ରାଜ୍ୟ ଖବର

ମୃତକଙ୍କ ମୁହଁ ଦେଖିବାକୁ ୫ହଜାର ଟଙ୍କା ଦାବି କରୁଛନ୍ତି ଶ୍ମଶାନ ଜଗୁଆଳି, ଦେଖ ଭିଡିଓ

କେନ୍ଦୁଝର:- ବର୍ତ୍ତମାନ ସାମ୍ନାକୁ ଆସିଲା ଆଉ ଏକ ଦୟନୀୟ ଘଟଣା। ବର୍ତ୍ତମାନ ସମୟରେ କରୋନାର ପ୍ରକୋପ ଯେଉଁଭଳି ଭାବରେ ନିଜର କାୟା ମେଲାଉଛି, ଠିକ ସେହି ସମୟରେ ଘଟିଛି ଆଉ ଏକ ଦୟନୀୟ ଘଟଣା। କରୋନା ମୃତକଙ୍କର ମୁହଁ ଦେଖିବା ପାଇଁ ଶ୍ମଶାନ କର୍ମଚାରୀ ଲାଞ୍ଚ ମାଗୁଛନ୍ତି।

କେନ୍ଦୁଝର ଚମ୍ପୁଆରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନାରେ ଜଣେ ମାଙ୍କର ମୃତ୍ୟୁ ହୋଇଯାଇଥିଲା। ମାର ମୁହଁ ଦେଖିବାକୁ ଚାହୁଁଥିଲା ପୁଅ। କିନ୍ତୁ ଶ୍ମଶାନ କର୍ମଚାରୀ ଅମାନବିକତାର ପ୍ରମାଣ ଦେଇଛନ୍ତି। ଶ୍ମଶାନ କର୍ମଚାରୀ କହିଲେକି, ସେ ଯଦି ମୁହଁ ଦେଖାଇବେ ତେବେ ସେ ୫୦୦୦ଟଙ୍କା ନେବେ।

ପରିବାର ଲୋକ ଶ୍ମଶାନ ସିଦ୍ଦେଶ୍ଵର ନାୟକ ମହିଳାଙ୍କ ମୁହଁ ଖୋଲିବା ପାଇଁ ପଇସା ମାଗିଥିଲେ। ପରେ ଯେତେବେଳେ ସେ ଜାଣିପାରିଲେକି ପରିବାର ବର୍ଗ ଭିଡିଓ କରୁଛନ୍ତି, ସେତେବେଳେ ତାଙ୍କର କଥାବାର୍ତ୍ତାରେ ପରିବର୍ତ୍ତନ ହୋଇଗଲା। ସେ ସଙ୍ଗେ ସଙ୍ଗେ କହିଲେ, ତୁମେ ୫୦୦୦, ଦିଅ, କି ୧୦୦୦୦ ଦିଅ କି, ୧୦୦୦୦୦ ଦିଅ, ମୁହଁ ଖୋଲା ଯିବନାହିଁ, ଏମିତି ଦେଖ ଦେଇ ଯାଅ।

Leave a Reply

Your email address will not be published. Required fields are marked *