ବୋଟ ବୁଡିଗଲା : ହାତୀ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଓଟିଭି ସାମ୍ବାଦିକ ଅରିନ୍ଦମ

କାର୍ଯ୍ୟରତ ଓଟିଭି ର ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଦେହାନ୍ତ, ଏଇ କିଛି କ୍ଷଣ ଆଗରୁ ହାତୀ ଉଦ୍ଧାର ପାଇଁ ଓଡରାଫ୍ଟ ଟିମ୍ ସହ ବୋଟ ରେ ଯାଇଥିଲା ବେଳେ ଅଚାନକ ବୋଟ ବୁଡି ଯିବାରୁ କ୍ୟାମେରା ମ୍ୟାନ ସହ ସେ ବି ଗଭୀର ସୁଅ ରେ ଭାସି ଯାଇଥିଲେ,

https://youtu.be/yIvCJaz8vxE

କହି ରଖୁଛୁ କି ଅରିନ୍ଦମ ଆଗରୁ ବି ଏମିତି ବିପଦଜନକ ରିପୋର୍ଟ କରିବାରେ ମାହିର୍ ଥିଲେ , ଝଡ଼ ଆସୁ ବାତ୍ୟା ଆସୁ ସେ ଲାଇଭ ରିପୋର୍ଟ କରି ଆମକୁ ଖବର ଦେଉଥିଲେ ହେଲେ କିଏ ଜାଣିଥିଲା ଆଜି ଏମିତି ହେଇ ଯିବ

ତେବେ ଗତ କାଲି ଠୁ ମହାନଦୀ ର ପାଣି ରେ ହାତୀପଲ ପଳେଇ ଯିବାରୁ ତାଙ୍କୁ ଉଦ୍ଧାର ପାଇ ଓଡ୍ରାପ୍ଟ ଟିମ୍ ଲାଗିଥିଲେ ,ଏଥିରେ ଓଟିଭି ର ସାମ୍ବାଦିକ ଅରିନ୍ଦମ ଆଉ କ୍ୟାମେରା ମ୍ୟାନ ପ୍ରଭାତ ଯୋଗ ଦେଇଥିଲେ, ଆଜି ସକାଳେ ଅଚାନକ ପାଣି ରେ ଭଉଁରୀ ଆସି ଯିବାରୁ ସେ ଡଙ୍ଗା ସହ ଗଭୀର ଜାଲ ରେ ବୁଡ଼ି ଗଲେ

ପରେ ତାଙ୍କୁ ଉଦ୍ଧାର କରାଯାଇ ଏସିବି ମେଡ଼ିକାଲ ରେ ଭର୍ତି କରା ଯାଇଥିଲା ହେଲେ ଡାକ୍ତର ସେତେବେଳେ କୁ ତାଙ୍କୁ ମୃତ ଘୋଷିତ କରିଦେଇଥିଲେ, ଆଉ ଏବେ ପ୍ରଭାତ ଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି,

ଭଗବାନ୍ ତାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ, ଲେଖାନ୍ତୁ ଓମ୍ ଶାନ୍ତି

Leave a Comment

Your email address will not be published. Required fields are marked *

Scroll to Top