ରାଜ୍ୟ ଖବରଭାଇରାଲ ଭିଡିଓ

ଗେମ୍ ଖେଳୁ ଖେଳୁ ଅଚାନକ ହେଇଗଲେ କୋଟିପତି, ଜାଣନ୍ତୁ କେମିତି

ସମସ୍ତେ ଟଙ୍କା ରୋଜଗାର କରିବାକୁ ଚାହାନ୍ତି । ରାତାରାତି ଭିତରେ ସମସ୍ତେ ବଡ଼ ଲୋକ ହେବାର ସ୍ଵପ୍ନ ଦେଖନ୍ତି । ହେଲେ ସମସ୍ତଙ୍କ ଏହି ସ୍ବପ୍ନ ପୂରଣ ହୋଇନଥିଲା ବେଳେ କିଛି ଜଣକ ଭାଗ୍ୟରେ ଏହା ଥାଏ । ଆସନ୍ତୁ ସେମିତି କୋଟିପତି ହୋଇଥିବା ବ୍ୟକ୍ତି ଙ୍କ ସଂପର୍କ ରେ ଜାଣିବା ।

ଗୋଟେ ରାତି ଭିତରେ ମଣିଷ ର ଭାଗ୍ୟ ଯେ କେତେ ପରିବର୍ତ୍ତନ ହେଇପାରେ ତାହା କେବଳ ସେହି ଲୋକ କୁ ଜଣା । ସାଧାରଣ ଭାବରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାମ କରୁଥିଲେ କୃଷ୍ଣ ପାଲ୍ ସିଂ । ମାସକୁ ୮ ହଜାର ଭଳି ଦରମା ପାଉଥିଲେ କୃଷ୍ଣ ପାଲ୍ । ହେଲେ କ୍ରିକେଟ ଖେଳ ବଦଳେଇଦେଲା କୃଷ୍ଣ ଙ୍କ ପରିସ୍ଥିତି ।

ଆଇ ପି ଏଲ ମ୍ୟାଚ ର ଅନଲାଇନ ଖେଳ ର ଆପ ଡ୍ରିମ ଇଲେଭନ୍ ବିଷୟରେ ଆପଣ ମାନେ ଶୁଣିଥିବେ । ତେବେ ଏହି ଆପ ରେ ନିଜ ର ଦଳ କରିଥିଲେ କୃଷ୍ଣ ପାଲ୍ । ତାଙ୍କ ଦଳ ୧ ନମ୍ବର ସ୍ଥାନ ପାଇଥିଲା। ଏହି ସଫଳତା ରେ ତାଙ୍କୁ ପୁରସ୍କାର ସ୍ୱରୂପ ୧ କୋଟି ୨୦ ଲକ୍ଷ ଟଙ୍କା ମିଳିଥିଲା ।

ତେବେ ଏତେବଡ ରାଶି ର ବିଜେତା ହେବା ପରେ ସେ ୧୦ ଲକ୍ଷ ଟଙ୍କା ମନ୍ଦିର କୁ ଦାନ କରିବେ ବୋଲି କହିଛନ୍ତି । ଏତେ ଶୀଘ୍ର ଏତେ ବଡ ସଫଳତା ଓ ଏତେ ବଡ ଅର୍ଥ ରାଶି ସେ ପାଇଛନ୍ତି ବୋଲି ବିଶ୍ୱାସ କରି ପାରୁନାହାନ୍ତି ।

ଏତେ ଭଲ ସଫଳତା ପାଇଁ କୃଷ୍ଣ ପାଲ ଙ୍କ ପାଖକୁ ଚାରିଆଡୁ ଅଭିନନ୍ଦନ ର ସୁଅ ଛୁଟିଛି । ସତରେ ସାଧାରଣ ଭାବରେ ଜୀବନ ବିତାଉଥିବା ପିଲା ଟି ଏତେ ଟଙ୍କା ର ବିଜେତା ହେବ ଓ କୋଟିପତି ହେବ ଏହା କିଏ ଜାଣିଥିଲା । କେତେବେଳେ କାହା ଜୀବନ ରେ କଣ ପରିବର୍ତ୍ତନ ହେବ କିଏ ଜାଣି ନାହାନ୍ତି ।

Leave a Reply

Your email address will not be published. Required fields are marked *