ରାଜ୍ୟ ଖବର

ମଦ ପିଇବୁନି କି କାହାକୁ ପିଇବାକୁ ଦେବୁନି ନିଶାମୁକ୍ତି ଦିବସରେ ଶପଥ ନେଲେ ରାଜ୍ୟର ସମସ୍ତ ପୋଲିସ ଅଧିକାରୀ

ମଦ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ l ମଦ ପିଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ ଶରୀର କ୍ଷତି ହେବା ସହ ପରିବେଶରେ ବିଶୃଙ୍ଖଳା ଠୁ ଆରମ୍ଭ କରି ଗଣ୍ଡଗୋଳ ମାଡ଼ପିତ ଏବଂ ଅସଦାଚରଣ ଆଦି ସମସ୍ତ ଲକ୍ଷଣ ମଦ ପିଇବା ଦ୍ୱାରା ବଢିଥାଏ l

ଦିନକୁ ଦିନ ଦେଶ ଏବଂ ରାଜ୍ୟ ମଦ ପାଇଁ ଅନେକ ତଳକୁ ଖସିଯାଉଛନ୍ତି ଏବଂ ସମସ୍ତ ସମୟରେ ମଦ୍ୟପାନରେ ଲୀନ ରହୁଛନ୍ତି l ମଦ୍ୟପାନ କୁ ରୋକିବା ପାଇଁ ଭିର୍ନ ଧରଣର ଚେଷ୍ଟା କରିଛି ବିହାର ପୋଲିସ l

ବିହାର ରାଜ୍ୟକୁ ନିଶାମୁକ୍ତି କରିବା ଉଦେଶ୍ୟରେ ନିଶାମୁକ୍ତି ଅବସରରେ ରାଜ୍ୟର ସମସ୍ତ ପୋଲିସ ଅଧିକାରୀ ଶପଥ ନେଇଛନ୍ତି ଯେ ନା ନିଶା କରିବୁ ନା ନିଶା କାହାକୁ କରେଇଦେବୁ l

ଏହାକୁ ପୂର୍ଣ ରୂପେ ସହଯୋଗ କରିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ l ମଦ୍ୟପାନ ପାଇଁ ଅନେକ ଦୁର୍ଘଟଣା ହେଉଥିବା ବେଳେ ନିଶା ବନ୍ଦ କରିବା ଏକ ଭଲ ପ୍ରୟାସ ଏହା ଦ୍ୱାରା ଲୋକମାନଙ୍କ ପାଇଁ ଭଲ ହୋଇପାରିବ l

ପୋଲିସ ଡିଜି ଏସକେ ସିଙ୍ଗଲ ଏହାକୁ ବ୍ୟକ୍ତ କରିଥିବା ବେଳେ ସମସ୍ତ ପୋଲିସ ଏହାକୁ ପୂର୍ଣ ରୂପେ ସହଯୋଗ କରି ଶପଥ ଗ୍ରହଣ କରିଥିଲେ l

ଏବଂ ରାଜ୍ୟରେ ବିଷାକ୍ତ ମଦ ପାଇଁ ଆଉ ଲୋକ ମୃ-ତ୍ୟୁ ବରଣ କରିବେନାହିଁ ବୋଲି ପ୍ରତିଶୃତି ଦେଇଥିଲେ l ପୋଲିସ ବାହିନୀ ଙ୍କ କହିବା ଅନୁଯାଇ ଏହା ଯଦି ଦେଶରେ ସମସସ୍ତ ସ୍ଥାନରେ କଡାକଡି ହୋଇଯାଏ ଭାରତକୁ ମଦମୁକ୍ତ କରିବାପାଇଁ କେହି ଅଟକେଇ ପାରିବେନି l

Leave a Reply

Your email address will not be published. Required fields are marked *