ରାଜ୍ୟ ଖବର

ଗୋବିନ୍ଦ ର ମାରୁତି କାର ରୁ ମିଳିଥିଲା ୫ଟି ଲମ୍ବା ବାଳ, ପଥର ଲଗା ଚୁମକି..

ଯେତେ ଦିନ ପରେ ଦିନ ବିତୁଛି ମମିତା ଙ୍କ ହତ୍ୟା ମାମଲା ତଦନ୍ତ ସେତେ ଆଗକୁ ଯାଉଛି । ଗୋବିନ୍ଦ ସାହୁ ର ବିଭିନ୍ନ ତଥ୍ୟ ପୋଲିସ ସ୍ପଷ୍ଟ କରୁଛି । ତେବେ ମମିତା ମେହେର ଙ୍କ ପରିବାର ଗୋବିନ୍ଦ ସାହୁ କୁ ଫାଶୀ ଦିଆ ଯାଉ ବୋଲି କହୁଛନ୍ତି ।

ତେବେଏହି ଘଟଣା ରେ ମନ୍ତ୍ରୀ ଙ୍କ ନାମ ଆରମ୍ଭ ରୁ ଯୋଡି ହେଇଥିଲେ ମଧ୍ୟ ଏବେ ଯାଏଁ ମନ୍ତ୍ରୀ ଙ୍କୁ କିଛି ବି ତଦନ୍ତ କରାଯାଇନାହିଁ।

ତେବେ ମମିତା ମେହେର ଙ୍କୁ ମାରିସାରି ଗୋବିନ୍ଦ ତାଙ୍କୁ ପୋଡିବା ପାଇଁ ଟାୟାର ର ବନ୍ଦୋବସ୍ତ କରିଥିଲା । ଟାୟାର ଦେଇଥିବା ବିବେକ କହିଥିଲେ ଯେ ଗୋବିନ୍ଦ ଦିନ ୧୨:୩୦ ରେ ତାଙ୍କୁ ଫୋନ କରିଥିଲେ ଓ ୨ ଟି ଟାୟାର ରାଧେଶ୍ୟାମ ଚଣ୍ଡୀ ଙ୍କ ହାତରେ ପଠେଇବାକୁ କହିଥିଲେ । ତେବେ ରାଧେଶ୍ୟାମ ଚଣ୍ଡୀ ହେଉଛନ୍ତି ଗୋବିନ୍ଦ ଙ୍କ ଡ୍ରାଇଭର । ତେବେ ଏହା ସ୍ପଷ୍ଟ ହେଉଛି ଯେ ଦିନ ୧୨:୩୦ ବେଳକୁ ଗୋବିନ୍ଦ ସାହୁ ମମିତା ଙ୍କୁ ହତ୍ୟା କରିସାରିଥିଲା ।

ବିବେକ ଦୁଇଟି ପିକଅପ ଟାୟାର ଦେଇଥିବା କଥା କହିଥିଲେ ଏବଂ ଏହି ଟାୟାର ମମିତା ଙ୍କୁ ପୋଡିବା ପାଇଁ ଗୋବିନ୍ଦ ସାହୁ ମାଗିଛନ୍ତି ବୋଲି ସେ ପରେ ଜାଣିବାକୁ ପାଇଲେ । ତେବେ ରାଧେଶ୍ୟାମ ଚଣ୍ଡୀ ଙ୍କ ଘରୁ ଯେଉଁ ବ୍ୟାଗ ମିଳିଥିଲା ଯାହା ତାଙ୍କ ପତ୍ନୀ ଦେଖିଥିଲେ ଓ ପୋଲିସ ମାନେ ସେହି ବ୍ୟାଗ ନେଇଯାଇଥିଲେ ସେହି ବ୍ୟାଗ ରେ କଣ ଥିଲା ତାହା ବି ଏବେ ଯାଏ ସ୍ପଷ୍ଟ ହୋଇନାହିଁ ।

 

ତେବେ ମହାଳିଙ୍ଗ ଷ୍ଟାଡିଅମ ଓ ମମିତା ଯାଇଥିବା କାର ଭିତରେ ପୋଲିସ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ କିଛି ଜିନିଷ ପାଇଥିଲା । ଯେମିତିକି ୫ ଟି ଲମ୍ବା ଚୁଟି , ଟରକିସ , ଗୋଟେ ଷ୍ଟୋନ , ଗୋଟେ କାନ ଫୁଲ, ଛୁରୀ ,ଓ ପେଟ୍ରୋଲ ଜାର ଥିଲା ଥିଲା ।

ତାଛଡାମହାଳିଙ୍ଗ ଷ୍ଟାଡିଅମ ରେ ମିଳିଥିବା ମାଂସ ଓ ହାଡ଼ ଏହା ମମିତା ଙ୍କର କି ନୁହେଁ ଏହା ଜାଣିବା ପାଇଁ ମମିତା ଙ୍କ ବାପା ମା ଙ୍କ ର ରକ୍ତ ନମୁନା ବି ନିଆ ଯାଇଥିଲା । ହତ୍ୟାକାରୀ ଗୋବିନ୍ଦ ସାହୁ ର ନଖ,ବାଳ ଓ ରକ୍ତ ର ନମୁନା ବି ନିଆଯାଇଥିଲା ।

ତେବେ ସେହି ଷ୍ଟାଡିଅମ ରୁ ମିଳିଥିବା ଜିନିଷ ଗୁଡିକ ଡାଇରେକ୍ଟର ଏଭିଡେନ୍ସ ନୁହେଁ ବୋଲି କୁହାଯାଉଛି । ଗୋବିନ୍ଦ ସାହୁ ପ୍ରଥମେ ଗିରଫ ହୋଇଥିଲା ଏବଂ ଫେରାର ବି ହେଇଯାଇଥିଲା । ଓ ପୁର୍ନବାର ଗିରଫ ପରେ ସବୁ କଥା କହିଥିଲା ଓ ପୋଲିସ ବିଭିନ୍ନ ସୂତ୍ର ରୁ ଘଟଣା ସମ୍ପର୍କରେ କିଛି ତଥ୍ୟ ପାଇଥିଲେ । ତେବେ ଏହି ଘଟଣା ରେ ବିଭିନ୍ନ କିଛି ତଥ୍ୟ ର ଭଲ ରେ ତଦନ୍ତ କରାଯିବାର ଆବଶ୍ୟକତା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *