ଦେଶ ଦୁନିଆ

ବନ୍ଦ ରୁମ ମଧ୍ୟରେ ସ୍ଵାମୀ-ସ୍ତ୍ରୀ କରିଲେ ଏମିତି କାମ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

ସ୍ଵାମୀ-ସ୍ତ୍ରୀ ବନ୍ଦ ରୁମ ମଧ୍ୟରେ କରିଲେ ଏମିତି କାମ, ଯାହା ବିଷୟରେ ସବୁଆଡ଼େ ଚର୍ଚ୍ଚା କରାଯାଉଛି ଓ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି।

ସାଗର ପ୍ରସାଦ ଶର୍ମା ତାଙ୍କର ସ୍ତ୍ରୀଙ୍କ ସହ ମିଶି ଏମିତି କାମ କରିଛନ୍ତି, ତାଙ୍କର ପ୍ରଶଂସା ଚାରିଆଡ଼େ ହେଉଛି। ସ୍ଵାମୀ-ସ୍ତ୍ରୀ ଏକ ହେଲିକପ୍ଟର ତିଆରି କରିଛନ୍ତି ଏହାର ନାମ ପବନପୁତ୍ର ରଖିଛନ୍ତି। ସାଗର ଏହି କାମକୁ ତିନିବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ହେଉଛିକି ସାଗର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସାଗର ହେଉଛନ୍ତି ଜଣେ ଲୋକାଲ ୱେଲ୍ଡର। ସେ ସାଧାରଣ କୌଶଳ ସାହାଯ୍ୟରେ ହେଲିକପ୍ଟର ତିଆରି କରିଛନ୍ତି। ତାଙ୍କର ସ୍ତ୍ରୀ ଏଥିରେ ବହୁତ ସାହାଯ୍ୟ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଏହି ଦୁଇଜଣ ବନ୍ଦ ରୁମ ମଧ୍ୟରେ ସେମାନଙ୍କର ମିଶନକୁ ସମ୍ପୂର୍ଣ୍ଣ କରୁଥିଲେ।

ଯେତେବେଳେ ୯୦ପ୍ରତିଶତ କାମ ହୋଇଗଲା ସେତେବେଳେ ସେ ହେଲିକପ୍ଟରକୁ ଦୁନିଆ ସାମ୍ନାରେ ରଖିଲେ। ସାଗର କହିଲେ ଯେତେବେଳେ ସେ ସାଙ୍ଗମାନଙ୍କୁ ହେଲିକପ୍ଟର ତିଆରି କରିବା ବିଷୟରେ କହିଲେ ସେତେବେଳେ କାହାରିକୁ ଭରସା ନଥିଲା। ସେ ଏଥିପାଇଁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କର ସାଙ୍ଗ ତୋଫାନ ଗୀମେରେ ତାଙ୍କୁ ଆର୍ଥିକ ରୂପରେ ସହାୟତା କରିଥିବାରୁ ସେ ଆଜି ଏହି ମିଶନକୁ ସମ୍ପୂର୍ଣ୍ଣ କରିପାରିଛନ୍ତି।

Leave a Reply

Your email address will not be published. Required fields are marked *