇଁ ସେମାନେ ଖୁବ୍ ଇଛୁକ ମଧ୍ଯ ଅଛନ୍ତି। ଯାହାକୁ ନେଇ ଏବେ ଲୋକମାନେ ନିଜ ନିଜ ମଧ୍ୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment