ରାଜ୍ୟ ଖବର

ପୁଅ ବୋହୂ ଙ୍କ ଅତ୍ୟାଚାର ସହି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା କଲେ ବାପା ମା

କେହି ବି ଭଗବାନ ଙ୍କୁ ଦେଖି ନାହାନ୍ତି ,ତେବେ ସମସ୍ତଙ୍କ ପାଖରେ ଜୀବନ୍ତ ଠାକୁର ଅଛନ୍ତି ସିଏ ହେଉଛନ୍ତି ବାପା ଓ ମା । ମା ୧୦ମାସ ୧୦ ଦିନ ତାର ଗର୍ଭ ରେ ତାର ଶିଶୁ କୁ ଜନ୍ମ ଦେଇଥାଏ । ବାପା ନିଜର ପିଲା ର ସବୁ ସ୍ୱପ୍ନ ସବୁ ଇଚ୍ଛା ପୂରଣ ପାଇଁ ବହୁତ କଷ୍ଟ କରିଥାନ୍ତି । ପୁଅ ବଡ଼ ହେବ ବାପା ମା ଙ୍କୁ ଭଲ ରେ ରଖିବ ଏହି ସ୍ୱପ୍ନ ସବୁ ବାପା ମା ଦେଖିଥାନ୍ତି । ହେଲେ ଯେତେବେଳେ ନିଜ ଜନ୍ମ କଲା ପୁଅ ହିଁ ବାଧ୍ୟ କରେ ମରିବାକୁ ସେତେବେଳେ ବାପା ମା ଙ୍କ ର କଣ ବା ଆଉ ଜୀବନ ରହିବ । ସେମିତି କିଛି ଦୁଃଖ ର ଘଟଣା ସମ୍ପର୍କରେ ଆସନ୍ତୁ ନଜର ଦେବା ।

ଵୃଦ୍ଧ ବାପା ମା ପଡିରହିଥିଲେ । ଲୋକ ମାନେ ରୁଣ୍ଡ ହେଇ ଦେଖିଲେ ବୃଦ୍ଧ ବାପା ଙ୍କର ମୁର୍ତ୍ୟୁ ହୋଇସାରିଛି । ହେଲେ ଅଚେତ ହୋଇ ପଡିଛନ୍ତି ବୃଦ୍ଧା ମା । ପାଖରେ ପଡିଛି କୀଟ ନାଶକ ବୋତଲ । ବୃଦ୍ଧ ଙ୍କ ନାମ ଟଙ୍କଧର ମହାକୁଡ଼ ବୟସ ୬୫ ବର୍ଷ ଏବେ ତାଙ୍କ ପତ୍ନୀ ବୃନ୍ଦାବତୀ ମହାକୁଡ଼ ବୟସ ୬୨ ।

ତେବେବୁଢ଼ୀ ମା ଚେତା ନଥାଇ ମଧ୍ୟ ଏତିକି କହିଲେ ତାଙ୍କ ପୁଅ ତାଙ୍କୁ ରଖେଇଦେଉନାହାନ୍ତି । ସବୁବେଳେ ଝଗଡା କରୁଛନ୍ତି । ଶେଷରେ ଏତେ ଅସହ୍ୟ ହୋଇପଡିଲେ ଯେ ଵୃଦ୍ଧ ସ୍ୱାମୀ ସ୍ତ୍ରୀ ଘର ଛାଡ଼ି ଚାଲି ଆସିଥିଲେ ।

 

ପଡିଆ ରେ କୀଟ ନାଶକ ପିଇ ଜୀବନ ହରେଇବାକୁ ଚାହୁଁଥିଲେ । ବୁଢ଼ୀ ମା ଟା ଜାଣି ନଥିଲେ ଯେ ତାଙ୍କ ସ୍ୱାମୀ ଆଉ ଦୁନିଆ ରେ ନାହାନ୍ତି ବୋଲି । ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେବା ସହ ବୁଢ଼ୀ ମା କୁ ମେଡିକାଲ ନେଇ ଯାଇଥିଲେ । ହେଲେ ସବୁ ଦିନ ପାଇଁ ବୁଢ଼ୀ ମା ଟା ମଧ୍ୟ ଆଖି ବୁଜିଦେଲା ।

ଏହି ଥିରୁ ହିଁ ଆପଣ ମାନେ ଅନୁଭବ କରିପାରୁଥିବେ ଯେ ପୁଅ ଟି ର ବ୍ୟବହାର କେଉଁ ପ୍ରକାର କଷ୍ଟ ଦେଇଛି ବୃଦ୍ଧା ବାପା ଓ ମା ଙ୍କୁ । ସତରେ କଣ କିଏ ଏତେ ଅବିବେକି ହୋଇପାରେ ।

ପୋଲିସ ଙ୍କୁ ସ୍ଥାନୀୟ ଲୋକ ଖବର ଦେଇଥିଲେ । ହେଲେ ବାପା ମା ଘର ଛାଡ଼ି ଯିବା ସହ ଦୁନିଆ ମଧ୍ୟ ଛାଡି ସାରିଥିଲେ ହେଲେ ବାପା ମା ଙ୍କୁ ଖୋଜିବାକୁ ମଧ୍ୟ ଆସିନଥିଲେ କିଏ । ବାପା ମା କେତେ ସ୍ୱପ୍ନ ନ ଦେଖିଥିବେ ନିଜ ପୁଅ କୁ ନେଇ ।

କେତେକଷ୍ଟ କରି ପୁଅ କୁ ବଡ଼ କରିଥିଲେ ହେଲେ ଆଜି ସେହି ପୁଅ ପାଇଁ ନିଜ ଜୀଵନ କୁ ଦେବାକୁ ହେବ କିଏ ବା ଏହା ଭାବିବ । ତେବେ ଏହି ଭଳି ଘଟଣା କେବେ ବି ଘଟିବା ଉଚିତ ନୁହେଁ । ପିଲା ମାନେ ନିଜର ବାପା ମା ଙ୍କ ପ୍ରତି ଥିବା କର୍ତ୍ତବ୍ୟ ବୁଝିବା ଓ କରିବା ଆବଶ୍ୟକ । କାରଣ ଦୁନିଆ ରେ ସବୁ କିଛି ମିଳିପାରେ ହେଲେ ବାପା ଓ ମା ଥରେ ଚାଲିଗଲେ ଆଉ ମିଳିବେ ନାହି ।

Leave a Reply

Your email address will not be published. Required fields are marked *