ଭାଇରାଲ ଭିଡିଓ

ମାଡ଼ି ଆସୁଛି ବାତ୍ୟା ଜୱାଦ, ଗୋପାଳପୁର ରେ କରିବ ଲାଣ୍ଡ ଫଲ୍, ସବୁ ୟୁନିଟ୍ କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଗତ ୨ ଦିନ ତଳେ ଦକ୍ଷିଣ ଥାଇଲାଣ୍ଡରେ ଯେଉଁ ଲଘୁଚାପ ବଳୟ ସୃଷ୍ଟି ହୋଇଥିଲା ତାହା ବଙ୍ଗୋପସାଗରରେ ପ୍ରବେଶ କରି ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡମାନ ସାଗରରେ ଆଜି ସକାଳେ ୫:୩୦ ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡମାନ ଶାଗର ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ହିସାବରେ ପରିଣତ ହୋଇଛି।

ଯାହା ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଅଛି ସେଇ ଅନୁସାରେ ଆଜି ସନ୍ଧ୍ୟା ପରବର୍ତ୍ତୀ କୌଣସି ମୁହୂର୍ତ୍ତରେ ତାହା ରୂପ ନେବ। ଆସନ୍ତା କାଲି ତାହା ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ। ଏବଂ ୪ତାରିଖରେ ସାମୁଦ୍ରିକ ବାତ୍ୟା ରୂପ ନେଇସାରିଲା ପରେ ତାହା ଉତ୍ତର ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାର ଉପକୂଳ ଦିଗକୁ ଆଗକୁ ବଢିବ।

୪ ତାରିଖ ସକାଳୁ ଉତ୍ତର ଉତ୍ତର ପୂର୍ବ ଦିଗକୁ ପୁନଃ ଫେରିବାର ସମ୍ଭାବନା ଅଛି।ଉତ୍ତର ଆନ୍ଧ୍ରପ୍ରଦେଶ ତଥା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପବନର ବେଗ ସର୍ବାଧିକ ହେବ।୯୦ ରୁ ୧୦୦ କି.ମି ପର୍ଯ୍ୟନ୍ତ ଘଣ୍ଟା ପ୍ରତି ଲ୍ୟାଣ୍ଡଫଲ୍ କରିବ।୩ ତାରିଖ ମଧ୍ୟରାତ୍ରି ପର ଠାରୁ ବର୍ଷା ହେବ। ଏବଂ ୪ତାରିଖ ବେଳକୁ ଗଞ୍ଜାମ ,ଗଜପତି ଇତ୍ୟାଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।୫ ତାରିଖ ରେ ମଧ୍ୟ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ରାଜ୍ୟ ସରକାର ୧୪ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ପରିସ୍ଥିତି ସୃଷ୍ଟି ହୁଏ। ସେହି ଜିଲ୍ଲାଗୁଡିକ ସଜାଗ କରିଛନ୍ତି।ଏବଂ ଗତ ୪ ଦିନ ତଳେ ୨ଟି ବିଭାଗ କୁ ସତର୍କ କରିଥିଲେ।କୃଷି ବିଭାଗ ଓ ମତ୍ସ୍ୟ ବିଭାଗ କୁ କୁହାଯାଇଥିଲା ସମୁଦ୍ର ୨ତାରିଖ ସୁଦ୍ଧା ସମସ୍ତେ ଯେମିତି ଉପକୂଳକୁ ଫେରି ଆସିବେ।ଓଡ଼ିଶାର ଉପକୂଳବର୍ତ୍ତୀ ବଙ୍ଗୋସାଗରରେ ଓ ଚିଲିକା ହ୍ରଦରେ ୩ ରୁ ୫ ତାରିଖ ଯାଏଁ ମାଛ ଧରାକୁ ବନ୍ଦ କରାଯାଇଅଛି।

Leave a Reply

Your email address will not be published. Required fields are marked *