Special Report

ଆସିଗଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଲିଷ୍ଟ ଦେଖନ୍ତୁ ମିଳିବ କେଉଁସବୁ ମେଡିକାଲରେ ସୁବିଧା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଓଡିଶାର ବହୁ ସାରା ଜିଲ୍ଲାରେ ମଧ୍ଯ କାର୍ଡ ବଣ୍ଟନ ସରିଲାଣି।ଏହି କାର୍ଡ ଟି ସମସ୍ତଙ୍କ ପାଖରେ ମଧ୍ୟ ରହିଛି।କିନ୍ତୁ ସାଧାରଣରେ ଚିକିତ୍ସା କରିବାକୁ ହେଲେ ସରକାରୀ ହସ୍ପିଟାଲ ରେ ଚିକିତ୍ସା ମିଳିଯାଉଛି।

କିନ୍ତୁ ଏହି କାର୍ଡରେ ପ୍ରାଇଭେଟ୍ ହସ୍ପିଟାଲ ରେ ମଧ୍ୟ ଚିକିତ୍ସା ମିଳିପାରିବ। ଓଡିଶାର କେଉଁ ହସ୍ପିଟାଲରୁ ପ୍ରାଇଭେଟ୍ ରେ ଚିକିତ୍ସା କରିପାରିବେ ଏବଂ ପଇସା ଦେବାକୁ ମଧ୍ୟ ପଡିବନାହିଁ।

ଯାହା ବି ପଇସା ଖର୍ଚ୍ଚ ହେବ ସରକାର ସବୁ ପଇସା ଦେବେ।ପୁରୁଷ ଲୋକଙ୍କ ପାଇଁ ପାଞ୍ଚ ଲକ୍ଷ ଏବଂ ମହିଳା ମାନଙ୍କ ପାଇଁ ସାତ ଲକ୍ଷ ପର୍ଯ୍ୟନ୍ତ ମିଳିବ।ପ୍ରଥମେ ଏକ ୱେବ୍ ସାଇଟ୍ କୁ ଯିବେ ।

ଗୁଗଲରେ ସର୍ଚ୍ କରିବେ ବି ଏସ କେ ୱାଇ କାର୍ଡ ଲେଖିଲା ପରେ ଆସିବ , ବି ଏସ କେ ୱାଇ ଡଟ ଓଡ଼ିଶା ଡଟ ଜିଓଭି ଡଟ ଇନ ଲିଙ୍କ୍ ରେ କ୍ଲିକ କରିବେ। ଥ୍ରି ଲାଇନ ଅଛି କ୍ଲିକ କରିଲେ କିଛି ଅପସନ୍ ରହିଛି ।

ସେଥିରେ ଲେଖା ଥିବ ଏମ୍ପାନେଳେଡ୍ ହସ୍ପିଟାଲ୍ ରେ କ୍ଲିକ କରିବେ। ଡାଉନଲୋଡ ଆଟାଚମେଣ୍ଟ ରେ କ୍ଳିକ କରିବେ ।ଗୋଟେ ପି ଡି ଏଫ ଡାଉନଲୋଡ ହେବ ।

ପ୍ରତି ଡିଷ୍ଟ୍ରିକ୍ଟ୍ ରେ କେଉଁ ହସ୍ପିଟାଲ୍ ଅଛି ଲିଷ୍ଟ୍ ବାହାରିଯିବ।ଏହି କାର୍ଡ ବିଷୟରେ ଅଧିକ ଜାଣିବା ପାଇଁ ହେଲେ ସେହି ୱେବ୍ ସାଇଟ୍ ରେ ଏଫ୍ ଏ କିୟୁ ଅନ୍ ପେଜ ରେ କ୍ଲିକ କରିଲେ ଓଡ଼ିଆ ପି ଡି ଏଫ୍ ଡାଉନଲୋଡ ହେବ ସେଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ସବୁ ଜାଣିପାରିବେ ।

Leave a Reply

Your email address will not be published. Required fields are marked *