ଏତେ ଦିନ ପରେ ମିଳିଲା ନ୍ୟାୟ, ତପସ୍ଵିନୀ କୁ ୭ ଦିନ ଯାଏଁ ରଖିବେ ସ୍ବାମୀ ସୁମିତ

ତପସ୍ଵିନୀ ଯେଉଁ ଭଳି ଭାବରେ ଦୀର୍ଘ ୧୧ ଦିନ ଶଶୁର ଘର ସାମ୍ନାରେ ନ୍ୟାୟ ପାଇବା ପାଇଁ ବସିଥିଲେ,ତପସ୍ୱିନୀ ର ତପସ୍ୟା ଆଜି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି।ତପସ୍ଵନୀ ଙ୍କୁ ମିଳିଛି ନ୍ୟାୟ। ମାନ୍ୟବର କୋର୍ଟ ରାୟ ଦେଇଛନ୍ତି, ସ୍ବାମୀ ଓ ସ୍ତ୍ରୀ ଉଭୟ ମିଶି ଆସ୍କା ଆଇଆଇସି ଜରିଆରେ ୭ ଦିନ ରହିବେ ।

ଝିଅଟି ତା ସ୍ବାମୀ ସହିତ ରହିବା ପାଇଁଁ ଆବେଦନ ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।ଶେଷରେ ଉଦ୍ଦେଶ୍ୟଟି ସାର୍ଥକ ହୋଇଛି ।ଏବଂ ସମ୍ପୂର୍ଣ୍ଣ ଦାୟିତ୍ଵ ଆସ୍କା ଆଇଆଇସି ନେବେ। ଆଉ ଜଣେ ପ୍ରୋଟେକ୍ସ୍ନ ଅଫିସର ବାରମ୍ବାର ଯାଇ ଯାହା ସୁବିଧା ଅସୁବିଧା ବୁଝିବେ।

ଏବଂ ତପସ୍ୱିନୀ ର ସୁବିଧା ଅସୁବିଧା ରହିବା,ଖାଇବା ଖର୍ଚ୍ଚ ସବୁ ତାଙ୍କ ସ୍ଵାମୀ ହିଁ ବହନ କରିବେ । ଏଵଂ ପୁଣି ୭ ଦିନ ପରେ ୨ଜଣ କୋର୍ଟରେ ହାଜର ହେବେ।ଏହି ସାତ ଦିନ ଭିତରେ ତପସ୍ୱିନୀ ଙ୍କ ପରିବାର ଲୋକ ତାଙ୍କ ସହିତ କୌଣସି ଯୋଗାଯୋଗ ରଖିବେ ନାହିଁ।

ଫୋନ ମାଧ୍ୟମରେ ହେଉ କିମ୍ବା ସେଠାକୁ କିଏ ଯିବେ ନାହିଁ।ସେହିପରି ସୁମିତ୍ ଙ୍କ ପରିବାର ଲୋକ ମଧ୍ୟ ସେଠାକୁ ଯାଇ ମିଶି ପାରିବେ ନା ସହଯୋଗ କରିପାରିବେ।ଏହି ତଥ୍ୟ ଉଭୟ ପକ୍ଷକୁ ଯାଇଛି।ଯାହାକୁ ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ର ଯେଉଁ କେସ ଚାଲିଥିଲା ତାହା ଏବେ ସମ୍ପୂର୍ଣ୍ଣ ରୂପେ ସମାଧାନ ହେଇଯାଇଛି।

Leave a Comment

Your email address will not be published. Required fields are marked *

Scroll to Top