ବାଂଲାଦେଶୀ ନାବାଳିକା ଘଟଣା ଦଲାଲକୁ ବାନ୍ଧିଲା ପୋଲିସ…

ଭୁବନେଶ୍ବର ର ଅବଦୁଲ ସୈଦୂଲ୍ ସୁଲେମାନ ଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଦେହ ବ୍ୟବସାୟରେ ଦଲାଲ ଭାବରେ କାମ କରୁଥିଲେ ଅଭିଯୁକ୍ତ। ଗତକାଲି ଉଠାଇ ଥିଲା କଟକ ସହରାଞ୍ଚଳ ପୋଲିସ। କଟକ ଡିସିପି ଏନେଇ ସୁଚନା ମଧ୍ୟ ଦେଇଛନ୍ତି। ପୁର୍ବରୁ କଟକ ସଦର ଥାନା ଅଞ୍ଚଳରୁ ଏକ ଦମ୍ପତ୍ତି ଙ୍କୁ ଗିରଫ କରାଯାଇ ଥିଲା। ମୋଟ ଗିରଫ ଦାରି ସଂଖ୍ୟା ଏବେ ୩ ରେ ପହଞ୍ଚିଛି।ଆଗକୁ ଗିରଫ ଅଭିଯୁକ୍ତ ମାନଙ୍କର ତଦନ୍ତ ମଧ୍ୟ କମିଶନରେଟ ପୋଲିସ କରିବ।ଅବଦୁଲ ସୈଦୂଲ୍ ସୁଲେମାନ ଠାରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଶୁରାଗ ପାଇ ସାରିଛି ପୋଲିସ।

ଆଉ ଏବେ ମଧ୍ୟ ତାଙ୍କର ତାଲିକା ଲମ୍ବିବା ରେ ଲାଗିଛି ଗତକାଲି ନାବାଳିକା ର ଡାକ୍ତରୀ ପରୀକ୍ଷା କରାଯାଇଛି। କୋର୍ଟ ରେ ତାଙ୍କର ବୟାନ ରେକର୍ଡ ମଧ୍ୟ କରାଯାଇଅଛି। ନାବାଳିକା ଙ୍କ ପରିବାର ସହ ଏବେ ଯୋଗାଯୋଗ କରିଛି ପୋଲିସ।ସେ ବାଂଲାଦେଶ ରୁ ଅନେକ ଯୁବତୀ ଭୁବନେଶ୍ୱର ରୁ କଟକ ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଖବର ପୋଲିସ୍ ପାଇଥିଲା। ଏମାନଙ୍କୁ କିଏ ଏବଂ କେମିତି ଆଣୁଛି ସେ ସମ୍ପର୍କରେ ପୋଲିସ୍ ଏବେ ଖୋଳତାଡ଼ ଜାରୀ ରଖିଛି।

୭ ରୁ ୧୫ ଦିନ ଭିତରେ ଏପଟେ ମେଡିକାଲ ରିପୋର୍ଟ ଆସିବ ବୋଲି ମଧ୍ୟ ତାହା ଜଣା ପଡ଼ିଛି। ସେପଟେ ମଧ୍ୟ ଦଲାଲ ଙ୍କ ତାଲିକା ବଢ଼ିବାରେ ଲାଗିଛି।ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ମଧ୍ୟରେ ଆଉ ଏକ ଦଲାଲ ଏବେ ଗିରଫ ହୋଇଛି। ଆଉ ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଏବେ ଚହଳ ସୃଷ୍ଟି ହୋଇଛି। ଗତକାଲି ଯୁବତୀଙ୍କ ଭିଡିଓ ଭାଇରାଲ୍ ହେବା ପରେ ହିଁ ଧୀରେ ଧୀରେ ସବୁ ସତ ମଧ୍ୟ ସାମ୍ନା କୁ ଆସିବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।

Leave a Comment