ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଗର୍ଭବତୀଙ୍କୁ ବି ଛାଡ଼ିଲେନି ଲାଞ୍ଚୁଆ ଡାକ୍ତର

କିଛି ଲାଞ୍ଚୁଆ ସରକାରୀ ଅଫିସର ମାନେ ଏଭଳି ଭାବରେ ଲାଞ୍ଚ ନେବାରେ ବ୍ୟସ୍ତ ହୋଇ ଯାଉଛନ୍ତି କି ତାଙ୍କ ଆଗ ପଛରେ କଣ ସବୁ ଘଟଣା ଘଟୁଛି ସେ ସବୁ ସମ୍ପର୍କରେ ତାଙ୍କର କିଛି ଧାରଣା ନଥାଏ। ସେମାନେ ଆଗ ପଛ କିଛି ଭାବି ନଥାନ୍ତି। ସେଭଳି ଭାବରେ ଆଜି ଜଣେ ଗ-ର୍ଭ-ବ-ତୀ ମହିଳାଙ୍କର ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର ଜଣକ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ ଦ୍ବାରା ସେହି ସମୟରେ ସେ ଧରା ପଡି ଯାଇଥିଲେ।ରାଜ୍ୟରେ ନୁଆ ସରକାର ଗଠନ ହେବା ଦିନଠାରୁ ହିଁ ପ୍ରାୟ ଦିନ ସରକାରୀ ଚାକିରୀ କରିଥିବା ଅଫିସର୍ ଏଭଳି କି ଅବସର ଗ୍ରହଣ କରିଥିବା ଚାକିରିଆ ମାନଙ୍କୁ ହିଁ ଭିଜିଲାନ୍ସ ଟିମ ଖୋଜି ଖୋଜି ତାଙ୍କୁ ମାଡ଼ି ବସୁଛି।

ସେହିଭଳି କଳାହାଣ୍ଡି ଜିଲା, ଭବାନୀ ପାଟଣା ଜିଲା ଚିକିତ୍ସାଳୟର ଲାଞ୍ଚୁଆ ଗାଇନିକ୍ ସ୍ପେଶିଆଲିଷ୍ଟ ଡାକ୍ତର ଅଶୋକ ଦାସ ଜଣେ ଗ-ର୍ଭ-ବ-ତୀ ମହିଳାଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ହିଁ ,ଲାଞ୍ଚ ନେଉଥିବା ବେଳେ ହିଁ ସେ ଧରା ପଡି ଯାଇଛନ୍ତି। ମେଡିକାଲ ସମେତ ତାଙ୍କର ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲେ। ମିଳିଥିବା ସୁଚନା ଅନୁସାରେ ଭବାନୀ ପାଟଣା ର ସଦର ଥାନା ରେ ଲକ୍ଷ୍ମୀପ୍ରିୟା ନାମକ ଏକ ଗ-ର୍ଭ-ବ-ତୀ ମହିଳାଙ୍କ ଅସ୍ତ୍ରୋପଚାର କରିବା ସମୟରେ

ତାଙ୍କ ସ୍ବାମୀ ଲୋକେଶ ମାଝୀଙ୍କୁ ଡାକ୍ତର ଅଶୋକ ଦାସ ତାଙ୍କୁ ୬୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଲୋକେଶ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେବା ପରେ,ଲାଞ୍ଚୂଆ ଡାକ୍ତର ଅଶୋକ ଦାସ ଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ତରଫରୁ ଯୋଜନା ପ୍ରସ୍ତୁତ କରାଯାଉଥିଲା। ଆଉ ଡାକ୍ତର ଜଣକ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ହିଁ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ସେଠାରେ ଚଢାଉ କରିଥିଲା। ଏହାପରେ ତାଙ୍କ ଠାରୁ ସେହି ରଙ୍ଗ ବୋଳା ଟଙ୍କା ମଧ୍ଯ ଜବତ କରିଥିଲେ। ଏବେ ଏହି ଡାକ୍ତର ଜଣକୁ ଗିରଫ କରି ନେଇ ଯାଇଛି ଭିଜିଲାନ୍ସ ବିଭାଗ।

Leave a Comment