Special Report

ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ,କାନ୍ଦି କାନ୍ଦି ଜଣାଇଲେ ଶ୍ରଦ୍ଧାଞ୍ଜଳି!

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଦେଶ ସ୍ବାଧୀନ ହେବା ପଛରେ ଅନେକ ବୀର ପୁତ୍ର ମାନଙ୍କ ହାତ ଓ ତାଙ୍କର ବଳିଦାନ ରହିଛି ଯାହାକୁ ଆମେ ମାନେ କେବେ ହେଲେ ମଧ୍ୟ ଭୁଲି ପାରିବା ନାହିଁ।

କାରଣ ସେମାନେ ହିଁ ହେଉଛନ୍ତି ଚିର ସ୍ମରଣୀୟ। ଲୋକମାନେ ସେମାନଙ୍କୁ ଆଜି ମଧ୍ୟ ଭଗବାନ ଭଳି ପୂଜା କରନ୍ତି। ସେମାନେ ନିଜ ଜୀବନକୁ ମାନବ ଜାତି ପାଇଁ ଉତ୍ସର୍ଗ କରି ଦେଇଛନ୍ତି।

ଯେତେବେଳେ ବଳିଦାନ ର କଥା ଆସେ ସେତେବେଳେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ କଥା ମଧ୍ଯ ସାମ୍ନା କୁ ଆସେ। ଯିଏକି ବନ୍ୟା ଅଞ୍ଚଳରେ ଥିବା ଲୋକ ମାନଙ୍କୁ ବଞ୍ଚେଇବା ପାଇଁ ନିଜ ରୋଗାକ୍ରାନ୍ତ ପୁଅ କୁ ମଧ୍ୟ ଦେଖି ନଥିଲେ।

ଯାହା ଫଳରେ କି ତାଙ୍କ ପୁଅ ଙ୍କ ମୃ-ତ୍ୟୁ ହୋଇ ଯାଇଥିଲା। ତାଙ୍କର ମନରେ ଥିଲା ଗୋଟିଏ କଥା ଘରେ ତାଙ୍କର ଗୋଟେ ପୁଅ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ବନ୍ୟାରେ ତାଙ୍କର ଅନେକ ପୁତ୍ର ଜୀବନ ମରଣ ସହ ଲଢେ଼ଇ କରୁଛନ୍ତି।

ବାସ ଏହା କହି ସେ ଘରୁ ବାହାରି ଯାଇଥିଲେ। ଗତ କାଲି ଓଡ଼ିଶାର ଏହି ବୀର ପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମଦିନ ଗଲା। ଆଉ ତାଙ୍କର ଏହି ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମଧ୍ଯ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯାଇଥିଲେ।

ଆଉ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଗୋପବନ୍ଧୁ ଦାସ ଙ୍କ ପ୍ରତିଛବି ନିକଟକୁ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯାଇଛନ୍ତି ସେତେବେଳେ ତାଙ୍କ ମନରେ ଥିବା ଭକ୍ତି ବାରି ହୋଇ ପଡ଼ୁଛି।

ଆଉ ଏହି ଭିଡିଓ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଅନେକ ଲୋକମାନେ ଖୁବ ପଶନ୍ଦ ମଧ୍ୟ କରିଛନ୍ତି ଆଉ ନିଜ ନିଜର ପ୍ରତିକ୍ରିୟା ମଧ୍ଯ ରଖିଛନ୍ତି।

ଅନେକ ଲୋକ ମୁଖ୍ୟମନ୍ତ୍ରୀ ଙ୍କ ଖୁବ ପ୍ରଶଂସା ମଧ୍ଯ କରିଛନ୍ତି।ତେବେ ଏହାକୁ ଦେଖିବା ପରେ ଆପଣଙ୍କ ମନରେ କି ଭାବନା ସୃଷ୍ଟି ହୋଇଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Leave a Reply

Your email address will not be published. Required fields are marked *