Special Report

କଲ୍ ରେ ଥିଲା ମାଆ… ଘରକୁ ଫେରୁଥିଲା ପୁଅ ହେଲେ ଘଟିଗଲା ଏପରି ଘଟଣା ଶୁଣିଲେ ଛାତି ଫାଟିଯିବ!!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦୁନିଆରେ ସବୁ ଲୋକ ପ୍ରାୟ ସୋସିଆଲ ମିଡିଆ ସହିତ ଜଡିତ ହୋଇ ରହୁଛନ୍ତି। ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଘଟଣା ଦୁର୍ଘଟଣାର ଖବର ଜାଣିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଶୀତୁଆ ରାତିର କିଟିମିଟି ଅନ୍ଧାରରେ ମା’ ସହ ଫୋନରେ କଥା ହୋଇ ଦୁଇ ସାଙ୍ଗଙ୍କ ସହ ଘରକୁ ଫେରୁଥିଲା ପୁଅ।

ହେଲେ ଘରେ ପହଞ୍ଚିବା ପୂର୍ବରୁ ପୁଅର ହୋଇଛି ମୃ-ତ୍ୟୁ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ମିଲିଟାରୀ ଛକ ନିକଟରେ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସେହି ଦୁର୍ଘଟଣା ରେ ଦୁଇ ଯୁବକଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡି ରହିଛନ୍ତି। ଏହି ଖବର ପାଇଲା ପରେ ପରିବାର ଲୋକେ ଘଟଣା ସ୍ଥଳରେ ଯାଇ ପହଞ୍ଚିଥିଲେ।

ତେବେ ଜଣକୁ ଗୁରୁତର ଭାବରେ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଯୁବକ ବାଇକ ରେ ଆସୁଥିଲେ। ଆସିଲା ବେଳକୁ ରାସ୍ତାରେ କୁହୁଡି ହୋଇଥିବାରୁ ରାସ୍ତା ଦେଖାଯାଉ ନଥିଲା।

ତରତର ରେ ନେଇ ଏକ ଅଜଣା ଗାଡ଼ି ସହିତ ଧକ୍କା କରି ଦେଇଥିଲେ ବାଇକ୍ ଚାଳକ ଜଣକ। ଫଳରେ ଘଟଣସ୍ଥଳରେ ଦୁଇ ଜଣଙ୍କ ର ମୃତ୍ୟୁ ହୋଇଯାଇଛି।

ଆଉ ରାସ୍ତାରେ ପଡ଼ି ରହିଛି ଭଙ୍ଗା ହୋଇ ଗାଡି। ତେବେ ମୃ-ତ ଦୁଇଜଣ ରବେଣା ଗାଁର ବିକାଶ ପ୍ରଧାନ ଓ ବିରୁ ପ୍ରଧାନ ବୋଲି ଜଣାପଡ଼ିଥିବା ବେଳେ ଆ-ହ-ତ ଜଣକ ହେଉଛନ୍ତି ମହେଶ୍ୱର ଦାସ ବୋଲି ଜଣାପଡ଼ିଛି।

ମହେଶ୍ୱର ଦାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ଅଛି ବୋଲି ଜଣାପଡ଼ିଛି। ସେପଟେ ଗୋଟିଏ ଗାଁରେ ଦୁଇଜଣ ଯୁବକଙ୍କ ମୃ-ତ୍ୟୁ ଖବର ଜାଣିବା ପରେ ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା।

Leave a Reply

Your email address will not be published. Required fields are marked *