ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

କ୍ୟାରିୟରରେ ଅଧିକ ଉନ୍ନତି କରିବାପାଇଁ ଏହିପରି କରନ୍ତୁ ହଳଦୀକୁ ପ୍ରୟୋଗ, ଜାଣନ୍ତୁ ଏହା ବିଷୟରେ ମହତ୍ଵପୂର୍ଣ୍ଣ କଥା

ଆମ ସମସ୍ତଙ୍କ ରୋଷେଇଘରେ ଥିବା ସବୁ ମସଲାରେ ଔଷଧୀୟ ଗୁଣ ରହିଥାଏ | ତେବେ ସେଥିମଧ୍ୟରୁ ହଳଦୀର ଏକ ଅଲଗା ସ୍ଥାନ ଥାଏ, ତାହା ଯେତେ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ସେତିକି ଧାର୍ମିକ କାର୍ଯ୍ୟରେ ମଧ୍ୟ ତାର ମହତ୍ୱ ରହିଥାଏ | ହଳଦୀର ଏକ ଔଷଧୀୟ ଗୁଣ ରହିଥାଏ | ଏହା ସେବନ କରିବାଦ୍ୱାରା ବ୍ୟକ୍ତି ସୁସ୍ଥ ରହିଥାଏ | ହିନ୍ଦୁ ଧର୍ମରେ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଏହାର ଏକ ବିଶେଷ ସ୍ଥାନ ରହିଥାଏ | ପୂଜା ପାଠରେ ଏହାର ପ୍ରୟୋଗ ହୋଇଥାଏ, ଦେବୀ ଏବଂ ଦେବତାମାନଙ୍କୁ ମଧ୍ୟ ଅର୍ପଣ କରାଯାଇଥାଏ | ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦୀ ଗୁଣ୍ଡ ଅର୍ପଣ କରାଯାଇଥାଏ |

ହଳଦୀର ଜ୍ୟୋତିଷ ଉପାୟ :-

୧. ହଳଦୀର ରଙ୍ଗ ହଳଦିଆ ହୋଇଥାଏ, ଯାହା ଭଗବାନ ବିଷ୍ଣୁ ଏବଂ ଦେବତାମାନଙ୍କ ଗୁରୁ ବୃହଷ୍ପତ୍ତିଙ୍କ ସହିତ ସମ୍ବନ୍ଧିତ ଅଟେ | ବିଶେଷକରି ଗୁରୁବାର ଦିନ ହଳଦୀ ଦାନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ |

୨. ଯଦି ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳୁନାହିଁ, ତେବେ ସ୍ନାନ ସମୟରେ ପାଣିରେ ଟିକେ ହଳଦୀ ମିଶାଇ ଗାଧନ୍ତୁ | ଏପରି କଲେ ଆପଣଙ୍କର ଅଗ୍ରଗତି ହେବ |

୩. ଆପଣଙ୍କ ବିବାହ ଡେରି ହେଉଛି କିମ୍ବା କୌଣସି ସମସ୍ୟା ଉପୁଜୁଛି, ତେବେ ଆପଣଙ୍କୁ ସକାଳେ ପୂଜା କରିବା ପରେ ମଥାରେ ହଳଦୀର ତିଳକ ଲଗାଇବା ଉଚିତ | ଆପଣ ଚାହିଁଲେ ପ୍ରତ୍ୟେକ ଗୁରୁବାର ଦିନ ଶ୍ରୀ ଗଣେଶଙ୍କୁ ହଳଦୀ ଅର୍ପଣ କରିପାରିବେ, ଏପରି କରିବା ଦ୍ୱାରା ମଧ୍ୟ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ |

Leave a Reply

Your email address will not be published. Required fields are marked *