ରାଜ୍ୟ ଖବର

ବାହାଘର ର ସାତ ଦିନ ନ ପୁରୁଣୁ ବୋହୂ ଗର୍ଭବତୀ , ଜନ୍ମ କଲା ପୁତ୍ର ସନ୍ତାନ

ଉତ୍ତରପ୍ରଦେଶ:- ଉତ୍ତରପ୍ରଦେଶର ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଏକ ମାମଲା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଘଟିଛି ସଫିପୁର ଜିଲ୍ଲାର। ସଫିପୁର ଜିଲ୍ଲା ଶକହନ ନିବାସୀ ବିମଲେସଙ୍କର ବିବାହ ଜଡଗାଊଁ ନିବାସୀ ସୋଲନଙ୍କ ସହିତ ହୋଇଥିଲା। ଏଠାରେ ତାଙ୍କର ବିବାହ ପରେ ଯେତେବେଳେ ସୋଲନ ଘରେ ପହଞ୍ଚିଲେ ସେତେବେଳେ ସୋଲନଙ୍କର ପ୍ରସବ ହୋଇଥିଲା। ଏହି ଘଟଣା ସାରା ଗାଁରେ ଚର୍ଚ୍ଚା ସୃଷ୍ଟି କରିଛି।

ବିଲମେସ ଜଡଗାଊଁର ନିବାସୀ ସୋଲନଙ୍କୁ ବିବାହ କରି ନେଇ ଆସିଥିଲେ। ନେଇ ଆସି ଘରେ ପହଞ୍ଚିବା ପରେ ସେ ଏକ ପୁଅକୁ ଜନ୍ମ ଦେଇଥିଲେ। ଏହାପରେ ସେମାନେ ଏକ ଧୋକାର ମାମଲା ରୁଜ୍ଜୁ କରିଲେ। ସେମାନେ ଝିଅଙ୍କ ଘର ବିରୁଦ୍ଧରେ ଏକ ଧୋକାର ମାମଲା ରୁଜ୍ଜୁ କରିଥିଲେ।

ସୋଲନଙ୍କୁ ଯେତେବେଳେ ପଚରାଗଲାକି ଆପଣ ବର୍ତ୍ତମାନ ରହିବେ କି ନାହିଁ ସେ କହିଲେକି ଯଦି ବିମଲେସ କହିବେ ରହିବାକୁ ରହିବି ନହେଲେ ପଳେଇବି। ଅନ୍ୟ ପକ୍ଷରେ ପୋଲିସ କହିଲେକି, ପୁଅ ଘର ପକ୍ଷେ ଏକ ମାମଲା ରୁଜ୍ଜୁ କରିଛନ୍ତି ଓ ଏହାର ଆମେ କାର୍ଯ୍ୟାନୁଷ୍ଠାନ କରିବୁ।

Leave a Reply

Your email address will not be published. Required fields are marked *