ରାଉରକେଲା ରେ ଏକ ମାମଲା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଅପରାଧୀ ପୋଲିସ କବଳରୁ ଖସି ପଳାଇଥିଲେ। ଏହି ଘଟଣାଟି ସେଠାରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ଏହା ସହିତ ସେହି ବ୍ୟକ୍ତିଙ୍କ ସହିତ କିଛି ପୋଲିସ ମଧ୍ୟ ଥିଲେ। କିନ୍ତୁ ଅପରାଧୀକୁ ସେମାନେ ଧରିପାରିନଥିଲେ। ସେଠାରେ ସେ ଚମ୍ପଟ ମାରି ପଳାଇଥିଲେ।
ଜଣେ ବ୍ୟକ୍ତି ମହିଳାଙ୍କୁ ଦୁଷ୍କ-ର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରଯାଇଥିଲା। ମହିଳାଜଣକ କେବେବି ଭାବିନଥିଲେକି ତାଙ୍କୁ ନ୍ୟାୟ ମିଳିପାରିବ। ପୋଲିସ ଏହି ବିଷୟରେ ଯାଞ୍ଚ ଆରମ୍ଭ କରିଥିଲା ଓ ନ୍ୟାୟ ଦେବା ପାଇଁ ବ୍ୟକ୍ତିଜଣଙ୍କୁ ଧରିଥିଲା। କିନ୍ତୁ ବ୍ୟକ୍ତି ଜଣଲ ପୋଲିସ କବଳରୁ ଚମ୍ପଟ ମାରି ପଳାଇଥିଲେ। ତାଙ୍କୁ ରାସ୍ତାରେ ନେଇଗଲା ବେଳେ ପଛରୁ ତାଙ୍କର ଭଣଜା ଆସି ତାଙ୍କୁ ଗାଡିରେ ବସେଇ ନେଇଗଲେ।
ବର୍ତ୍ତମାନ ଏକ ପ୍ରଶ୍ନ ହେଉଛିକି, ପୋଲିସ କବଳରୁ ସେ କେମିତି ଜଣେ ଦୁର୍ବୁର୍ତ୍ତ ଖସିଗଲେ। ଦିନ ଦ୍ଵିପହରେ କିପରି ଭାବରେ ପୋଲିସ କବଳରୁ ସେ ଖସି ପଳେଇଗଲେ। ତାହା ପୁଣି ସିସିଟିଭିରେ ରେକର୍ଡ ହୋଇଗଲା। ତେବେ ଦୁଷ୍କର୍ମ ଅଭିଯୁକ୍ତ ନିଜେ ଖସିଗଲା ନା ତାକୁ ଖସିବାର ସୁଯୋଗ ଦିଆଗଲା ତାକୁ ନେଇ ପ୍ରଶ୍ନ। ଏହିଭଳି ଘଟଣାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଘେରରେ ପୋଲିସ।