ରାଜ୍ୟ ଖବର

ନୂଆ ନୂଆ ଦେଖୁଥିଲୁ ଯେ ଭଲ ଲାଗିଲି ଆଉ ଏବେ ଇଜ୍ଜତ ଲୁଟିଲା ପରେ ଛାଡ଼ିଦେଲୁ : ଦେଖନ୍ତୁ ଭିଡିଓ

ପୁଣିଥରେ ବଲାଙ୍ଗୀର ଜିଲ୍ଲାରେ ଏକ ପ୍ରେମ ମାମଲା ଦେଖାଯାଇଛି। କିଛିଦିନ ତଳେ ପ୍ରେମିକ ପ୍ରେମିକାର ମାମୁଁ ଘରକୁ ଯାଇ ବନ୍ଧୁକ ଦେଖାଇ ଅଟକ ରଖିଥିବାର ଖବର ଥମି ନାହିଁ। ସେହି ସମୟରେ ପୁଣି ଆଉ ଏକ ପ୍ରେମ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଏକ ପ୍ରେମିକ-ପ୍ରେମିକା ଉଭୟ ଘର ଛାଡି ପଳାଇଥିଲେ। ଘର ଛାଡି ଯିବା ପରେ ପ୍ରେମିକାଙ୍କୁ ଏକୁଟିଆ ଛାଡି ପ୍ରେମିକ ଜଣକ କୁଆଡେ ପଳାଇଯାଇଥିଲେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ…

ବଲାଙ୍ଗୀର ସହରରେ ଆଗଲପୁର ବ୍ଲକ କଳାସର ଗ୍ରାମରେ ଜଣେ ପ୍ରେମିକ ନିଜର ପ୍ରେମିକାଙ୍କୁ ଘରୁ ନେଇ ପଳାଇଯାଇଥିଲେ। ପୁଅର ନାମ ପିଣ୍ଟୁ ଚନ୍ଦନ ଅଟେ। ସେ ଏକ ଦଳିତ ଝିଅକୁ ଭଲ ପାଉଥିଲେ। ସେ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଘରୁ ନେଇଯାଇଥିଲେ। ସେ ତାଙ୍କୁ ଘରୁ ନେଇ ବେଲପାହାଡ ନେଇ ଯାଇଥିଲେ। ସେଠାରେ ପିଣ୍ଟୁ ତାଙ୍କୁ ଏକୁଟିଆ ଛାଡି କୁଆଡେ ପଳାଇ ଯାଇଛନ୍ତି।

ବର୍ତ୍ତମାନ ମହିଳା ଜଣକ ନିଜ ପାଇଁ ନ୍ୟାୟ ମାଗୁଛନ୍ତି। ଲୋହିସିଙ୍ଗ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି। ତାଙ୍କୁ ବିବାହ କରିବେ ବୋଲି ମଧ୍ୟ କହିଥିଲେ। ପିଣ୍ଟୁ ନନ୍ଦ ତାଙ୍କ ସହିତ ଶାରୀ-ରିକ ସମ୍ପର୍କ ରଖିଥିଲେ। ତାପରେ ସେ କୁଆଡେ ପଳାଇ ଯାଇଥିଲେ। ବର୍ତ୍ତମାନ ଝିଅଜଣକ ତାଙ୍କୁ ସ୍ତ୍ରୀର ମର୍ଯ୍ୟାଦା ଦିଆଯାଉ ବୋଲି କହିଥିଲେ।

ଝିଅ ଜଣକ ପୋଲିସ ନିକଟକୁ ଅନେକ ଥର ଯାଇଛନ୍ତି। କିନ୍ତୁ ସେଠାରେ ତାଙ୍କର କଥା ଶୁଣିନଥିଲେ। ଏସପି, ଡିଏସପି ତାଙ୍କ କଥାକୁ ଆଦୌ ଶୁଣିନଥିଲେ। ସେଥିପାଇଁ ସେ ପୁଅ ପିଣ୍ଟୁ ନନ୍ଦଙ୍କ ଘର ସମ୍ମୁଖରେ ଡେରା ପକାଇଥିଲେ।

ଓ କହିଥିଲେ ତାଙ୍କୁ ଯଦି ସ୍ତ୍ରୀର ସମ୍ମାନ ନ ମିଳେ ଓ ପିଣ୍ଟୁ ନନ୍ଦ ଯେତେ ପର୍ଯ୍ଯନ୍ତ ଘରକୁ ଆସିନାହାନ୍ତି ସେତେ ପର୍ଯ୍ଯନ୍ତ ସେ ପୁଅର ଘର ଛାଡି କୁଆଡେ ଯିବେ ନାହିଁ। ଆଉ ଯଦି ପୁଅ ନଆସେ ତେବେ ସେ ସେଠାକୁ ନେଇ ଆସିଥିବା କିରୋସିନ ଦିଆସିଲି ସାହାଯ୍ୟରେ ନିଜକୁ ନିଆଁ ଲଗାଇଦେବେ।

Leave a Reply

Your email address will not be published. Required fields are marked *