Special Report

ହାର୍ଦିକ ଙ୍କୁ ନେଇ ଚିନ୍ତାରେ ପଡ଼ିଲେ ମୁମ୍ବାଇ ଇଣ୍ଡିଆନ, ଅମ୍ବାନୀ କହିଲେ ପଇସା ନେଇ ଘରେ ବସିଗଲା ଆମେ ଏଥର ନାମ ନେବୁ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ଜାଣିପାରିବେ ।

ଏବେ କ୍ରିକେଟ ଜଗତକୁ ନେଇ କିଛି ଖବର ଆସିଛି । ଏହି ଖବର ହେଉଛି କି ହାର୍ଦିକ ପାଣ୍ଡ୍ୟାଙ୍କୁ ଡବଲ ଝଟକା । ସେ ଖେଳିପାରିବେ ନାହିଁ ଆଫଗାନିସ୍ତାନ ବିପକ୍ଷ ସିରିଜ୍ ।ଆଇପିଏଲ ୨୦୨୪ ମସିହାର ଖେଳରୁ ସେ ବାଦ ପଡ଼ିବେ ।

ମୁମ୍ବାଇ ଇଣ୍ଡିଆନ୍ସର ବଢିଲା ଟେନସନ୍ । ଏବେ ଚିନ୍ତାରେ ପଡ଼ିଯାଇଛି ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ । ମୁମ୍ବାଇ ଦଳର ଅଧିନାୟକ ରୋହିତ ଶର୍ମା ଥିଲେ କିନ୍ତୁ ତାଙ୍କୁ ଦଳ ସେହି ପଦରୁ ହଟାଇ ଦେଇ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା ।

କିନ୍ତୁ ଏବେ ଯାହା ଖବର ଆସିଛି ଏଥିରେ ମୁମ୍ବାଇ ଇଣ୍ଡିଆନ୍ସର ଚିନ୍ତା ବଢ଼ିଯାଇଛି । କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଅସୁସ୍ଥ ଅଛନ୍ତି ଆଉ ସେ ଏପର୍ଯ୍ୟନ୍ତ ଠିକ୍ ହୋଇ ନାହାଁନ୍ତି କି ଆଇପିଏଲ ଖେଳ ପର୍ଯ୍ୟନ୍ତ ବି ସେ ଠିକ୍ ହୋଇପାରିବେ ବୋଲି ଆଶା କରାଯାଉ ନାହିଁ ।

ବଙ୍ଗଳାଦେଶ ବିପକ୍ଷ ଦିନିକିଆ ମ୍ୟାଚ୍ ସମୟରେ ହାର୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ବୋଲିଂ କରୁଥିବା ସମୟରେ ସେ ଆହତ ହୋଇଥିଲେ । ଆହତ ଅଧିକ ଥିବାରୁ ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାଁନ୍ତି ।

ତାଙ୍କର ପାଦରେ ଆଘାତ ହୋଇଥିଲା । ବିଶ୍ୱକପ୍ ମ୍ୟାଚ୍ ମଧ୍ୟ ସେ ଖେଳି ନାହାଁନ୍ତି । ସେ ଆଫଗାନିସ୍ଥାନ ବିପକ୍ଷରେ ଖେଳ ଖେଳିବେ ବୋଲି କୁହାଯାଉଛି କିନ୍ତୁ ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାଁନ୍ତି । ଆଉ ସେ ଖେଳିପାରିବେ ନାହିଁ ।

ଯଦି ଏହି ଚର୍ଚ୍ଚା ସତ ହୁଏ ତାହେଲେ ଜାନୁଆରୀ ମାସରେ ହେବାକୁ ଯାଉଥିବା ଖେଳରେ ହାର୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ । ଆଗାମୀ ଆଇପିଏଲ ଖେଳ ଠାରୁ ବି ବାଦ୍ ପଡି ପାରନ୍ତି ହାର୍ଦିକ ପାଣ୍ଡ୍ୟା ।

ହାର୍ଦିକ ପାଣ୍ଡ୍ୟାଙ୍କୁ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାର ଅଧିନାୟକ କରିବା ପାଇଁ ଭାବିଥିଲା । କିନ୍ତୁ ତାଙ୍କ ଅସୁସ୍ଥତା ଖବର ଏବେ ତାଙ୍କର ଚିନ୍ତା ବଢ଼ାଇଛି । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ହାର୍ଦିକ ପାଣ୍ଡ୍ୟା ଖେଳୁଥିଲେ ଆଉ ଏହାପରେ ସେ ଗୁଜୁରାଟ ଦଳରୁ ଖେଳିଲେ । ଆଉ ଏବେ ପୁଣି ସେ ମୁମ୍ବାଇ ଇଣ୍ଡିଆନ୍ସରେ ସ୍ଥାନ ପାଇଛନ୍ତି ।

Leave a Reply

Your email address will not be published. Required fields are marked *