ଲକ୍ଷ୍ମୀ ଯୋଜନା ନେଇ ଆସିଲା ବଡ଼ ଘୋଷଣା,ଏହି ଦିନ ଠାରୁ ଗଡିବ ଲକ୍ଷ୍ମୀ ବସ୍

 

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ 5T ସଚିବ ଭିକେ ପାଣ୍ଡିଆନ ଲକ୍ଷ୍ମୀ ଯୋଜନା ସମ୍ପର୍କରେ ଏଭଳି କିଛି କହିଛନ୍ତି ଯାହାକୁ କି ଆପଣ ମାନେ ଶୁଣିବା ନିହାତି ଦରକାର୍ ଅଟେ।

ସେ ଏହି ଲକ୍ଷ୍ମୀ ଯୋଜନାରେ ଥିବା ଡ଼୍ରାଇଭର ଓ କଣ୍ଡକ୍ଟର ମାନଙ୍କୁ କହିଥିଲେ କି ସେମାନେ କୌଣସି ସାଧାରଣ ଲୋକ ନୁହନ୍ତି ବରଂ ଓଡ଼ିଶାର ରୂପାନ୍ତରିକରଣ ରେ ସେମାନଙ୍କର ସୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହୁଛି।

ସେ କହିଥିଲେ କି ସେହି କଣ୍ଡକ୍ଟର ଓ ଡ଼୍ରାଇଭର ଙ୍କ ଉପରେ ତାଙ୍କର ପୂରା ଵିଶ୍ଵାସ ଅଛି। ସେମାନେ ମଧ୍ୟ ନୁଆ ଓଡ଼ିଶାର ସାରଥି ହୋଇ ତାଙ୍କର କାମ କାର୍ଯ୍ୟ ସବୁ କିଛି ତୁଲାଇବେ।

ଅକ୍ଟୋବର ୧୨ ତାରିଖରେ ଏହି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ଲୋକ ମାନଙ୍କ ମନରେ ଅନେକ ଉତ୍ସାହ ମଧ୍ୟ ରହିଛି। କାରଣ ସେମାନେ ଜାଣିଛନ୍ତି କି ତାଙ୍କ ଗମନା ଗମନ ରେ ଖୁବ୍ ସୁବିଧା ହେବ।

ହେଲେ ଅନ୍ୟ ପକ୍ଷରେ ଘରୋଇ ବସ ଡ଼୍ରାଇଭର ମାନେ ଏହି ଯୋଜନାର କଡ଼ା ବିରୋଧ କରିଛନ୍ତି। ସେମାନେ କହିଛନ୍ତି କି ଯଦି ଏହି ବସ୍ ଚଳାଚଳ ହେଲା ତେବେ ତାଙ୍କର ଆଉ କଣ ମୂଲ୍ୟ ରହିବ।

ଆଉ ଲକ୍ଷ୍ମୀ ବସ୍ ଚଳାଚଳ ପରେ ମଧ୍ଯ ସେମାନଙ୍କ ବସ୍ ରେ ଯିବା ପାଇଁ କେହି ରାଜି ହେବେ ନାହିଁ।ସେଥିପାଇଁ ସେମାନଙ୍କୁ ଖୁବ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଆଉ ସେମାନେ ମଧ୍ୟ ନିଜ ଗୁଜୁରାଣ ମେଣ୍ଟାଇବା କୁ ନେଇ ପ୍ରଶ୍ନ କରିଛନ୍ତି।

ତାଙ୍କର କହିବା କଥା କି ଯଦି ଏହି ଲକ୍ଷ୍ମୀ ଯୋଜନା କରାଗଲା ତେବେ ଏହି ଯୋଜନାରେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇ ଥାଆନ୍ତା। ହେଲେ ସରକାର ସେଭଳି ନକରି ନୁଆ ଡ଼୍ରାଇଭର ଓ କଣ୍ଡକ୍ଟର ନିଯୁକ୍ତି କରିଛନ୍ତି।

ଏହାକୁ ନେଇ ଘରୋଇ ବସ୍ ଚାଳକ ମାନେ ମଧ୍ୟ ଆନ୍ଦୋଳନ କରିଥିଲେ। ତେବେ ଆପଣ ମାନେ ଏହି ସମ୍ପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Leave a Comment

Your email address will not be published. Required fields are marked *

Scroll to Top