ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଶ୍ରାବଣ ଅମାବାସ୍ୟାରେ କରନ୍ତୁ ଏହି ଉପାୟ, ପିତୃ ଦୋଷରୁ ମିଳିବ ମୁକ୍ତି

ଶ୍ରାବଣ ମାସରେ ଶିବଲିଙ୍ଗକୁ ଅଭିଷେକ କରି ପୂଜା ପାଠ କରିବାର ବିଶେଷ ମହତ୍ୱ ରହିଥାଏ | ଏହାସହିତ ଏହି ପବିତ୍ର ମାସରେ ଅମାବାସ୍ୟା, ପୂର୍ଣ୍ଣିମା, ଶିବରାତ୍ରି ଏବଂ ସୋମବାର ଇତ୍ୟାଦିକୁ ବହୁତ ଶୁଭ ଦିନ ବୋଲି ବିଶ୍ୱାସ କରାଯାଏ | ଏହି ସବୁ ଦିନଗୁଡ଼ିକରେ ବ୍ରତ ଏବଂ ପୂଜା ପାଠ କଲେ ଶୁଭଫଳ ମିଳିଥାଏ | ଏଥର ଶ୍ରାବଣ ମାସର ଅମାବାସ୍ୟା ଅଗଷ୍ଟ ୮ ତାରିଖ ଦିନ ଶନିବାର ଦିନ ପଡୁଛି | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ କିଛି ଖାସ ଉପାୟ କରିବାଦ୍ୱାରା ଜୀବନର ସମସ୍ୟା ଦୂର ହୋଇ ଘରକୁ ସୁଖଶାନ୍ତି ଆସିଥାଏ |

ପିତୃ ଦୋଷରୁ ମୁକ୍ତି ପାଇବାପାଇଁ :-

ଏହି ଦିନ ନଦୀ କୂଳରେ ତର୍ପଣ କରନ୍ତୁ | ପରେ ଗୀତା ପାଠ କରନ୍ତୁ | ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ପିତୃ ଦୋଷ ଦୂର ହୋଇ ପିତୃ ପୁରୁଷମାନଙ୍କର ଆଶୀର୍ବାଦ ମିଳିଥାଏ |

ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବାପାଇଁ :-

ଆର୍ଥିକ ସଙ୍କଟ ସହିତ ସଂଘର୍ଷ କରୁଥିବା ଲୋକମାନେ ଏହି ଶୁଭ ଦିନରେ ବିଶେଷ ଭାବରେ ନଦୀ କିମ୍ବା ପୋଖରୀକୁ ଯାଇ ମାଛମାନଙ୍କୁ ଅଟା ଗୋଳା ଖାଇବାକୁ ଦିଅନ୍ତୁ | ଏହାବ୍ୟତୀତ ଅଟାରେ ଚିନି ମିଶାଇ ଚଢେଇମାନଙ୍କୁ ଖୁଆନ୍ତୁ | ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ତାଙ୍କ ପଇସାର ସମସ୍ୟା ଦୂର ହୋଇଯାଏ | ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ରୋଜଗାରର ନୂତନ ରାସ୍ତା ମଧ୍ୟ ତିଆରି ହୁଏ |

କାମରେ ଆସୁଥିବା ବାଧାବିଘ୍ନକୁ ରୋକିବାପାଇଁ :-

ଯଦି ଆପଣଙ୍କ କାମରେ ବାଧା ଆସୁଛି, ତେବେ ଏହାଠାରୁ ବଞ୍ଚିବାପାଇଁ ଶ୍ରାବଣ ମାସର ଅମାବାସ୍ୟା ଦିନ ହନୁମାନଙ୍କୁ ଚାଉଳ ଚଢାନ୍ତୁ | ଏହାପରେ ତାଙ୍କ ପ୍ରତିମା ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରି ଆରତୀ କରନ୍ତୁ | ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା କାମରେ ଆସୁଥିବା ବାଧାବିଘ୍ନ ଦୂର ହୋଇ ସଫଳତାର ରାସ୍ତା ଖୋଲିଯାଏ |

ଘରର ଦରିଦ୍ରତାକୁ ଦୂର କରିବାପାଇଁ :-

ଏହି ଅମାବାସ୍ୟା ଦିନ ଘରର ଈସାଣକୋଣକୁ ସଫା କରନ୍ତୁ | ତାପରେ ଦେବୀ ଲକ୍ଷ୍ମୀଙ୍କ ନାମରେ ଘିଅର ଦୀପ ଜଳାନ୍ତୁ | ଦେବୀ ମାଙ୍କୁ ଘରେ ବାସ କରିବାପାଇଁ ପ୍ରାର୍ଥନା କରନ୍ତୁ | ଏପରି କରିବାଦ୍ୱାରା ଆପଣଙ୍କୁ ଦେବୀ ମାଙ୍କର ଅସୀମ କୃପା ମିଳିବ ଏବଂ ଘରେ ଅନ୍ନ ଏବଂ ଧନର ବର୍ଷା ହେବ |

ସୁଖ ସମୃଦ୍ଧି ପାଇଁ :-

ଶ୍ରାବଣ ମାସର ଅମାବାସ୍ୟା ରାତିରେ ପୂଜା କଲେ ପ୍ରଥମେ ପୂଜା ଥାଳି ଉପରେ ସ୍ୱସ୍ତିକ କିମ୍ବା ଓଁ ଚିହ୍ନ କରନ୍ତୁ | ତାପରେ ସେଥିରେ ମହାଲକ୍ଷ୍ମୀ ଯନ୍ତ୍ର ରଖି ପୂଜା କରନ୍ତୁ | ସନ୍ଧ୍ୟାରେ ଭୋଳାନାଥଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରି ଖିରିର ଭୋଗ ଲଗାନ୍ତୁ |

ଜୀବନର ସମସ୍ୟାରୁ ମୁକ୍ତି ପାଇବାପାଇଁ :-

ଏହି ଶୁଭ ଦିନରେ ଶ୍ରୀହରିଙ୍କର ପୂଜା କରି ତାଙ୍କ ସାମ୍ନାରେ ବସି ଶ୍ରୀମଦ ଭାଗବତ ଗୀତା ପାଠ କରନ୍ତୁ | ଏହାସହିତ ଦୀପ ଜଳାଇ କୌଣସି ନଦୀ କିମ୍ବା ବହୁଥିବା ଜଳରେ ବୁହାଇ ଦିଅନ୍ତୁ | ବିଶ୍ୱାସ କରାଯାଏ ଯେ ଏହି ଉପାୟ କରିବା ଦ୍ୱାରା ଜୀବନର ସବୁ ସମସ୍ୟାରୁ ମୁକ୍ତି ମିଳିଯାଏ |

Leave a Reply

Your email address will not be published. Required fields are marked *