ଜ୍ୟୋତିଷ ଶାସ୍ତ୍ର

ଗୁରୁ ପୂର୍ଣ୍ଣିମାରେ କଣ ଦାନ କରିବା ଉଚିତ, ଯାହାଦ୍ୱାରା ଆପଣଙ୍କ ଜୀବନରେ ଖୋଲିଯିବ ଅଗ୍ରଗତିର ଦ୍ୱାର

ଗୁରୁ ପୂର୍ଣ୍ଣିମାର ପବିତ୍ର ପର୍ବ ପଞ୍ଚାଙ୍ଗ ଅନୁଯାୟୀ ଜୁଲାଇ ୨୪ ତାରିଖ ୨୦୨୧ ଶନିବାର ଦିନ ରହିଛି | ଆଷାଢ଼ ମାସର ଶୁକ୍ଲ ପକ୍ଷର ପୂର୍ଣ୍ଣିମା ତିଥିକୁ ଗୁରୁ ପୂର୍ଣ୍ଣିମାର ପର୍ବ ପାଳନ କରାଯାଏ | ତେବେ ଆସନ୍ତୁ ଜାଣିବା ଯେ ଗୁରୁ ପୂର୍ଣ୍ଣିମା ଦିନ କ’ଣ ଦାନ କରିବେ |

ଗୁରୁ ପୂର୍ଣ୍ଣିମାର ପର୍ବ ଜୀବନରେ ସୁଖ, ସମୃଦ୍ଧତା ଏବଂ ଶାନ୍ତି ନେଇ ଆସିଥାଏ | ଏହି ଦିନ ଗୁରୁଜନମାନଙ୍କୁ ଆଦର ଓ ସମ୍ମାନ ଦେଇ ସେମାନଙ୍କର ଆଶୀର୍ବାଦ ପ୍ରାପ୍ତ କରାଯାଏ | ହିନ୍ଦୁ ଧର୍ମରେ ଗୁରୁଙ୍କ ସ୍ଥାନ ଭଗବାନଙ୍କ ସ୍ଥାନଠାରୁ ମଧ୍ୟ ଉଚ୍ଚ ବୋଲି ବିବେଚନା କରାଯାଏ | କୁହାଯାଏ ଯେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ୱର ଗୁରୁ ସାକ୍ଷତ ପରବ୍ରହ୍ମ, ତସ୍ମାଇ ଶ୍ରୀ ଗୁରୁଭେ ନମଃ | ଅର୍ଥାତ ଗୁରୁ ଜ୍ଞାନର କାରଣ ଅଟନ୍ତି | ଗୁରୁ ବିନା ଜ୍ଞାନ ହାସଲ କରିବା କେବେ ବି ସମ୍ଭବ ନୁହେଁ | 

ଗୁରୁ ପୂର୍ଣ୍ଣିମା ଶୁଭ ମୁହୂର୍ତ୍ତ ୨୦୨୧ :-

ପୂର୍ଣ୍ଣିମା ତିଥି : ଜୁଲାଇ ୨୪, ୨୦୨୧, ଶନିବାର ଦିନ

ପୂର୍ଣ୍ଣିମା ତିଥି ଆରମ୍ଭ : ଜୁଲାଇ ୨୩, ୨୦୨୧, ୧୦:୪୩ AM

ପୂର୍ଣ୍ଣିମା ତିଥି ସମାପ୍ତ : ଜୁଲାଇ ୨୪, ୨୦୨୧, ୦୮:୦୬ AM

ପଞ୍ଚାଙ୍ଗ ଅନୁଯାୟୀ, ଜୁଲାଇ ୨୪ ତାରିଖରେ ସରବର୍ଦ୍ଧ ସିଦ୍ଧି ଯୋଗରେ ଗୁରୁ ପୂର୍ଣ୍ଣିମା ପାଳନ କରାଯିବ | ଏହି ଦିନ ଗୁରୁ ପୂର୍ଣ୍ଣିମାର ଶୁଭ ସମୟ ଅପରାହ୍ନ ୧୨:୪୦ ରୁ ଆରମ୍ଭ ହେବ ଏବଂ ତାର ଶେଷ ଜୁଲାଇ ୨୫ ରେ ସକାଳ ୦୫:୩୯ ମିନିଟରେ ହେବ | ଗୁରୁ ପୂର୍ଣ୍ଣିମା ଦିନ ଗୁରୁମାନଙ୍କୁ ପୂଜା କରାଯାଏ | ଗୁରୁ ପୂର୍ଣ୍ଣିମାଠାରୁ ହିଁ ବର୍ଷା ଋତୁ ଆରମ୍ଭ ହୋଇଥାଏ, ତଥା ଆଷାଢ଼ ମାସର ଶେଷ ହୁଏ | ଏହା ପରେ ଶ୍ରାବଣର ପବିତ୍ର ମାସ ଆରମ୍ଭ ହୁଏ | ତେଣୁ ଗୁରୁ ପୂର୍ଣ୍ଣିମା ଦିନ କଣ ଦାନ କରାଯିବା ଉଚିତ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଏହି ଦିନ ଦାନ ଏବଂ ସ୍ନାନର ବିଶେଷ ମହତ୍ତ୍ୱ ଦିଆଯାଏ | ଗୁରୁ ପୂର୍ଣ୍ଣିମା ଦିନ ତେଲ ଦାନ କରନ୍ତୁ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ଅନୁଯାୟୀ, ଯଦି ଆପଣ କାହାକୁ ଖାଇବାକୁ ଦିଅନ୍ତି, ତେବେ ଏହା ମଧ୍ୟ ଏକ ଶ୍ରେଷ୍ଠ ଦାନ ବୋଲି କୁହାଯାଇଛି |

ଏହି ଦିନ ବସ୍ତ୍ର ଦାନ କରିବା ଶୁଭ ବୋଲି କୁହାଯାଏ | ତେଣୁ ଗୁରୁ ପୂର୍ଣ୍ଣିମା ଦିନ ପୋଷାକ, ଫଳ, ମିଠା ଏବଂ ଶସ୍ୟ ଦାନ ସର୍ବୋତ୍ତମ ଦାନ ବୋଲି ବିବେଚନା କରାଯାଏ | ସେହିପରି ଗୁରୁ ପୂର୍ଣ୍ଣିମା ଦିନ ତେଲ ଦାନ କରିବା ସର୍ବଶ୍ରେଷ୍ଠ ଦାନ ବୋଲି ବିଶ୍ୱାସ କରାଯାଏ |

Leave a Reply

Your email address will not be published. Required fields are marked *