Ollywood

ବର୍ଷାଙ୍କ ନାଁରେ ଅନୁଭବ କହିଲେ, ଅଲଗା ହେବା ପରେ ମୋ ସହ ସେ ଯାହା କଲେ ଆଗରୁ କରିଥିଲେ ମୁଁ ଆଜି ଏ ଦିନ ଦେଖି ନଥାନ୍ତି!!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଥିଲେ।

ତଳ କୋର୍ଟଙ୍କ ରାୟକୁ ଖାରଜ କରି ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ। ପୂର୍ବରୁ ପରିବାର କୋର୍ଟ ଏହି ମାମଲାର ଶୁଣାଣି କରି ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ।

ଏବେ ହାଇକୋର୍ଟଙ୍କ ରାୟ ପରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ହାଇକୋର୍ଟ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ନେଇ ଅନୁମତି ଦେବା ପରେ ଏବେ ଅନୁଭବଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସଭିଙ୍କ ନଜର ରହିଛି।

ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ପାରିବାରିକ କଳହ ମାମଲା ଚାଲିଥିବା ସମୟରେ ଜାଗୃତି ନାମକ ଏକ ମହିଳା ଖୁବ ଚର୍ଚାକୁ ଆସିଥିଲେ। ଯାହାଙ୍କୁ ଅନୁଭବ ନିଜର ବହୁତ ଭଲ ଏକ ବାନ୍ଧବୀର ପରିଚୟ ଦିଅନ୍ତି।

ତେବେ କିଛି ଲୋକ ଅନୁଭବ ବର୍ଷାଙ୍କ ମଧ୍ୟରେ ଦେଖା ଯାଇଥିବା ଫାଟ ଆଉ ଡିଭୋର୍ସ ହେବା ପଛରେ ତାଙ୍କ ବାନ୍ଧବୀ ଜାଗୃତିଙ୍କୁ ଦାୟୀ କରୁଥିଲେ। ଏହାକୁ ନେଇ ନିକଟରେ ଅନୁଭବ ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି।

ଅନୁଭବ କହୁଛନ୍ତି ବର୍ଷାଙ୍କର କୌଣସି ଫଟୋ ରେ ମଥାରେ ସିନ୍ଦୂର କି ହାତରେ ଚୁଡ଼ି ଦେଖିବାକୁ ମିଳେନାହିଁ। କିନ୍ତୁ ବର୍ଷା ଅନୁଭବଙ୍କ ସହିତ ନରହିବା ପରଠାରୁ ସିନ୍ଦୂର ଆଉ ଚୁଡ଼ି ଦେଖିବାକୁ ମିଳିଥିଲା।

ତେବେ ବନ୍ଧୁଗଣ ଅନୁଭବ ମହାନ୍ତି କହିଛନ୍ତି “ମୋ ସହିତ ଅଲଗା ରହିଲାପରେ ଯାହା କଲେ ଯଦି ଆଗରୁ ସେମିତି କରିଥାନ୍ତେ ବୋଧେ ଏ ଦିନ ଆସିନଥାନ୍ତା”।

ବର୍ଷାଙ୍କ ଠାରୁ ଅନୁଭବ ଯଦି ଟିକେ ହେଲେ ସମ୍ମାନ ପାଇଥାନ୍ତେ ତାହାଲେ ଅନୁଭବ ତାଙ୍କୁ ସାରା ଜୀବନ ଛାଡ଼ି ନଥାନ୍ତେ। କୌଣସି ଝିଅ କାରଣ ପାଇଁ ଅନୁଭବ ବର୍ଷାଙ୍କୁ ଛାଡି ନାହାନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *