ରାଜ୍ୟ ଖବରSpecial Report

ସବୁ ସୀମା ପାର ହୋଇଗଲା ମଣିଷ, ଗର୍ଭବତୀ ନାଗୁଣିର ପାଟିକୁ ଏଠାରେ କରିଦେଲେ ବନ୍ଦ

ମଣିଷ କଣ ସତରେ ଏତେ ନିର୍ଦୟ ହେଇପାରେ ? ବହୁତ ଜଣ ଅଛନ୍ତି ଯେଉଁ ମାନେ ଜୀବ ଜନ୍ତୁ କୁ ବହୁତ ଭଲ ପାଇଥାନ୍ତି । ଠିକ ଅଛି କିଛି ଜଣକୁ ଜୀବ ଜନ୍ତୁ ପସନ୍ଦ ନ ଥାନ୍ତି ତାବେ ଜୀବ ଜନ୍ତୁ ଙ୍କୁ କଷ୍ଟ ଦେବା କେତେ ଦୂର ଯୁକ୍ତିଯୁକ୍ତ ? ଆସନ୍ତୁ ଜାଣିବା ସେ ସମ୍ପର୍କିତ ସମ୍ପୂର୍ଣ୍ଣ ଖବର ।

ପଶୁ ପକ୍ଷୀ ମାନେ ମଣିଷ ଭଳି କଥା କହିପାରନ୍ତି ନାହିଁ । ହେଲେ ତାଙ୍କର ବି ଜୀବନ ଅଛି । ତାଙ୍କୁ ବି କଷ୍ଟ ହୁଏ । ଶରୀର କୁ ଆଘାତ ହେଲେ ବହୁତ କଷ୍ଟ ପାଇଥାନ୍ତି ସେମାନେ । ପଶୁ ପକ୍ଷୀ କୁ ଯଦି ଯତ୍ନ ନ ନେଇ ପାରିବା ଭଲ ରେ ବଞ୍ଚିବାକୁ ନ ଦେଇପାରିବା ,ତେବେ ତାଙ୍କୁ କଷ୍ଟ ଦେବାର ଅଧିକାର କିଏ ଦେଲା ? କାହାର ମଧ୍ୟ ଅଧିକାର ନାହିଁ କୌଣସି ପ୍ରାଣୀ କୁ କଷ୍ଟ ଦେବାର ।

ସେମିତି କିଛି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ରେ । ରାଜଧାନୀ ରେ ଗୋଟେ ନାଗ ସାପ କୁ କିଏ ଜଣେ ପକେଇଦେଇ ପଳେଇଥିଲା । ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଖବର ଦିଆଯାଇଥିଲା । ସାପ ଟି ବଞ୍ଚିଥିଲା ହେଲେ ପାଟି ଖୋଲୁ ନଥିଲା । ବହୁତ କଷ୍ଟ ପାଉଥିଲା । ତାକୁ ଉଦ୍ଧାର କଲା ପରେ ସେମାନେ ଜାଣିବାକୁ ପାଇଲେ ଯେ କିଏ ଜଣେ ସାପ ପାଟିରେ ଅଠା ଲଗେଇ ବନ୍ଦ କରିଦେଇଛି ।

ତେବେ ଏହି ସାପ ଟି ଗର୍ଭବତୀ ଥିବା କଥା ମଧ୍ୟ ଜଣା ପଡିଲା । ତେବେ ଏହି ଭଳି ଅଠା ଲଗେଇ କିଏ ଏମିତି ଅମାନୁଷିକ ଭାବରେ କାର୍ଯ୍ୟ କଲା ତାହା ଜଣା ପଡ଼ିନାହିଁ । ବହୁତ କଷ୍ଟ କରି ବିନା ରାସାୟନିକ ସାମଗ୍ରୀ ର ବ୍ୟବହାର କରି ତାର ପାଟି ରୁ ଅଠା ଛଡା ଗଲା ତେବେ ଏମିତି କିଛି କ୍ଷତି କରିବା ଜମା ବି ଠିକ ନୁହେଁ ।

Leave a Reply

Your email address will not be published. Required fields are marked *