OMICRON ଭୁତାଣୁ ଭୟ ରେ ସ୍ତ୍ରୀ-ପୁଅ-ଝିଅ କୁ ମାରିଦେଲେ ଡାକ୍ତର…

ଏହି କରାେନା ସତରେ କେତେ ମାରାତ୍ମକ ହୋଇପାରେ।ଏହି ମହାମାରୀ ପାଇଁ ପୁରା ପରିବାର ଲୋକଙ୍କୁ ମାରି ଦେବାକୁ ପଞ୍ଚ୍ଛଘୁଞ୍ଚା ଦେଲେନି ଡାକ୍ତର।ଉତ୍ତର ପ୍ରଦେଶ ତାନ ପୁର ସହରର କଲ୍ୟାଣ ପୁର ଅଞ୍ଚଳରେ ଏହି ଭଳି ଘଟଣା ଘଟିଛି।ଡାକ୍ତର ସୁଶିଲ କୁମାର ସେ ରାମା ହସ୍ପିଟାଲରେ କାମ କରୁଥିଲେ।୪୮ ବର୍ଷୀୟା ସ୍ତ୍ରୀ,୧୮ବର୍ଷର ପୁଅ ଓ ୧୫ ବର୍ଷର ଝିଅ ସହ ଇନ୍ଦିରା ନଗର ରେ ଥିବା ଆପାର୍ଟମେଣ୍ଟରେ ରହୁଥିଲେ ।

ଖୁବ୍ ହସ ଖୁସିରେ ବିତୁଥିଲା ସୁନାର ସଂସାର।କିନ୍ତୁ କରୋନା ହେଲା ପରେ ସବୁ ବଦଳିଗଲା।ଭାରସାମ୍ୟ ହରାଇ ବସିଥିଲେ ଡାକ୍ତର।ଏଥିପାଇଁ ନିଜ ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହ-ତ୍ୟା କରିବା ସହ ପୁଅ ଓ ଝିଅକୁ ତଣ୍ଟି ଚିପି ହ-ତ୍ୟା କରିଥିଲେ।ହ-ତ୍ୟା-କା-ଣ୍ଡ ପରେ ହ୍ଵାଟସପ ରେ ଡାକ୍ତର ତାଙ୍କ ଭାଇ କୁ ସୂଚନା ଦେଇଥିଲେ।ତାପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ପୋଲିସ ଘଟଣା ସ୍ଥଳରୁ ଗୋଟେ ଡାଏରୀ ପାଇଥିଲେ।

 

ଡାଏରୀ ରେ ୧୦ ଫର୍ଦ୍ଦ ରେ ନିଜ କଥା କହିଛନ୍ତି। କାରୋନା ସମୟରୁ ସେ ମାନସିକ ଚାପରେ ଥିଲେ ବୋଲି ଲେଖିଛନ୍ତି।ଓମିକ୍ରନ୍ ସମସ୍ତଙ୍କୁ ମାରିବ। ମୁଁ ଆଉ ଶବ ଗଣି ପାରିବି ନାହିଁ।ଦ୍ଵିତୀୟ ଲହରୀ ସମୟରେ କରୁଣା ସ୍ୱର ଏବେ ବି କାନ ରେ ଶୁଣାଯାଉଛି। କରୋନା ର କରାଳ ରୂପ ମୋତେ ଆଜି ବି ଶାନ୍ତିରେ ଶୁଆଇ ଦେଉନି।ଚାରିଆଡ଼େ କାନ୍ଦ ବୋବାଳି,ସବୁବେଳେ ହାହାକାର ଆଖି ଆଗରେ ନାଚିଯାଏ। କରୋନାର ଦ୍ଵିତୀୟ ଲହରୀ କୁ ବହୁତ୍ ପାଖରେ ଦେଖିଛି।

ମୋର ପାଖରେ ସେ ସବୁକୁ ଦେଖିବା ପାଇଁ ସାହସ ନାହିଁ କି ଧର୍ଯ୍ୟ ମଧ୍ୟ ନାହିଁ ।ସେଥିପାଇଁ ମରିବାକୁ ନିଷ୍ପତି ନେଇଛି।ମୋର ଭବିଷ୍ୟତ ବୋଲି କିଛି ବି ନାହିଁ।ତେଣୁ ମୁଁ ମୋ ହୋସ ରେ ପରିବାରକୁ ହ-ତ୍ୟା କରିବାକୁ ଯାଉଛି।ଏଥିପାଇଁ ଅନ୍ୟ କେହି ଦାୟୀ ନୁହନ୍ତି।ଘଟଣା ସମ୍ପର୍କରେ ଅଭିଯୁକ୍ତ ଙ୍କ ଭାଇ ପୋଲିସକୁ ଖବର ଦେଇଥିଲେ।ଏବଂ ପୋଲିସ ଫେରାର ହୋଇଥିବା ଡାକ୍ତର ଙ୍କୁ ଖୋଜୁଛି।

Leave a Comment

Your email address will not be published. Required fields are marked *

Scroll to Top