ମହିଳା ୱେଟରଙ୍କ ସୁନ୍ଦରତା ଦେଖି ପାଗଳ ହୋଇଗଲା କଷ୍ଟମର, ଭାରି ଟିପ ଦେଇ ବିଲରେ ଲେଖିଲା ଖାସ ନୋଟ

ବହୁତ ଲୋକ ରେସ୍ଟୁରାଣ୍ଟ କିମ୍ବା ଫୁଡ ଆଉଟଲେଟକୁ ଖାଇବାକୁ ଯାଇଥାନ୍ତି, କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି ଯେ କେହି ରେସ୍ଟୁରାଣ୍ଟରେ ଖାଇବା ବିଲଠାରୁ ଅଧିକ ୱେଟରକୁ ଟିପ ଦେଇଛନ୍ତି ଏବଂ ତାଙ୍କ ପାଇଁ ବିଲରେ ଏକ ଖାସ ମେସେଜ ଲେଖିଥିବେ | ଆଜ୍ଞା ହଁ, ଏପରି ସତରେ ଘଟିଛି | ଜଣେ କଷ୍ଟମର ମହିଳା ୱେଟରକୁ ୭୫୦ ୟୁରୋ ଅର୍ଥାତ ପ୍ରାୟ ୬୫ ହଜାର ୧୧୭ ଟଙ୍କା ଟିପରେ ଦେଲେ ଏବଂ ବିଲରେ ତାଙ୍କ ପାଇଁ ଏକ ନୋଟ ଲେଖିଲେ |

ବିଲର ୮ଗୁଣା ଟଙ୍କା ଦେଲେ ଟିପ :-

ମିରରରେ ଛପା ଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ରେସ୍ଟୁରାଣ୍ଟକୁ ଆସିଥିବା ଗେଷ୍ଟଙ୍କ ବିଲ ଉପରେ ଲେଖିଥିବା ନୋଟ ପଢି ସେଠିକାର ଷ୍ଟାଫ ଆଶ୍ଚର୍ଯ୍ୟ ହୋଇଗଲେ | କଷ୍ଟମରଙ୍କ ଖାଇବା ବିଲର ପ୍ରାୟ ୮ ଗୁଣା ଟଙ୍କା ମହିଳା ୱେଟରଙ୍କୁ ଟିପ ଦେଲେ | ମହିଳା ୱେଟର କହିଛନ୍ତି ଯେ କଷ୍ଟମରଙ୍କ ବିଲ ୯୩.୪୫ ୟୁରୋ ଅର୍ଥାତ ୮ ହଜାର ୧୧୦ ଟଙ୍କା ହୋଇଥିଲା | କିନ୍ତୁ ସେ ବିଲ ସହିତ ୭୫୦ ୟୁରୋ ଅର୍ଥାତ ପ୍ରାୟ ୬୫ ହଜାର ୧୧୭ ଟଙ୍କା ଆହୁରି ଦେଇଛନ୍ତି | ମହିଳା ୱେଟରଙ୍କୁ ଏହି କଥା ଉପରେ ବିଶ୍ୱାସ ହେଉନଥିଲା ଯେ ଟିପରେ ତାଙ୍କୁ ଏତେ ଟଙ୍କା ମିଳିଛି |

କଷ୍ଟମର ନୋଟରେ କଣ ଲେଖିଲେ ?

କୁହାଯାଉଛି ଯେ କଷ୍ଟମର ରେସ୍ଟୁରାଣ୍ଟରେ ଖାଇବା ବିଲରେ ମହିଳା ୱେଟରର ସୁନ୍ଦରତକୁ ପ୍ରଶଂସା କରି କିଛି ଲାଇନ ଲେଖିଥିଲେ | କଷ୍ଟମର ଲେଖିଥିଲେ ଯେ ଆପଣ ବହୁତ ସୁନ୍ଦର | ମତେ କଲ କରନ୍ତୁ | କେବଳ ଏତିକି ନୁହେଁ, କଷ୍ଟମର ବିଲରେ ନିଜର ମୋବାଇଲ ନମ୍ବର ମଧ୍ୟ ଲେଖିଦେଲେ | ଏହାକୁ ପଢି ମହିଳା ୱେଟର ଡରିଗଲେ |

ସୋସିଆଲ ମିଡିଆରେ ଭାଇରଲ ହେଲା ବିଲର ଫଟୋ :-

ଏହାପରେ ମହିଳା ୱେଟର ସେହି ବିଲର ଫଟୋ ସୋସିଆଲ ମିଡିଆରେ ସେୟାର କରିଦେଲେ | ଯାହା ଉପରେ ୟୁଜର୍ସ ଅଲଗା ଅଲଗା ପ୍ରକାରର ରିଆକ୍ସନ ଦେଉଛନ୍ତି | ଜଣେ ୟୁଜର ଲେଖିଛନ୍ତି ଯେ ଯଦି ମତେ ଏପରି ମେସେଜ ମିଳିଥାନ୍ତା, ତେବେ ମତେ ବହୁତ ଖରାପ ଲାଗିଥାନ୍ତା | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ବିଚାରି ଝିଅ | ଏହା ଦେଖି ମତେ ମରିଯିବାକୁ ଇଚ୍ଛା ହେଉଛି |

ଜଣେ ଅନ୍ୟ ୟୁଜର ଲେଖିଛନ୍ତି ଯେ ଏତେ ଅଧିକ ଟିପ ଦେବା କଷ୍ଟମରଙ୍କ ନାଟକ ଥିଲା | ସେ ମହିଳା ୱେଟରଙ୍କୁ ନିଜ ଜାଲରେ ଫସାଇବାକୁ ଚାହୁଁଥିଲା | ଏହିପରି ଅନେକ ୟୁଜର୍ସ ଅନେକ ପ୍ରକାରର କମେଣ୍ଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି | ତେବେ ଆପଣ ଏହି ମାମଲା ଉପରେ କଣ କହିବାକୁ ଚାହୁଁଛନ୍ତି ଆମକୁ କମେଣ୍ଟ କରି ନିଶ୍ଚିତ ଭାବେ ଜଣାନ୍ତୁ |

Leave a Comment