ବୁଲା କୁକୁରଙ୍କ ଆତଙ୍କ : ଟିଉସନ୍ ସାରି ଫେରୁଥିବା ଝିଅ କୁ ଗୋଡେଇ ଗୋଡେଇ କାମୁଡ଼ିଲେ , ସମ୍ପୂର୍ଣ୍ଣ ଘଟଣା ସିସି ଟିଭି ରେ କୟଦ

ରାସ୍ତା ରେ ବୁଲୁଥିବା ବୁଲା କୁକୁର ମାନେ କେତେବେଳେ ଯେ କାହାକୁ ନିଜ ଶିକାର କରିଦେବେ ତାହା କେହି ଜାଣି ନଥାନ୍ତି, ଅଚାନକ ସେମାନେ କାହା ପଛରେ ଦଉଡ଼ିବେ ,କାହାକୁ କାମୁଡ଼ିବେ ସେମାନେ ହିଁ ଜାଣିଥାନ୍ତି

ଠିକ୍ ଏମିତି ଘଟଣା ଘଟିଛି ଦିଲ୍ଲୀ ର ଏକ ଲୋକାରଣ୍ୟ କଲୋନୀ ନିକଟ ରେ ଯେଉଁଠି ଗୋଟେ ୧୦ ବର୍ଷ ର ଝିଅ ସକାଳୁ ଟୁଃସନ୍ ସାରି ଫେରୁଥିବା ବେଳେ ଅଚାନକ କିଛି ବୁଲ କୁକୁର ତା ପଛରେ ପଡ଼ିଯାଇଥିଲେ,

ପ୍ରଥମେ ସେମାନେ ତାକୁ ପିଛା କଲେ ଆଉ ପରେ ତା ପଛରେ ଦୌଡ଼ିବାକୁ ଲାଗିଲେ, ଏହା ଦେଖି କୁନି ଝିଅ ଟି ଭୟଭୀତ ହେଇ ଦଉଡ଼ି ଦଉଡ଼ି ପଡ଼ିଗଲା ଆଉ ଚିତ୍କାର କରିବାକୁ ଲାଗିଲା, ଏହା ପରେ କୁକୁର ମାନେ ଚାଲି ଯାଇଥିଲେ

କୁକୁର ଙ୍କ ଯିବା ପରେ ଝିଅ ଟି ଘରକୁ ଆସିଥିଲା ଆଉ ପରେ ପରିବାର ଲୋକ ଝିଅ କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଥିଲେ, ଏଇ ସବୁ ଘଟଣା ପାଖରେ ଥିବା ସିସିଟିଭି କ୍ୟାମେରା ରେ ସମ୍ପୂର୍ଣ ଭାବେ କୟଦ୍ ହେଇଯାଇଥିଲା, ଆପଣ ଦେଖନ୍ତୁ ଭିଡ଼ିଓ

ତେବେ ଭିଡିଓ ରେ ଛୁଆ ଟି ପଡ଼ିଯିବା ପରେ କୁକୁର ମାନେ ସେ ସ୍ଥାନ ଛାଡି ଚାଲି ଯାଉଥିବା ସ୍ପଷ୍ଟ ଦେଖା ଯାଉଚି,

Leave a Comment