ଓଡ଼ିଶା ରେ ବାର ମାସ ରେ ତେର ପର୍ବ । ଆପଣ ମାନେ ମଧ୍ୟ ସବୁ ପର୍ବ ପର୍ବାଣୀ କୁ ବହୁତ ଭଲରେ ପାଳନ କରୁଥିବେ । ସବୁ ପର୍ବରେ କିଛି ଅଲଗା ଅଲଗା ମହତ୍ୱ ଅଛି । ଆସନ୍ତୁ ଜାଣିବା ଦଶହରା ପୂର୍ବରୁ ଘର ସଫା କରିବାର କିଛି ଖବର ।
ଚାଲିଛି ପର୍ବ ର ମାସ । ଆଗକୁ ଆସୁଛି ଦଶହରା । ଚଳ ଚଞ୍ଚଳ ହେଲାଣି ଗାଁ ଠୁ ସହର । ଦୁର୍ଗତିନାଶିନୀ ମା ଦୁର୍ଗା ଆସିବେ । ଆଉ କିଛି ଦିନ ଗଲା ପରେ ସମସ୍ତଙ୍କ ଘର ପିଠା ମିଠା ଖୁସି ରେ ପୂରି ଉଠିବ । ଯେକୌଣସି ପୂଜା ପୂର୍ବରୁ ସମସ୍ତ ନିଜ ଘର ପରିସ୍କାର କରି ଥାନ୍ତି ।
ତେବେ ଦଶହରା ପୂର୍ବରୁ ସମସ୍ତେ ନିଜ ଘର ପରିସ୍କାର କରିବାରେ ଲାଗିଥାନ୍ତି । ଏହି ସମୟରେ ଘରେ ଥିବା ୬ ଟି ଜିନିଷ ବାହାର କରିଦେବା ଉଚିତ । ଯାହା ଦ୍ୱାରା ପରିବାର ରେ ସକରାତ୍ମକ ଭାବ ରହିବ । ଠାକୁର ପୂଜା ପାଇଁ ଯଦି କିଛି ପୁରୁଣା ଦୀପ ରଖିଛନ୍ତି ତେବେ ସେ ସବୁ କାଢି ଦିଅନ୍ତୁ ,ତା ଛଡା ଘରେ ଥିବା ଭଙ୍ଗା କାଚ , ପୁରୁଣା ଅଚଳ ଘଣ୍ଟା , ଭଙ୍ଗା କବାଟ , ଭଙ୍ଗା ଖଟ କିମ୍ବା ଚୌକି ,ଟେବୁଲ ଓ ଭାଙ୍ଗି ଯାଇଥିବା ଫୋଟ ଫ୍ରେମ ଇତ୍ୟାଦି । ଏହି ୬ ଟି ଜିନିଷ କୁ ଦଶହରା ପୁର୍ବରୁ ଘରୁ ବାହାର କରିଦେବା ଉଚିତ ।
ଏହି ସବୁ ଜିନିଷ ରହିଲେ ଘରେ ବହୁତ ଅସୁବିଧା ଦେଖା ଦେଇଥାଏ । ଅଭାବ ଓ ନକରାତ୍ମକ ମନୋଭାବ ରହିଥାଏ । ଘର ପରିସ୍କାର ରଖିବା ଦ୍ୱାରା ମନ ଭଲ ରହିବା ସହ ଭଗବାନ ମଧ୍ୟ ପ୍ରସନ୍ନ ରହିଥାନ୍ତି । ମା ଦୁର୍ଗା ଙ୍କ ପୂଜା ପାଇଁ ଆପଣ ମାନେ ସମସ୍ତେ ଏବେଠୁ ହିଁ ଘର କୁ ସଜାଡି ଦେଇଥିବେ । ସବୁବେଳେ ଘର ଦୁଆର ପରିଷ୍କାର କରିବା ଭଲ ହୋଇଥାଏ ।